Advertisment

Odisha Assembly Seats: ଡବଲ ହେବ ବିଧାନସଭା କ୍ଷମତା, ବସି ପାରିବେ ୩୦୦ ସଦସ୍ୟ

ବିଧାନସଭାରେ ବଢ଼ିପାରେ ଆଉ ୫୦ ସିଟ ସଂଖ୍ୟା। ଏବେ ୧୪୭ ଅଛି ଯାହା ୨୦୦କୁ ବଢିପାରେ। ଏହାକୁ ଲକ୍ଷ୍ୟ ରଖି ୩୦୦ସଦସ୍ୟ ବସିବା ଭଳି ନୂଆ ବିଧାନସଭା ନିର୍ମାଣ କରାଯାଉଛି। ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଏବଂ ନୂଆ ବିିଧାନସଭା ସୌଧ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

CM SPEACH

CM SPEACH Photograph: (OTV)

Advertisment

ବଢ଼ିପାରେ ବିଧାନସଭା ସଂଖ୍ୟା। ଓଡ଼ିଶାରେ ବିଧାନସଭା ସୀମା ପୁନଃ ନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀ ଦେଲେ ବଡ ସଂକେତ। ବିଧାନସଭାରେ ବଢ଼ିପାରେ ଆଉ ୫୦ ସିଟ ସଂଖ୍ୟା। ଏବେ ୧୪୭ ଅଛି ଯାହା ୨୦୦କୁ ବଢିପାରେ। ଏହାକୁ ଲକ୍ଷ୍ୟ ରଖି ୩୦୦ସଦସ୍ୟ ବସିବା ଭଳି ନୂଆ ବିଧାନସଭା ନିର୍ମାଣ କରାଯାଉଛି।

Advertisment

ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଏବଂ ନୂଆ ବିିଧାନସଭା ସୌଧ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନୂତନ ବିଧାନସଭା ବସି ପାରିବେ ପ୍ରାୟ ୩୦୦ ସଦସ୍ୟ, ଅର୍ଥାତ ବର୍ତ୍ତମାନର କ୍ଷମତାଠାରୁ ଆହୁରି ୨ ଗୁଣା ହେବ।

ଏଭଳି ଅତ୍ୟାଧୁନିକ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ୩ ହଜାର ୬୨୩ କୋଟି ଖର୍ଚ୍ଚ କରିବେ ସରକାର। ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା। ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି।

Advertisment

ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ ବ୍ୟବସ୍ଥା କରାଯାଇଛି। ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାକୁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

Active Politics odisha cm mohan charan majhi Mohan Charan Majhi Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ