Advertisment

Nuapada Showdown: କିଏ ମାରିବ ନୂଆପଡ଼ା ବାଜି ? ବିଜେଡି ହାତରୁ ନୂଆପଡ଼ା ଛଡ଼ାଇ ଆଣିବ କି ବିଜେପି ?

୨୦୨୪ ସାଧାରଣ ନିର୍ବାଚନ ଓ ବିଜେପି ସରକାର ପରେ ରାଜ୍ୟରେ ପ୍ରଥମ ଉପନିର୍ବାଚନ। ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରି ସରକାରକୁ ଆସିଥିବା ବିଜେପି ଓ ବିରୋଧୀ ବିଜେଡି ପାଇଁ ଏହି ନିର୍ବାଚନ ଅନେକ ଗୁରୁତ୍ବ ରଖୁଛି।

NUAPADA

NUAPADA Photograph: (OTV)

Advertisment

୨୦୨୪ ସାଧାରଣ ନିର୍ବାଚନ ଓ ବିଜେପି ସରକାର ପରେ ରାଜ୍ୟରେ ପ୍ରଥମ ଉପନିର୍ବାଚନ। ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରି ସରକାରକୁ ଆସିଥିବା ବିଜେପି ଓ ବିରୋଧୀ ବିଜେଡି ପାଇଁ ଏହି ନିର୍ବାଚନ ଅନେକ ଗୁରୁତ୍ବ ରଖୁଛି। ଆଦିବାସୀ ବହୁଳ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ପାଇଁ ବିଜୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱକୁ ଆହୁରି ସୁଦୃଢ଼ କରିବ। ସେ ଆଦିବାସୀ ଚେହେରା ହୋଇଥିବାରୁ ତାଙ୍କ ନେତୃତ୍ବ ଓ ପତିଆରା ବଢ଼ିବ। ଗତ ୧୬ ମାସ ଧରି ସରକାରଙ୍କ ବିରୋଧରେ ବିରୋଧୀ ଆଣୁଥିବା ଅଭିଯୋଗକୁ ଶକ୍ତ ଚାପୁଡ଼ା ହେବ। ଜୟଙ୍କ ସମ୍ଭାବ୍ୟ ବିଜୟ ଜୟ ଢୋଲକିଆଙ୍କ ପ୍ରତି ବେଇମାନି ଆକ୍ଷେପ ଉପରେ ବ୍ରେକ୍ ଲଗାଇବ। ସେ ବାପାଙ୍କ ଗଡ଼ ନିଜ ହାତରେ ରଖିବାରେ ସମର୍ଥ ହୋଇପାରିବେ। ବିଜେପିର ବିଜୟ ଦଳ ଓ ସଂଗଠନକୁ ତୃଣମୂଳସ୍ତରରେ ଅଧିକ ସଂଗଠିତ କରିବାରେ ସହାୟକ ବି ହେବ।

Advertisment

ଅନ୍ୟପଟେ ନୂଆପଡ଼ା ବ୍ୟାଟଲ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଗରେ ବଡ଼ ଟେଷ୍ଟ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ ବିଜୟୀ ହେଲେ ନବୀନଙ୍କ ଲୋକପ୍ରିୟତା ଅତୁଟ ରହିଛି ବୋଲି ବାର୍ତ୍ତା ଯିବ। ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିପାରେ ନୂଆପଡ଼ାରେ ବିଜେଡିର ସମ୍ଭାବ୍ୟ ବିଜୟ।

ଅନ୍ୟପଟେ ସ୍ଥିତି ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଆଗରେ ବି ବଡ଼ ଆହ୍ବାନ ନୂଆପଡ଼ା ଉପନିର୍ବାଚନ। ଦଳ ନିଜର ଉପସ୍ଥିତି ଜାହିର କରିବାରେ ସକ୍ଷମ କି ନାହିଁ ଜଣା ପଡ଼ିବ। ଏହି ଉପନିର୍ବାଚନ ପରେ କଠିନ ନେତୃତ୍ବ ପରୀକ୍ଷାର ସାମନା କରିବେ ପିସିସି ସଭାପତି ଭକ୍ତ ଦାସ। ଦୁଇ ସପ୍ତାହ ଧରି ନୂଆପଡାରେ ବହିଥିଲା ନିର୍ବାଚନୀ ଝଡ଼। ହାଇ ଭୋଲଟେଜ୍ ପ୍ରଚାର ସହ ସବୁ ଦଳର ହେଭିୱେଟ ନେତା ନୂଆପଡ଼ାରେ ଡେରା ପକାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ପଟ୍ଟନାୟକ ସପ୍ତାହକରେ ଦୁଇ ଥର ନୂଆପଡା ଗସ୍ତ କରି ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ମେଗା ରୋଡ୍ ସୋ କରିଥିଲେ। ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମତେ ବହୁ ହାଇପ୍ରୋଫାଇଲ୍ ନେତା ନୂଆପଡ଼ାରେ ପ୍ରଚାର କରିଥିଲେ। ସେହିପରି ସବୁ ଦଳର ବିଧାୟକ, ସାଂସଦ ଓ ବରିଷ୍ଠ ନେତା ନୂଆପଡ଼ାରେ ଦିନ ଦିନ ଧରି କ୍ୟାମ୍ପ କରି ଜନସମର୍ଥ ଲୋଡ଼ିଥିଲେ। 

Advertisment

ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି। ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ। ଗତ ବିଧାନସଭା ନିର୍ବାଚନରେ ନୂଆପଡ଼ାରେ ୭୫.୪୯ ପ୍ରତିଶତ ମତଦାନ ହୋଇଥିଲା।

୨୦୨୪ ନିର୍ବାଚନରେ ନୂଆପଡ଼ାରେ ୧ ଲକ୍ଷ ୮୧ ହଜାର ଭୋଟ ଦେଇଥିଲେ। ଉପନିର୍ବାଚରେ ଏହି ସଂଖ୍ୟା ୨ଲକ୍ଷ ୮ହଜାରରୁ ଅଧିକ। ଅର୍ଥାତ ଗତ ନିର୍ବାଚନ ଅପେକ୍ଷା ୨୫ହଜାର ଅଧିକ ମତଦାନ ହୋଇଛି। ସେମାନେ ହେବେ କି କିଙ୍ଗ ମେକର୍ ? କାରଣ ୨୦୨୪ରେ ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ଓ ସେତେବେଳେ ସ୍ବାଧୀନ ଭାବରେ ଲଢୁଥିବା ଘାସିରାମଙ୍କଠାରୁ ମାତ୍ର ୧୦ହଜାର ୮୮୧ ଖଣ୍ଡ ଭୋଟରେ ଜିତିଥିଲେ ରାଜେନ୍ଦ୍ର ଢୋଲକିଆ। ଏହି ୨୫ ହଜାର ଭୋଟ୍ ଯାହା ଖାତାକୁ ଯିବ ତାଙ୍କର ବିଜୟ ହେବ ବୋଲି କୁହାଯାଉଛି। ନୂଆ ଓ ସାଇଲେଣ୍ଟ ଭୋଟରଙ୍କ ମତିଗତି ବି ରେଜଲ୍ଟରେ ନିର୍ଣ୍ଣାୟକ ଭୂମିକା ନେଇପାରେ। ... 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ