BYPOLL NUAPADA Photograph: (OTV)
ବିହାର ନିର୍ବାଚନ ସହ ହୋଇପାରେ ନୂଆପଡା ଉପ-ନିର୍ବାଚନ। ବିହାର ବିଧାନସଭା ଏବଂ ୭ ରାଜ୍ୟରେ ହେବାକୁ ଥିବା ଉପ-ନିର୍ବାଚନ ଲାଗି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମୁତୟନ ହେବେ ।ଏ ନେଇ ନିର୍ବାଚନ କମିଶନଙ୍କ ଘୋଷଣା ପରେ ବଢିଛି ଉତ୍କଣ୍ଠା। ସେପଟେ ୨୪ବର୍ଷର ସତ୍ତା ପଲଟ ପରେ କ୍ଷମତାକୁ ଆସିଥିବା ବିଜେପି ନୂଆପଡ଼ାରେ ବିଜୟକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛି। ବିଜେଡି ବି ଗଡ ବଜାୟ ରଖିବ ବୋଲି କହିଥିବା ବେଳେ କଂଗ୍ରେସ ବିଜୟ ସୁନିଶ୍ଚିତ ନେଇ ଆଶାବାଦୀ। ....
ବିହାର ବିଧାନସଭା ନିର୍ବାଚନ ସହ ହୋଇପାରେ ନୂଆପଡ଼ା ବାଇ ଇଲେକସନ୍ । ବିହାର ବିଧାନସଭା ସମେତ ୮ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିହାର ବିଧାନସଭା ନିର୍ବାଚନ ସହ ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଞ୍ଜାବ, ମିଜୋରାମ ଏବଂ ଓଡ଼ିଶାରେ ଉପ-ନିର୍ବାଚନ ହେବ।
ଏଥିପାଇଁ ୪୭୦ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିବେ ନିର୍ବାଚନ କମିଶନ। ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ୩୨୦ ଜଣ IAS, ୬୦ ଜଣ IPS ଓ IRS ଅଧିକାରୀ ରହିବେ। ସେମାନେ ବିହାରର ନିର୍ବାଚନ ପ୍ରକ୍ରିୟା ସହ ଅନ୍ୟ ୭ ରାଜ୍ୟରେ ଉପନିର୍ବାଚନ ତଦାରଖ କରିବେ। ପର୍ଯ୍ୟବେକ୍ଷକ ମାନେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ ଆୟୋଗଙ୍କ ତତ୍ତ୍ବାବଧାନ, ନିୟନ୍ତ୍ରଣ ଓ ଶୃଙ୍ଖଳା ଅଧୀନରେ କାମ କରିବେ। ...
ସିଟିଂ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ା ଆସନ ଖାଲି ପଡ଼ିଛି। ଯଦିଓ ନୂଆପଡା ନିର୍ବାଚନ ମଣ୍ଡଳୀ ବିଜେଡି ଦଖଲରେ ଥିଲା କିନ୍ତୁ ଉପନିର୍ବାଚନରେ ଶାସକ ବିଜେପି ଏହାକୁ କବଜା କରିବ ବୋଲି ଦମ୍ଭୋକ୍ତି ରଖିଛି। ସାଧାରଣତଃ ଉପନିର୍ବାଚନ ଗୁଡିକ ସରକାରୀ ଦଳ ସପକ୍ଷରେ ଯାଇଥାଏ। ଯେହେତୁ ୨୪ ବର୍ଷ ପରେ ରାଜ୍ୟରେ ସତ୍ତା ପରିବର୍ତ୍ତନ ହୋଇଛି ଓ ମୋଦି ଲହର ଏବେବି ଓଡିଶାରେ ରହିଛି, ସେଥିପାଇଁ ବିଜେପି ପୁରା ଆତ୍ମବିଶ୍ବାସରେ ରହିଛି।
ପିସିସି ସଭାପତିଙ୍କ ଦୃଢୋକ୍ତି ଯେ, ତାଙ୍କ ପାଖେ ୬୫ ହଜାର ଭୋଟ୍ ରହିଛି। ବିଜେପି, ବିଜେଡିକୁ ପଛରେ ପକାଇ ବାଜି ମାରିବ କଂଗ୍ରେସ। ଆଉ ପ୍ରଥମ ଥର ପାଇଁ ବିରୋଧୀ ସିଟ୍ ରେ ବସିଥିବା ବିଜେଡି କହିଛି ନୂଆପଡା ବିଜେଡିର ଥିଲା, ରହିବ। ଲୋକେ ବିଜେପିକୁ ଗ୍ରହଣ କରିବେନି କି ୨୪ ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମିଶାଇ ୬୫ ହଜାର ଭୋଟ୍ ଅଙ୍କ ଥିଓରୀ କାମ ଦେବନି। ତାସହ ଛିଗୁଲେଇ ପ୍ରଶ୍ନ କରିଛନ୍ତି, ସେମାନେ କଣ ଗାମାକ୍ସିନ୍ ଦେଇ ବାକ୍ସରେ ଭୋଟ୍ ରଖିଛନ୍ତ?
ଓଡିଶା ବିଧାନସଭାରେ ତିନି ବିଜେପି ସମର୍ଥିତ ସ୍ବାଧୀନ ବିଧାୟକଙ୍କୁ ମିଶାଇ ବିଜେପିର ସଂଖ୍ୟା ରହିଛି ୮୧। ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡି ପାଖରେ ଏବେ ୫୦ ବିଧାୟକ ଥିବାବେଳେ କଂଗ୍ରେସ ପାଖରେ ଅଛି ୧୪ ସିଟ୍। ରାଜନୈତିକ ଦୃଷ୍ଟିକୋଣରୁ ମୋହନ ସରକାର ପାଇଁ ଏହା ଏସିଡ ଟେଷ୍ଟ ଥିବାବେଳେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ। ପ୍ରାର୍ଥୀ ଭାବେ କଂଗ୍ରେସ ପାଖରେ ବଡ ଚେହେରା ଘାସିରାମ ମାଝୀ ଅଛନ୍ତି। ଯେଉଁଥିପାଇଁ ନୂଆପଡା ଉପନିର୍ବାଚନ ରୋଚକର ହେବ ବୋଲି ଆକଳନ କରାଯାଉଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/bypoll-nuapada-2025-09-28-20-12-43.jpg)