Advertisment

BJP National President: ବିଜେପି ନେତୃତ୍ବର ନୂଆ ନାଁ ନିତିନ ନବୀନ, ନୂଆପିଢ଼ି ପାଇଁ ନୂଆ ସମ୍ଭାବନା !

ଆଜି ଠାରୁ ବିଜେପିର ଆଉ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ନିତିନ ନବୀନ ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ନିତିନ ନବୀନଙ୍କ ନାଁ ଘୋଷଣା କରାଯାଇଛି ।

Nitin Nabin BJP National President

Nitin Nabin BJP National President Photograph: (OTV)

Advertisment

ବିଜେପି ନେତୃତ୍ବର ନୂଆ ନାଁ ନିତିନ ନବୀନ । ନୂଆପିଢ଼ି ପାଇଁ ‘ନିତିନ ନବୀନ’ ନୂଆ ସମ୍ଭାବନା ! ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଖୋଦ୍ ପିଏମ ମୋଦିଙ୍କ ପ୍ରସ୍ତାବକ ଥିଲେ ନିତିନ ନବୀନ ।

Advertisment

ତେଣୁ ଆଜି ଠାରୁ ବିଜେପିର ଆଉ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ନିତିନ ନବୀନ ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ନିତିନ ନବୀନଙ୍କ ନାଁ ଘୋଷଣା କରାଯାଇଛି । ଦିନ ୧୧ଟାରେ ବିଜେପି ମୁଖ୍ୟାଳୟରେ ୭୦୦ ପ୍ରତିନିଧି ଏକତ୍ରିତ ହୋଇ ନିତିନଙ୍କୁ ଗୁରୁଦାୟିତ୍ବ ଦେବାକୁ ସ୍ଥିର ହୋଇସାରିଇଛି ।

ହେଲେ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ନିତିନ ନବୀନଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଘୋଷଣା କରାଯିବ ଏବଂ ଦାୟିତ୍ବ ଦିଆଯିବ । 

Advertisment

ପୂର୍ବରୁ ନିତିନ ନବୀନଙ୍କ ରାଜନୀତି କ୍ୟାରିୟରେ ଲମ୍ବା ସଫଳତାର ଫର୍ଦ୍ଦ ରହିଛି । ୨୦୦୬ରେ ସେ ୱେଷ୍ଟ ପାଟନା ବିଧାନସଭା ଆସନ ଉପନିର୍ବାଚନ ଲଢ଼ିଥିଲେ । ମାତ୍ର ୨୬ ବର୍ଷ ବୟସରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୧୦ରୁ ବାଙ୍କିପୁରରୁ ଲଗାତାର ୪ ଥର ବିଜୟୀ ହୋଇଛନ୍ତି ।

ବିହାରରେ ଏନଡିଏ ସରକାରରେ ସଡକ ନିର୍ମାଣ, ଆଇନ, ନଗର ଉନ୍ନୟନ ଓ ହାଉସିଂ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ନିତିନଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିଲା ବିଜେପି । ତାଙ୍କ ରଣନୀତି ବଳରେ ପ୍ରଚଣ୍ଡ ବହୁମତ ସହ ସେଠାରେ ବିଜେପି ସରକାର କରିଥିଲା ।

Advertisment

ବରିଷ୍ଠ ଓ ଯୁବ ନେତୃତ୍ବଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାର ଦକ୍ଷତା ରଖିଛନ୍ତି ନିତିନ । ତାଙ୍କର ସାଂଗଠନିକ ଅଭିଜ୍ଞତା, ତୃଣମୂଳସ୍ତରରେ କାର୍ଯ୍ୟ କରିବା ଉପଲବ୍ଧି ଓ ପ୍ରଶାସନିକ ଦକ୍ଷତା ବଡ଼ ମାପକାଠି।

ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ନିତିନ ନବୀନ । ତାଙ୍କ ନାମାଙ୍କନ ବେଳେ ସପକ୍ଷରେ ୩୭ ସେଟ୍ ସମର୍ଥନର ପତ୍ର ଦାଖଲ ହୋଇଥିଲା । ଖୋଦ୍ ପିଏମ ମୋଦି ତାଙ୍କ ପ୍ରସ୍ତାବକ ଥିବାବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟର ନେତାଙ୍କ ସମର୍ଥନ ପତ୍ର ନିତିନଙ୍କ ସପକ୍ଷରେ ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ ।

ଗତବର୍ଷ ଡିସେମ୍ବର ୧୪ ତାରିଖରେ ନିତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା । 

PM Modi BJP National President Elected Nitin Nabin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ