Advertisment

Nitin Nabin Takes Charge as BJP Chief: ବିଜେପିରେ ‘ନବୀନ’ ଯୁଗ ଆରମ୍ଭ, ବିଧିବଦ୍ଧ ଭାବେ ଦାୟିତ୍ବ ନେଲେ ନିତିନ

ବିଜେପିରେ ଆରମ୍ଭ ହୋଇଛି ‘ନବୀନ’ ଯୁଗ। ନିତିନ ନବୀନ ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା ହେବା ସହିତ ସେ ଦାୟିତ୍ବ ଗ୍ରହଣ କରିଛନ୍ତି।

NITIN NAVEEN

NITIN NAVEEN Photograph: (OTV)

Advertisment

ବିଜେପିରେ ଆରମ୍ଭ ହୋଇଛି ‘ନବୀନ’ ଯୁଗ। ନିତିନ ନବୀନ ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା ହେବା ସହିତ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ବିଜେପିର ସବୁଠୁ ଯୁବ କ୍ୟାପଟେନ୍। 

Advertisment

ଗତକାଲି ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ତାଙ୍କ ସପକ୍ଷରେ ୩୮ ସେଟ୍ ନାମାଙ୍କନ ଦାଖଲ ହୋଇଥିଲା । ପ୍ରଧାନମନ୍ତରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଟପ୍ ନେତା ପ୍ରସ୍ତାବକ ଥିଲେ। 

ନିତିନଙ୍କ ଦାୟିତ୍ୱ ଗ୍ରହଣ ବିଜେପିର ସଂକଳ୍ପ ପର୍ବରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବଡ଼ ସେଲିବ୍ରେସନ ହୋଇଛି । ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି କର୍ମୀ। ବହୁ ନେତା-ମନ୍ତ୍ରୀ ସମତେ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ସମାରୋହରେ ସାମିଲ ହୋଇଛନ୍ତି । 

Advertisment

ପୂର୍ବ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର  ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନବନିର୍ବାଚିତ ବିଜେପି ଅଧ୍ୟକ୍ଷଙ୍କୁ ପୁଷ୍ପମାଳ ପକାଇ ସମ୍ୱର୍ଦ୍ଧ୍ୱନା ଜଣାଇଛନ୍ତି ।

PM Modi BJP BJP National President Nitin Nabin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ