Advertisment

Will BJD Split? ଦଳ ସଂପର୍କରେ ମତ ରଖିଲେ ନବୀନ, ବିଜେଡି ଭାଙ୍ଗିନି କି ଭାଙ୍ଗିବନି...

ବିଜେଡି ଭାଙ୍ଗିବ ବୋଲି ଗୁଜବ କରୁଛନ୍ତି କିଛି ରାଜନୈତିକ ଦଳ। ହେଲେ ବିଜେଡି ଥିଲା ଓ ରହିବ। ପୂର୍ବରୁ ଭାଙ୍ଗିନି କି ଏବେ ଭାଙ୍ଗିବନି। ବିଜେଡି ଜଣେ କିମ୍ବା ଦୁଇ ଜଣ ନେତାଙ୍କ ଦଳ ନୁହଁ, ବିଜେଡି ଓଡ଼ିଶାର ଭାବାବେଗ ସହ ଜଡ଼ିତ ବୋଲି କହିଛନ୍ତି ନବୀନ।

Naveen Patnaik

Naveen Patnaik Photograph: (OTV)

Advertisment

ଭାଙ୍ଗିବନି ବିଜେଡି। ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଦଳୀୟ ମଞ୍ଚରୁ କିଛି ଏଭଳି କହିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ଭାଙ୍ଗିବ ବୋଲି ଗୁଜବ କରୁଛନ୍ତି କିଛି ରାଜନୈତିକ ଦଳ। ହେଲେ ବିଜେଡି ଥିଲା ଓ ରହିବ। ପୂର୍ବରୁ ଭାଙ୍ଗିନି କି ଏବେ ଭାଙ୍ଗିବନି। ବିଜେଡି ଜଣେ କିମ୍ବା ଦୁଇ ଜଣ ନେତାଙ୍କ ଦଳ ନୁହଁ, ବିଜେଡି ଓଡ଼ିଶାର ଭାବାବେଗ ସହ ଜଡ଼ିତ ବୋଲି କହିଛନ୍ତି ନବୀନ।

Advertisment

ଏବେ ନୁହେଁ ୧୦୦ ବର୍ଷ ଯାଏଁ ଓଡ଼ିଆବାସୀଙ୍କ ସ୍ବର ଭାବେ ରହିବ ବିଜେଡି।...ଖାଲି ସେତିକି ନୁହେଁ ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଏବେ ଡବଲ ଇଞ୍ଜିନ ସରକାର ଚାଲିଛି କିନ୍ତୁ ବିକାଶ ହେଇନି। ୧୮ ମାସ ହେଲାଣି ସରକାରକୁ ତଥାପି ରାଜ୍ୟରେ ସରକାର ଥିବା ବେଳେ ଅନୁଭବ ହେଉନି।

ଚାଷୀ ସାର ପାଉନି, ମଣ୍ଡି ଖୋଲୁନି...ମିଶନ ଶକ୍ତି ମାଆ ହଇରାଣ ହେଉଥିବା ବେଳେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଛି। ନାବାଳିକାମାନେ ଆଦୌ ରାଜ୍ୟରେ ସୁରକ୍ଷିତ ନୁହନ୍ତି ବୋଲି କହି ସମାଲୋଚନା କରିଛନ୍ତି ନବୀନ।....

Advertisment

ସତରେ କଣ ଭାଙ୍ଗିଯିବ ବିଜେଡି ?

ଉପସ୍ଥିତ  ନେତା ଓ କର୍ମୀ ମାନଙ୍କୁ  ଉଦବୋଧନ ଦେଇ  ନବୀନ ପଟ୍ଟନାୟକ  କହିଲେ ଯେ  ଗଣତନ୍ତ୍ରରେ ହାରଜିତ ରହିଛି। କିନ୍ତୁ କିଛି ଲୋକ ଓ କିଛି ଦଳ ଏଵେ ବିଜୁ ଜନତା ଦଳକୁ ନେଇ  ଅପପ୍ରଚାର  କରୁଛନ୍ତି। ବିଜୁ ଜନତା ଦଳ ଭାଙ୍ଗିଯିବ  ବୋଲି ନାନା ଗୁଜବ ମଧ୍ୟ ସୃଷ୍ଟି  କରାଯାଉଛି। କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ।

ସାଢେ ଚାରି କୋଟି ଓଡିଶା ବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ।  ବିଜେଡି ରହିଛି  ଏବଂ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶା ବାସୀଙ୍କ ସ୍ୱର ହୋଇ ରହିବ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
 

Advertisment

ବିଜୁ ଜନତା ଦଳକୁ ଏକ ସଫଳ ଆଞ୍ଚଳିକ ଦଳ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ୧୯୯୭ରୁ ବିଜେଡି  ବିଜୁ ବାବୁଙ୍କ ଆଦର୍ଶରେ ଓଡିଶା ବାସୀଙ୍କ ସେବା କରିଚାଲିଛି । ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ  ବିଜେଡି ଶାସନ ଥିଲା ଓଡିଶାର ବିକାଶ ଇତିହାସର ସୁବର୍ଣ୍ଣ ଯୁଗ। 

ଯୁବକଙ୍କ ସହଯୋଗ ଲୋଡିଲେ ନବୀନ

ଯୁବ ସମାଜକୁ  ଦଳର ଅମୂଲ୍ୟ ସମ୍ପତ୍ତି  ଭାବରେ ବର୍ଣ୍ଣନା କରି ନବୀନ କହିଛନ୍ତି ଯେ ସେବା, ସଂଗ୍ରାମ ଓ ସ୍ୱାଭିମାନ  ବିଜେଡିର ମନ୍ତ୍ର। ବିକାଶ ଆମର ପରିଚୟ। ତେଣୁ ବିଜେଡିର ଯୁବ ବନ୍ଧୁ ମାନେ social media ରେ ସକ୍ରିୟ ରହିବା ସହ ଦଳ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରର ଫଳପ୍ରଦ ମୁକାବିଲା କରିବାକୁ  ଦଳର ସଭାପତି ଆହ୍ୱାନ ଦେଇଛନ୍ତି । ରାଜନୀତିରେ ଧୈର୍ଯ୍ୟ  ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି ।  

Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ