Advertisment

Big Shake-Up in Congress: ମୋକିମ୍ କଂଗ୍ରେସରୁ ବହିଷ୍କୃତ,  ପିସିସି ସଭାପତିଙ୍କ ପ୍ରସ୍ତାବକୁ AICCର ଅନୁମୋଦନ

ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଉପରେ ଆକ୍ସନ୍ । ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ମୋକିମ୍ । ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ AICC ଅନୁମୋଦନ  କରିଛି ।

Md Moquim

Md Moquim Photograph: (OTV)

Advertisment

ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଉପରେ ଆକ୍ସନ୍ । ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି ମୋକିମ୍ । ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ AICC ଅନୁମୋଦନ  କରିଛି । ସେ ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ କରି ସୋନିଆଙ୍କୁ ଚିଠି ଲେଖିଥିଲେ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ ।

Advertisment

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧିଙ୍କ ନେତୃତ୍ବକୁ ନେଇ ବି ସମାଲୋଚନା କରିଥିଲେ ମୋକିମ୍ । ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ବିବାଦକୁ ଆସିଥିଲେ ମୋକିମ୍ । ଏହି ଘଟଣା ପରେ ପିସିସି ସଭାପତି ଭକ୍ତ ଦାସ କହିଥିଲେ, ବିଜେପି ସମ୍ପର୍କରେ ଥିବା ନେତା ବିଜେପି ଯାଆନ୍ତୁ ।
କଂଗ୍ରେସ ନେତା ମୋକିମଙ୍କ ପାଇଁ ମହଙ୍ଗା ପଡ଼ିଲା ଦଳ ବିରୋଧରେ ମୁହଁ ଖୋଲିବା। ଶେଷରେ କାର୍ଯ୍ୟାନୁଷ୍ଠାନ ନେଲା ଏଆଇସିସି। 

ଚିଠିରେ ଝାଡ଼ିଥିଲେ ଅସନ୍ତୋଷ

ରାଜ୍ୟ କଂଗ୍ରେସର ଦୁର୍ବଳ ନେତୃତ୍ୱ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଥିଲେ ପୂର୍ବତନ ବିଧାୟକ ମୋକିମ୍। ସେ ଲେଖିଥିଲେ, ଲଗାତର ତିନି ତିନି ଥର ନିର୍ବାଚନରେ ପରାଜିତ ଭକ୍ତଙ୍କୁ ପିସିସି ସଭାପତି ନିଯୁକ୍ତି କରିବା ଦ୍ବାରା ସାଧାରଣ କର୍ମୀ ହତୋତ୍ସାହିତ ହୋଇଛନ୍ତି। ଜେପି ଆନ୍ଦୋଳନ ସମୟରେ ଗାନ୍ଧି ପରିବାରକୁ ସମାଲୋଚନା କରିଥିବା ଭକ୍ତଙ୍କ ବିଚାରଧାରା କଂଗ୍ରେସଠାରୁ ଭିନ୍ନ। ସେ ଓ ତାଙ୍କ ପୁଅ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନକୁ ଖୋଲାଖୋଲି ସମର୍ଥନ କରୁଛନ୍ତି। ଯେଉଁଥିପାଇଁ ଦଳର କାର୍ଯ୍ୟକର୍ତ୍ତା ଅସନ୍ତୋଷ ପ୍ରକାଶ କରୁଛନ୍ତି। କେବଳ ଏତିକି ନୂହେଁ ଭକ୍ତଙ୍କ ନେତୃତ୍ବରେ ନୂଆପଡ଼ା ଉପନିର୍ବାଚନରେ ଲଢିଥିବା କଂଗ୍ରେସ ୮୩ ହଜାର ଭୋଟରେ ପରାସ୍ତ ହେବା କର୍ମୀଙ୍କ ମନୋବଳକୁ କମାଇଛି।

Advertisment

ଯଦି ଖୋଦ୍ ନେତା ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଭରସା ଜିତି ପାରିବେନି ତାହେଲେ କର୍ମୀମାନେ ସ୍ବତଃପ୍ରବୃତ୍ତ ଭାବରେ ତାଙ୍କ ନେତୃତ୍ବ ଉପରେ ଆସ୍ଥା ହରାଇବେ। ଆଉ ରାଜ୍ୟରେ ଦଳକୁ ଦିଗଦର୍ଶନ ଦେବାରେ ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବେ। ଏହି ସ୍ଥିତି ଯୋଗୁଁ ରାଜ୍ୟରେ ତୃଣମୂଳ ସ୍ତରର କର୍ମୀ ଏବେ ଦିଶାହୀନ ହୋଇପଡିଛନ୍ତି। 

ଶରତଙ୍କୁ ବି ଛାଡ଼ିନଥିଲେ

ସେହିପରି ମୋକିମ୍ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। କେବଳ ଏହା ନୁହେଁ ମୋକିମ ଦଳୀୟ ନେତୃବୃନ୍ଦ ଓ ତୃଣମୂଳସ୍ତରୀୟ କର୍ମୀଙ୍କ ମଧ୍ୟରେ ବୃଦ୍ଧିପାଉଥିବା ଦୂରତା କଥାକୁ ଉଲ୍ଲେଖ କରିଥିଲେ। ବିଧାୟକ ଥିବା ବେଳେ ସେ କିଭଳି ୩ ବର୍ଷ ଯାଏ ରାହୁଲ ଗାନ୍ଧିଙ୍କୁ ଭେଟି ପାରି ନ ଥିଲେ ତାହା ଲେଖିଥିଲେ। ଏଥିସହିତ ବର୍ତ୍ତମାନର ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବୟସ କଥା ଉଠାଇ କଂଗ୍ରେସରେ ଯୁବ ନେତୃତ୍ୱର ଆବଶ୍ୟକତା ଥିବା କହିଥିଲେ ମୋକିମ୍।...

Advertisment

Congress Md Moquim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ