Bibhuti Jena Photograph: (OTV)
ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ନିଷ୍ପତ୍ତି। ଆଉ ଲଢ଼ିବେନି ନିର୍ବାଚନ। ଓଟିଭିକୁ ଏକ୍ସକ୍ଲୁଜିଭ ସାକ୍ଷତକାର ଦେଇ ଏହି ବଡ଼ ସୂଚନା ଦେଇଛନ୍ତି। କହିଛନ୍ତି, ନିର୍ବାଚନ ଲଢ଼ିବାର ଇଛା ନାହିଁ, ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବି।
ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ। ଏବେ ୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ଆଗକୁ ଆସିବା ଦରକାର। କିନ୍ତୁ ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ପାଳନ କରିବି ଏବଂ ସଂଗଠନ ମାର୍ଗୀ ହେବି। ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ପ୍ରସ୍ତୁତ କରି ସାରିଥିବା ସେ କହିଛନ୍ତି।
ଗଞ୍ଜାମରେ ବିଜେପି ଗତ ନିର୍ବାଚନରେ ବହୁତ ଭଲ କରିଛି । ଦଳ ପାଇଁ ଆମକୁ ବହୁତ କିଛି କରାଯିବାର ଅଛି । ସେ କହିଛନ୍ତି, ମୁଁ ଆଜି ଯାହା ହୋଇଛି ତାହା ମୋ ଦଳ ପାଇଁ । ମୁଁ ସଂଗଠନ ପାଇଁ କାମ କରିବି । ଦଳକୁ ଅଧିକ ମଜବୁତ କରିବାକୁ ପଡିବ । ଯୁବ ନେତୃତ୍ୱକୁ ଆମେ ବାଟ ଛାଡିବା ଦରକାର ବୋଲି ସେ କହିଛନ୍ତି ।
ସେ ଦଳ ଓ ଲୋକଙ୍କ ସହ ଯୋଡି ହୋଇ ରହିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ଆଜି ବିଜେପି ପାର୍ଟି ଅଫିସରେ ଅନୁଷ୍ଠିତ ବୈଠକରେ ଗଞ୍ଜାମରେ ସରକାର ଓ ଦଳ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଆଲୋଚନା ହୋଇଥିଲା ।
ଆଉ ନିର୍ବାଚନ ଲଢ଼ିବିନି: ବିଭୂତି ଜେନା
ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ନିଷ୍ପତ୍ତି; ଆଉ ନିର୍ବାଚନ ଲଢ଼ିବିନି କହିଲେ
ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି ଓଟିଭିକୁ ଦେଲେ ସୂଚନା
‘ନିର୍ବାଚନ ଲଢ଼ିବାର ଇଛା ନାହିଁ, ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ’
‘୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ଆଗକୁ ଆସିବା ଦରକାର’
‘କିନ୍ତୁ ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ପାଳନ କରିବି’
‘ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ପ୍ରସ୍ତୁତି କରି ସାରିଛି’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/07/bibhuti-jena-2026-02-07-17-00-30.jpg)