Advertisment

Bhadrak Politics Shake Up: ଭଦ୍ରକ ବିଜେଡିକୁ ୪୪୦ ଭୋଲ୍ଟ ଝଟକା, ଟେନସନ୍ ବଢାଇଲେ ମନମୋହନ

ଘଳିଆ ପଡିଛି ବିଜେଡିରେ। ଭାସିଗଲା ଦଳର ଭଦ୍ରକ ଗଡ଼। ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ସୁନାମି। ତିନି ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ଚିନ୍ତା ପ୍ରକଟ କଲେଣି ବରିଷ୍ଠ ବିଧାୟକ।

bjd-bjp

bjd-bjp Photograph: (OTV)

Advertisment

ଘଳିଆ ପଡିଛି ବିଜେଡିରେ। ଭାସିଗଲା ଦଳର ଭଦ୍ରକ ଗଡ଼। ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ସୁନାମି। ତିନି ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ଚିନ୍ତା ପ୍ରକଟ କଲେଣି ବରିଷ୍ଠ ବିଧାୟକ। ଅନ୍ୟପଟେ ଭଦ୍ରକ ରାଜନୀତିରେ ବିଜେଡି ହିଁ ବିଜେଡି ପାଇଁ କଣ୍ଟା ସାଜିଥିବା କଥା ସାମନାକୁ ଆସିବା ପରେ ଦଳୀୟ କନ୍ଦଳ ପଦାରେ ପଡିଛି। ଆଉ ଏହାରି ଭିତରେ ବିଜେପି ରାଜ୍ୟ ସଭାପତିଙ୍କ 'ନଦୀ ମିଶେ ସମୁଦ୍ର'ରେ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଆହୁରି ରୋଚକ କରିଛି।…

Advertisment

ଛିଡୁଛି ବିଜେଡି । ଭୁଶୁଡୁଛି ଗଡ଼ ପରେ ଗଡ଼ । ଦିନକରେ ବିଜେଡି ଛାଡିଲେ ତିନି ବ୍ଲକ୍ ଅଧ୍ୟକ୍ଷ । ଖୁବଶୀଘ୍ର ବିଜେପିରେ ମିଶିବାକୁ ବି ଇସାରା ।
ଭଦ୍ରକରେ ବିଜେଡିକୁ ଏକାଦିନେ ଲାଗିଛି ୪୪୦ ଭୋଲ୍ଟର ଝଟକା। ଗତକାଲି ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ ଓ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ ଦଳରୁ ଇସ୍ତଫା ଦେଇଛନ୍ତି। ଦଳଉପରେ ଅସନ୍ତୋଷ ଝାଡ଼ି ନିଜ ନିଜ ଇସ୍ତଫା ପତ୍ରକୁ ବିଜେଡି ଜିଲ୍ଲା ସଭାପତିଙ୍କୁ ପଠାଇଛନ୍ତି ତିନି ଅଧ୍ୟକ୍ଷ।

ଦିନେ ଶଙ୍ଖଦଳ ଗଡ ଥିବା ଭଦ୍ରକ, ସରକାର ଯିବାର ମାତ୍ର ୧୭ ମାସରେ ଭାଙ୍ଗି ଖଣ୍ଡ ଖଣ୍ଡ। ଏମିତିକି ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ ସ୍ପଷ୍ଟ କରିଛନ୍ତି ଯେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଘରେ ବସି ଆମେ ବିଜେଡି ଛାଡି ବିଜେପିରେ ମିଶିବାକୁ ଯାଉଛୁ। ଯାହା ଜିଲ୍ଲାରେ ବିଜେଡିର ନିଦ ହଜାଇ ଦେଇଛି। ଦଳର ବରିଷ୍ଠ ଉପସଭାପତି ପ୍ରଫୁଲ ସାମଲ ଭଦ୍ରକ ବିଜେଡିରେ ଘଳିଆ ପକାଉଛନ୍ତି କି ବୋଲି ପ୍ରଶ୍ନ ଘୁରି ବଲୁଥିବା ବେଳେ ପ୍ରଫୁଲ୍ଲଙ୍କର ଏନେଇ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଜନପ୍ରତିନିଧିମାନେ ଦଳ ଛାଡୁଥିବାରୁ ନେତୃତ୍ବ ଉପରେ ପ୍ରଶ୍ନ ଲଗାଇଲେଣି ବରିଷ୍ଠ। ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି ଦଳ ଉପରେ ଏହାର ନିଶ୍ଚିତ ପ୍ରଭାବ ପଡିବ। ଆଉ ଏତିକି ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବୟାନ ବିଜେଡି ଚିନ୍ତାକୁ ଆହୁରି ବଢ଼ାଇଦେଇଛି। ମନମୋହନ କହିଛନ୍ତି ନଦୀ ଆସିଥାଏ ସମୁଦ୍ରରେ ମିଶିବାକୁ। ସେଥିପାଇଁ ସମସ୍ତେ ବିଜେପି ମୁହାଁ। ଭଦ୍ରକର ଯେଉଁ ବ୍ଲକ୍ ଅଧ୍ୟକ୍ଷ ମାନେ ବିଜେଡି ଛାଡିଛନ୍ତି ସେମାନେ ବିଜେପିକୁ ଆସିବେ ବୋଲି ଇଙ୍ଗିତ ବି ଦେଇଛନ୍ତି ମନମୋହନ। କଂଗ୍ରେସ କହିଛି ଉଭୟ ଦଳ ନେତା ଅଦଳବଦଳର ଡ୍ରାମା କରୁଛନ୍ତି।...

ଭୁଶୁଡୁଛି ବିଜେଡି ଗଡ଼

ଦୁଇଦିନ ତଳେ ତାଳଚେର ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ଅସନ୍ତୁଷ୍ଟ ହୋଇ ବିଜେଡି ଛାଡି ବିଜେପିରେ ଯୋଗଦେଲେ। ନୂଆପଡା ଉପନିର୍ବାଚନ ପୂର୍ବରୁ ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ ଓ କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ବିଜେଡି ଛାଡି ବିଜେପିରେ ମିଶିଥିଲେ। କିଛି ଦିନ ତଳେ ଯାଜପୁର ଧର୍ମଶାଳାରେ ପଞ୍ଚାୟତ ପ୍ରତିନିଧିମାନେ ବିଜେଡି ଛାଡି ବିଜେପିରେ ସାମିଲ୍ ହୋଇଥିଲେ।

Advertisment

ସେହିପରି ଦୁଇମାସ ତଳେ ଧର୍ମଗଡ ବ୍ଲକ୍ ଅଧ୍ୟକ୍ଷା ବବିତା ପାଟ୍ଟଯୋଶୀ ବିଜେଡି ଛାଡି ବିଜେପିରେ ସାମିଲ୍ ହୋଇଥିଲେ। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡିର ନେତୃତ୍ବକୁ ଆଉ ବିଶ୍ବାସକୁ ନେଇପାରୁ ନାହାଁନ୍ତି ନେତା। ଯେଉଁଥିପାଇଁ ଏବେ ବିଜେପି ମୁହାଁ ବିଜେଡି ନେତା।... 
ଏବେ ଦେଖିବାର କଥା ବିଜେପି ସୁନାମିରେ ଭୁଶୁଡୁଥିବା ଗଡକୁ ରକ୍ଷା କରିବାରେ କେତେ ସଫଳ ହେଉଛି ବିଜେଡି। 

BJD BJP Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ