BJD Photograph: (OTV)
ସରିଲା ସବୁ ଆଶା, ବିଜେଡିକୁ ମନୋଜ ଭରସା ! ନୂଆପଡ଼ା ଜିତିବାକୁ କୋମନା କାର୍ଡ ଖେଳିଲା ବିଜେଡି ! ଭୋଟ୍ ଭାଗ ନକରିବାକୁ ଶଙ୍ଖ ଦଳର ବଡ଼ ଷ୍ଟ୍ରାଟେଜି !ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ, ଚଳଚଞ୍ଚଳ ରାଜ୍ୟର ୩ ପ୍ରମୁଖ ଦଳ । କଂଗ୍ରେସ ସବୁଠୁ ଆଗ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇ ସାରିଛି ।
ବିଜେପି ବି ବିଜେଡିର ଆଶାବାଡ଼ି ଜୟ ଢ଼ୋଲକିଆଙ୍କୁ ଛଡ଼ାଇନେଇ ନିଜ ଦଳରେ ସାଇତି ରଖିଛି । ଆଉ ପ୍ରାର୍ଥୀ କରିବାକୁ ଚୂଡ଼ାନ୍ତ କରିଛି । ଏପରି ସମୟରେ ବିଜେଡି ପାଇଁ ସାହାରା ସାଜିଛନ୍ତି ମନୋଜ ମିଶ୍ର । ମନୋଜଙ୍କୁ ଦଳ ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇବା ଏକ ପ୍ରକାର ନିଶ୍ଚିତ । ତେବେ ମନୋଜଙ୍କୁ କାହିଁକି ବିଜେଡି ପ୍ରାର୍ଥୀ କଲା ? କଂଗ୍ରେସର ଘାସିରାମ ମାଝୀ ନୂଆପଡ଼ା ବ୍ଲକର । ବିଜେପିର ଜୟ ଢୋଲକିଆ ଖରିଆର ରୋଡର । ଆଉ ବିଜେଡିର ମନୋଜ ମିଶ୍ର ହେଉଛନ୍ତି କୋମନା ବ୍ଲକ ବାସିନ୍ଦା । ଉଭୟ ଜୟ ଢୋଲକିଆ ଓ ଘାସିରାମ ମାଝୀ ଦୁଇଟି ବ୍ଲକର ହୋଇଥିବାରୁ ବିଜେଡି ଭାବିଛି ନୂଆପଡ଼ା ଭୋଟ୍ ବିଭାଜନ ହେବ । ଆଉ ସେ ସବୁର ଫାଇଦା ନେବ ବିଜେଡି ।
କୋମନା ବ୍ଲକର ସବୁ ଭୋଟ୍ ନିଜ ହାତରେ ରଖିବ । କାରଣ କୋମନାରେ ୨ଥର ବ୍ଲକ ଚେୟାରମ୍ୟାନ୍ ଥିଲେ ମନୋଜ । ଆଉ ୨୦୨୪ରେ ବି ଜିଲ୍ଲା ସଭାପତି । ହେଲେ ବିଜେପି ମନୋଜଙ୍କୁ ନେଇ ତାର ରଣନୀତି ପ୍ରସ୍ତୁତ କରିସାରିଛି । ଆଉ ସବୁଠାରୁ ବଡ଼ କଥା ହେଉଛି,. ବସନ୍ତ ପଣ୍ଡା ହୁଅନ୍ତୁ କି ପ୍ରସନ୍ନ ପାଢ଼ୀଙ୍କ ଭଳି ନେତା ମନୋଜଙ୍କୁ ଚେକ୍ ଦେବାକୁ ଅନାଇ ବସିଛନ୍ତି । ଆଉ ଲଢ଼େଇ ପାଇଁ ଆହ୍ବାନ ବି ଦେଇଛନ୍ତି ବସନ୍ତ…
ମନୋଜଙ୍କୁ ପ୍ରାର୍ଥୀ କରିବା ନେଇ ବିଜେଡି ବୈଠକ ବସିଛି । ଖରିଆରରୋଡର ଏକ ହୋଟେଲରେ ବିଜେଡିର କିଛି ତୁଙ୍ଗ ନେତା ବସି ପ୍ରାର୍ଥୀ ଚୟନ ସହ ନିର୍ବାଚନୀ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ହେଲେ ସବୁଠାରୁ ବଡ଼ କଥା ହେଉଛି, ବିଜେଡିର ଭାବୀ ପ୍ରାର୍ଥୀ ମନୋଜ ମିଶ୍ରଙ୍କ ଉପରେ ତୁଙ୍ଗ ନେତାଙ୍କ ଭରସା ପାଉନି । ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି, ନବୀନଙ୍କ ନେତୃତ୍ବ ପଛରେ ଲୋକ ଦୃଢ଼ ଭାବେ ଛିଡ଼ା ହେବେ କୌଣସି ବ୍ୟକ୍ତି ପଛରେ ନୁହେଁ ।
ତେବେ ବିଜେଡିର ପ୍ରଥମ ପ୍ଲାନ୍ ଜୟ ଢୋଲକିଆଙ୍କୁ ବିଜେପି ଭଣ୍ଡୁର କରିଛି । ଅନୁକମ୍ପାମୂଳକ ଭୋଟକୁ ଛଡ଼ାଇ ନେଇଛି । ଆଉ ଏବେ କୋମନା ବ୍ଲକର ଭୋଟ୍ କିଭଳି ବିଜେପି ଅକ୍ତିଆରକୁ ଆଣୁଛି ତା’ ଦେଖିବାକୁ ବାକି…
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/14/bjd-2025-10-14-19-11-13.jpg)