Advertisment

Backlash for Words: ହରଡ଼ ଘଣାରେ ବିଜେଡି ନେତା ମନ୍ମଥ ରାଉତରାୟ, ମହଙ୍ଗା ପଡ଼ିଲା ପିଏମ୍ ଓ ସିଏମଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ

ଅକଳରେ ବିଜେଡି ନେତା ମନ୍ମଥ ରାଉତରାୟ। ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ। ସାଇବର ଥାନାରେ ଏତଲା ପରେ ରୁଜୁ ହେଲା ମାମଲା, ଲାଗିଛି ସଂଗୀନ ଦଫା।

Manmath Routray

Manmath Routray Photograph: (OTV)

Advertisment

ଅକଳରେ ବିଜେଡି ନେତା ମନ୍ମଥ ରାଉତରାୟ। ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ। ସାଇବର ଥାନାରେ ଏତଲା ପରେ ରୁଜୁ ହେଲା ମାମଲା, ଲାଗିଛି ସଂଗୀନ ଦଫା। ଗତ ନୂଆପଡ଼ା ଉପ-ନିର୍ବାଚନବେଳେ ମନ୍ମଥ କରିଥିବା ତାଚ୍ଛଲ୍ୟ ବିରୋଧରେ ଆଇନର ଆଶ୍ରୟ ନେଇଛି ବିଜେପି ଲିଗାଲ ସେଲ। ମନ୍ମଥଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେପି ବିଧାୟକ ବାବୁ ସିଂ ଦାବି କରିଥିବାବେଳେ ମନ୍ମଥ କହିଛନ୍ତି ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ।...

Advertisment

ହରଡ଼ ଘଣାରେ ବିଜେଡି ନେତା ମନ୍ମଥ ରାଉତରାୟ । ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ।
ମନ୍ମଥଙ୍କ ବିରୋଧରେ ସାଇବରେ ଥାନାରେ ଏତଲା । ମାମଲା ରୁଜୁ ହେଲା, ଲାଗିଛି ପାଞ୍ଚ ପାଞ୍ଚଟି ସଂଗୀନ ଦଫା...

ମନ୍ମଥଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ବାବୁ ସିଂ

ଗତ ନୂଆପଡ଼ା ଉପନିର୍ବାଚନ ବେଳେ କେମିତି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତି ନିଚ୍ଚ ସ୍ତରକୁ ଖସି ଆସି ଆକ୍ଷେପ କରିଥିଲେ ମନ୍ମଥ ।
ଯାହାକୁ ନେଇ ସୋସିଆଲ୍ ମିଡିଆରେ ମନ୍ମଥଙ୍କୁ ଅନେକ ଗାଳିମନ୍ଦ ବି ହୋଇଛି। ଆଉ ଶେଷରେ ଏଭଳି ଆପତ୍ତି ଜନକ ମନ୍ତବ୍ୟକୁ ନେଇ ମନ୍ମଥଙ୍କ ବିରୋଧରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲା ବିଜେପି ଲିଗାଲ ସେଲ୍ । ସେହି ଅଭିଯୋଗ ଆଧାରରେ ହୋଇଛି ମାମଲା... । ମନ୍ମଥଙ୍କ ନାଁରେ ଲାଗିଛି ବିଏନଏସ୍ 294(2) ଏବଂ 296 ଅର୍ଥାତ୍ ଆପତ୍ତିଜନକ ମନ୍ତବ୍ୟ ଦେବା, ବିଏନଏସ 353(2) ଅର୍ଥାତ୍ ମିଛ ଗୁଜବ ତିଆରି କରିବା ଓ ବିଏନଏସ 356(2) ସମ୍ମାନହାନି। ଏଥି ସହ ଆଇଟି ଆକ୍ଟ 67 ବି ଲାଗିଛି ମନ୍ମଥଙ୍କ ବିରୋଧରେ। ବିଜେପି ବିଧାୟକ ବାବୁ ସିଂ କହିଛନ୍ତି- ମନ୍ମଥଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ତେଣେ ମନ୍ମଥ କହିଛନ୍ତି ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ।...

Advertisment

ଚର୍ଚ୍ଚାରେ ରହିବାକୁ ବିଭିନ୍ନ ସମୟରେ ଗଣମାଧ୍ୟମରେ ତାଚ୍ଛଲ୍ୟ ଓ ଆକ୍ଷେପ କଲା ଭଳି ମତ ଓ ମନ୍ତବ୍ୟ ରଖିଥାନ୍ତି ବିଜେଡି ନେତା ମନ୍ମଥ ରାଉତରାୟ। ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ବି ଚର୍ଚ୍ଚାରେ ଥାଆନ୍ତି ମନ୍ମଥ। ଖାଲି ବିରୋଧୀ ନୁହଁନ୍ତି ନିଜ ଦଳର ପାଣ୍ଡିଆନ ବିରୋଧୀ ଗୋଷ୍ଠୀକୁ ବି କଡା ନିଶାନା କରିବାକୁ ପଛାନ୍ତିନି। ତେବେ ରାଜନୀତିରେ ବିରୋଧୀଙ୍କୁ ଆଟାକ ଓ କାଉଣ୍ଟର କରାଯିବା ସ୍ୱାଭାବିକ କଥା ହୋଇଥିବାବେଳେ ଶାଳୀନତା ଉଲଂଘନ ଠିକ୍ ନୁହେଁ ବୋଲି ଆଇନଜୀବୀ କହିଛନ୍ତି। ଲାଗିଥିବା ଦଫା ମନ୍ମଥଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି କହିଛନ୍ତି।...
ଏବେ ଦେଖିବାର କଥା ବିଜେଡି ନେତା ମନ୍ମଥଙ୍କ ବିରୋଧରେ ପୋଲିସର ଆଭିମୁଖ୍ୟ କଣ ରହୁଛି ? କି କାର୍ଯ୍ୟନୁଷ୍ଠାନ ହେଉଛି ?

Case manmath routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ