Advertisment

BJP Strengthens Base in Nuapada: ନୂଆପଡାରେ ବିଜେପିର ‘ଶଙ୍ଖଶୂନ୍ୟ ଅଭିଯାନ’, ଲମ୍ବୋଦରଙ୍କ ସହ ୫୫ ସମିତି ସଭ୍ୟକୁ ପଦ୍ମ ଧରାଇଲା ବିଜେପି

ନୂଆପଡାରେ ବିଶାଳ କାର୍ଯ୍ୟକ୍ରମ କରି ପାୱାର ଶୋ କଲା ବିଜେପି। ୨୦୨୪ର ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ସହ ୫୫ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ସାମିଲ କରି ବିଜେଡି-କଂଗ୍ରେସକୁ କଡା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ଏହି ସଭା ଦେଖି ଡରି ଯାଇଥିବେ ଦୁଇ ବିରୋଧୀ ଦଳ।

BJP

BJP Photograph: (OTV)

Advertisment

ଜୟ ଢୋଲକିଆଙ୍କୁ ବିଜେଡି ନେତା ପୋଷ୍ୟ ପୁତ୍ର କହିବା ଏବଂ ନବୀନ ବାବୁ ଏହା ଉପରେ ଚୁପ୍ ରହିବାକୁ ନେଇ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଏହାର ଜବାବ ନୂଆପଡା ବାସୀ ଦେବେ।...
କାଲି ଖାଲି ହୋଇଥିଲା କୋମନା, ଆଜି ନୂଆପଡା। ମୋହନ କଲେ ବଡ ପାୱାର ଶୋ। ନୂଆପଡାର ୫୫ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଗେରୁଆ କ୍ୟାମ୍ପରେ କଲେ ସାମିଲ। ଶୋ ପୂର୍ବରୁ ପଦ୍ମ ଧରିଲେ ୨୦୨୪ ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ । ଆଉ ବିଜୟ ସଙ୍କଳ୍ପ ସମାବେଶ ମଞ୍ଚରୁ ବିଜେଡି ଏବଂ କଂଗ୍ରେସକୁ କଡା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି, ଏ ବିଶାଳ ସମାବେଶ ଦେଖି ବିଜେଡି ଛାତିରେ ଛନକା ପଶି ଯାଇଥିବ, କଂଗ୍ରେସ ବି ଭୟରେ ଥିବ। ଏ ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ।

Advertisment

ଏହା ସହ କହିଛନ୍ତି, ନୂଆପଡ଼ାର ଦାୟିତ୍ୱ ମୁଁ ନେବି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରି କହିଛନ୍ତି, ସେତେବେଳେ ବାଲେଶ୍ବର, ଧାମନଗର, ପଦ୍ମପୁର, ବିଜେପୁର ଓ ଝାରସୁଗୁଡା ଉପନିର୍ବାଚନରେ ଦାୟିତ୍ୱ ନେବି ବୋଲି କହିଥିଲେ ନବୀନ। ହେଲେ ନିର୍ବାଚନ ସରିଲେ ଦାୟିତ୍ୱ ସରିଯାଏ। କିନ୍ତୁ ଆମେ କଥା ଦେଇ କଥା ରଖୁ। ୨୪ ବର୍ଷ ସରକାର କରି ପାରି ନଥିଲେ ଆମେ ୨୪ ମିନିଟର କ୍ୟାବିନେଟରେ ଏହା କରି ପାରିଛୁ।

ରାଜେନ୍ଦ୍ର ଢୋଲକିଆ ମନ୍ତ୍ରୀ ଥିଲେ, କିନ୍ତୁ...

ଦିବଂଗତ ରାଜେନ୍ଦ୍ର ଢୋଲକିଆଙ୍କୁ ମନେ ପକାଇ ସିଏମ୍ କହିଥିଲେ, ମୁଁ ବିଧାୟକ ଥିବା ବେଳେ ଅନେକ କାମରେ ଯାଏ ରାଜେନ୍ଦ୍ର ଭାଇଙ୍କ ପାଖକୁ । ହେଲେ ସେ ନିଜର ଅସହାୟତା ପ୍ରକାଶ କରନ୍ତି। କହୁଥିଲେ, ମନ୍ତ୍ରୀ ସିନା ହୋଇଛି। ହେଲେ କାମ ତୃତୀୟ ମହଲାରୁ ହୁଏ । ଏବେ ତାଙ୍କର ଅଧୁରା ସ୍ବପ୍ନକୁ ପୁରଣ କରିବା ପାଇଁ ତାଙ୍କ ପୁତ୍ର ଆଗକୁ ଆସିଛନ୍ତି। ବିଜେଡି ନେତାମାନେ ଜୟଙ୍କ ବାବଦରେ ବ୍ୟକ୍ତିଗତ ଆକ୍ଷେପ କଲେ। ଜୟଙ୍କ ଦେହରେ ରାଜେନ୍ଦ୍ରଙ୍କ ରକ୍ତ ନାହିଁ ବୋଲି କହିଲେ। ଆଉ ନବୀନ ବାବୁ ଏ ଘୃଣ୍ୟ ଟିପ୍ପଣୀକୁ ନନ୍ଦା କଲେ ନାହିଁ। ନୂଆପଡାବାସୀ ଏହାର ଜବାବ ନିର୍ବାଚନରେ ଦେବେ।

Advertisment

ସେହିପରି ବିଜେଡି ପ୍ରାର୍ଥୀଙ୍କୁ ଟାର୍ଗେଟ କରି ମୋହନ କହିଛନ୍ତି, ବିଜେଡି ବିଧାୟକ ପ୍ରାର୍ଥୀ ପାଇଲେ ନାହିଁ, ପଡୋଶୀ ଜିଲାରୁ ପ୍ରାର୍ଥୀ ଖୋଜି ଛିଡା କରାଇଛନ୍ତି। ବାହାର ଜିଲା ପ୍ରାର୍ଥୀଙ୍କୁ ଏଠି ଗ୍ରହଣ କରନ୍ତି ନାହିଁ। ସେହି କାରଣ ପାଇଁ ୨୦୨୪ରେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ। 

ଆଜିର ସମାବେଶ ପୂର୍ବରୁ ବିଜେଡିକୁ ବଡ ଝଟକା ଦେଇଥିଲା ବିଜେପି । ଜିଲ୍ଲାର ଟାଣୁଆ ବିଜେଡି ନେତା ତଥା ସଂଗଠକ ଲମ୍ବୋଦର ନିଆଲଙ୍କୁ ହଠାତ୍ ଜୟ ଢୋଲକିଆଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ପରେ ସେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମନ୍ତ୍ରୀ ବିଭୂତି ଜେନାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ । ଦୀର୍ଘ ଦିନ ଧରି ବିଜେଡିରେ ଥିବା ଲମ୍ବୋଦର ନୂଆପଡା ଜିଲ୍ଲାର ତୃଣମୂଳସ୍ତରର ସଂଗଠକ ଭାବେ ବେଶ୍ ଜଣାଶୁଣା । ସେ ୨୦୧୪ ଓ ୧୯ରେ ଖଡିଆଳରୁ ବିଧାୟକ ପ୍ରାର୍ଥୀ ଏବଂ ୨୦୨୪ରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଭାବେ ଲଢିଥିଲେ । ଲମ୍ବୋଦର ଯାଦବ ସମାଜରୁ ଆସୁଥିବାରୁ ତାଙ୍କ ହାତରେ ଭୋଟ୍ ବ୍ୟାଙ୍କ ଥିବା କୁହାଯାଉଛି । ସେହିପରି ଖରିଆର ରୋଡ ଏନଏସିର ଉପାଧ୍ୟକ୍ଷଙ୍କ ସହ ୯ ଜଣ କାଉନସିଲର ମଧ୍ୟ ବିଜେପିରେ ମିଶିଛନ୍ତି । 

Advertisment

ଆସନ୍ତା ୧୮ ତାରିଖରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ୧୯ରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନାମାଙ୍କନ ଦାଖଲ କରିବାକୁ ଥିବା ବେଳେ ୨୦ ତାରିଖରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ।... 

BJP Nuapada Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ