Advertisment

Big Setback for Naveen: ନବୀନଙ୍କୁ ଜୋରଦାର ଝଟକା: ହାତରୁ ଖସିଲା ଆଉ ଏକ ଆସନ, ଏବେ...

ନବୀନଙ୍କୁ ଜୋରଦାର ଝଟକା । ବିଧାନସଭାରେ ଦୁର୍ବଳ ହେଲା ବିଜେଡି ! ଶଙ୍ଖ ସୁପ୍ରିମୋଙ୍କ ହାତରୁ ଖସିଗଲା ଆଉ ଏକ ଆସନ । ୨୦୨୪ ନିର୍ବାଚନରେ ବିଜେଡି ୫୧ଟି ବିଧାନସଭା ଆସନ ଜିତି ବିରୋଧୀ ଆସନରେ ବସିଥିଲା ।

BJD

BJD Photograph: (OTV)

Advertisment

ନବୀନଙ୍କୁ ଜୋରଦାର ଝଟକା । ବିଧାନସଭାରେ ଦୁର୍ବଳ ହେଲା ବିଜେଡି ! ଶଙ୍ଖ ସୁପ୍ରିମୋଙ୍କ ହାତରୁ ଖସିଗଲା ଆଉ ଏକ ଆସନ । ୨୦୨୪ ନିର୍ବାଚନରେ ବିଜେଡି ୫୧ଟି ବିଧାନସଭା ଆସନ ଜିତି ବିରୋଧୀ ଆସନରେ ବସିଥିଲା । ଆଉ ବିଜେପି ୭୮ ଆସନରେ ବିଜୟ ଲାଭ କରି ନୂଆକରି ସରକାର ଗଢ଼ିଥିଲା ।

Advertisment

ହେଲେ ଏବେ ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଏ ଗଡ଼କୁ ଅକ୍ତିଆର କରିଛି ବିଜେପି । ଫଳରେ ବିଜୁ ଜନତା ଦଳର ୫୧ ବିଧାୟକ ସଂଖ୍ୟା ୫୦କୁ ଖସିଛି । ୨୪ ନିର୍ବାଚନରେ ନବୀନଙ୍କୁ ବଡ଼ ଝଟକା ଲାଗିଥିଲା । ହେଲେ ୨୫ ଉପ-ନିର୍ବାଚନ ବିଜେଡିକୁ ଆହୁରି ଭାରି ପଡ଼ିଛି । ରାଜ୍ୟରେ ଧୀରେ ଧୀରେ ବିଜେପିର ଶକ୍ତି ବୃଦ୍ଧି ହେଉଥିବା ବେଳେ ବିଜେଡି ଦୁର୍ବଳ ହେବାରେ ଲାଗିଛି । 

ବିଜେଡି ସରକାର ଥିବା ସମୟରେ ନବୀନଙ୍କୁ ବିଧାନସଭାରେ ସେତେଟା ଦେଖିବାକୁ ମିଳୁନଥିଲା । ସରକାର ଯିବା ପରେ ମଧ୍ୟ ବିରୋଧୀ ଦଳ ନେତା ହୋଇ ନବୀନ ବିଧାନସଭାକୁ ସବୁବେଳେ ଆସୁନାହାନ୍ତି ।

Advertisment

ଏପରିକି ବିଜେଡିର ବିଧାୟକ ମାନେ ବିଭିନ୍ନ ପ୍ରସଙ୍ଗରେ ଗୃହରେ ସରକାରଙ୍କୁ ଘେରିଲାବେଳେ ବି ନବୀନଙ୍କ ଦେଖା ମିଳୁନି । ତା’ ସହ ନବୀନଙ୍କ ସ୍ବାସ୍ଥ୍ୟ ଖରାପ, ଦିଲ୍ଲୀରେ ମାସ ମାସ ଧରି ରହିବା, ଦଳ ଭିତରେ ଏବେ ବି ପାଣ୍ଡିଆନ ଶାସନ, ଆଉ ନେତାମାନଙ୍କ ସହ ସିଧାସଳଖ ଆଲୋଚନା ନକରିବା ବିଜେଡିକୁ ଭାରି ପଡ଼ିଥିବା କୁହାଯାଉଛି । ଫଳରେ ୨୪ ବର୍ଷ ଧରି ସରକାରରେ ରହି ଆସିଥିବା ଦଳ ଏବେ ଧୀରେ ଧୀରେ ଶକ୍ତିହୀନ ହେବାକୁ ବସିଲାଣି । 

ନୂଆପଡ଼ା ଉପନିର୍ବାଚନରେ ବମ୍ପର ବିଜୟ ହାସଲ କରିଛି ବିଜେପି । ବାପା ରାଜୁ ଢୋଲକିଆ ଯାହା କରିପାରିନଥିଲେ, ତାହା କରି ଦେଖାଇଛନ୍ତି ପୁଅ ଜୟ ଢୋଲକିଆ । ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ମାନଙ୍କ ଠାରୁ ବିରାଟ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରି ନୂଆ ଇତିହାସ ଲେଖିଛି ବିଜେପି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିଜେଡି ବିଜେପିକୁ ଚେକ୍ ଦେବାକୁ କେଉଁ ପନ୍ଥା ଆପଣାଉଛି ତାହା ଦେଖିବାକୁ ବାକି । 
 

Advertisment

Naveen Patnaik BJD Nuapada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ