Sunetra Pawar Photograph: (OTV)
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର। ଦିବଂଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ହେଲେ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନରେ ଆୟୋଜିତ ଏକ ଶପଥ ଗ୍ରହଣ ସମାରୋହରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପଦ ସହ ତାଙ୍କ ହାତରେ କ୍ରୀଡ଼ା ଓ ଅବକାରୀ ବିଭାଗ ମଧ୍ୟ ରହିବା ନେଇ ଚର୍ଚ୍ଚା ହେଉଛି। ଏନସିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ମେଣ୍ଟ ସରକାରରେ ଅର୍ଥ ମନ୍ତ୍ରାଳୟ ଏବେ ଅସ୍ଥାୟୀ ଭାବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହାତରେ ରହିବ। ରାଜ୍ୟସଭା ସାଂସଦ ଥିବା ସୁନେତ୍ରା ସାଂସଦ ପଦରୁ ଇସ୍ତଫା ଦେଇଥିବା ଏନସିପି ସୂତ୍ରରୁ ଜଣାପଡିଛି ।
ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ତାଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରାଯାଥିଲା । ତିନି ଦିନ ତଳେ ମହାରାଷ୍ଟ୍ର ବାରାମତୀରେ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ମୃତ୍ୟୁ ଘଟିଥିଲା। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/sunetra-pawar-2026-01-31-18-34-42.jpg)