Rajya Sabha Polls Photograph: (OTV)
ଆଜି ରାଜ୍ୟସଭା ନିର୍ବାଚନ ନାମାଙ୍କନ ଦାଖଲର ଶେଷଦିନ। ଆଜି ଶେଷଦିନରେ ମୋଟ ୫ ପ୍ରାର୍ଥୀ ନାମାଙ୍କନ ଭରିବେ। ପ୍ରଥମ ଦୁଇ ଆସନ ପାଇଁ ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଥିବାବେଳେ ତୃତୀୟ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ସଂତୃପ୍ତ ମିଶ୍ର।
ତେବେ ଚତୁର୍ଥ ଆସନ ପାଇଁ ଏଥର ହେବ ରୋଚକ ଲଢେଇ। କାରଣ ଚତୁର୍ଥ ଆସନରେ ବିଜେଡି କମନ୍ କ୍ୟାଣ୍ଡେଟ୍ ଭାବେ ଦତ୍ତ୍ବେଶ୍ବର ହୋତାଙ୍କ ନାଁ ଘୋଷଣା କରିଥିବାବେଳେ ସମର୍ଥନ ଘୋଷଣା କରିଛି କଂଗ୍ରେସ। ଏପଟେ ଚତୁର୍ଥ ସିଟ୍ ପାଇଁ ବିଜେପି ସମର୍ଥନ ସହ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦିଲ୍ଲୀପ ରାୟ। ଏଭଳି ସ୍ଥଳେ ଦିଲ୍ଲୀପ ବନାମ ଦତ୍ତେଶ୍ବର ଲଢେଇରେ ରୋଚକ ଚିତ୍ର ଦେଖିବାକୁ ମିଳିପାରେ।
ସଂଖ୍ୟା ଦୃଷ୍ଟିରୁ ୪ ଆସନରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ପାଇଁ ସ୍ଥିତି ସୁବିଧାଜନକ ରହିଛି। କିନ୍ତୁ ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ କେବଳ ଚତୁର୍ଥ ଆସନ ନୁହେଁ ତୃତୀୟ ଆସନ ପାଇଁ ଦାବିଦାର ଥିବା ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ପାଇଁ ବି ଅଡୁଆ ସ୍ଥିତି ସୃଷ୍ଟି ହୋଇପାରେ। ବିଜେଡି ଓ କଂଗ୍ରେସକୁ ଘାରିଛି କ୍ରସ୍ ଭୋଟିଂ ଭୟ।
ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ ହେବ। ସେହିଦିନ ଅପରାହ୍ଣ ୫ଟାରେ ଭୋଟ୍ ଗଣତି ହୋଇ ଫଳ ପ୍ରକାଶିତ ହେବ। ଓଡ଼ିଶାର ୪ ଆସନ ସମେତ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେଉଛିି ନିର୍ବାଚନ।...
ଆଜି ୫ ପ୍ରାର୍ଥୀ ନାମାଙ୍କନ ଭରିବେ
ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ
ତୃତୀୟ ଆସନ ପାଇଁ ବିଜେଡିର ସଂତୃପ୍ତ ମିଶ୍ର ପ୍ରାର୍ଥୀ
ଚତୁର୍ଥ ଆସନ ପାଇଁ ଏଥର ହେବ ରୋଚକ ଲଢେଇ
ବିଜେଡି ଓ କଂଗ୍ରେସ କମନ୍ ପ୍ରାର୍ଥୀ ଦତ୍ତେଶ୍ବର
ବିଜେପି ସମର୍ଥିକ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ
ବିଜେଡି ଓ କଂଗ୍ରେସକୁ ଘାରିଛି କ୍ରସ୍ ଭୋଟିଂ ଭୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/05/rajya-sabha-polls-2026-03-05-09-59-37.jpg)