karnataka Photograph: (OTV)
ବ୍ରେକଫାଷ୍ଟ ମିଟିଂରେ ତୁଟିଲା କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଦରମୈୟା-ଶିବକୁମାର କଳି। ମିଶିଲା ମନ, ତୁଟିଲା କି କ୍ଷମତା କନ୍ଦଳ ? ଏହାକୁ ନେଇ କର୍ଣ୍ଣାଟକ ରାଜନୀତିରେ ହଟଚମଟ ଦେଖାଦେଇଛି। ସୋସିଆଲ ମିଡିଆ ୱାର ପରେ ସିଏମ୍ ସିଦ୍ଦରମୈୟା ଓ ଡେପୁଟି ଶିବକୁମାରଙ୍କ ମଧ୍ୟରେ ତାଳି ପକାଇବାକୁ ଉଦ୍ୟମ କରିଥିଲେ କଂଗ୍ରେସ ହାଇକମାଣ୍ଡ।
ଏହାପରେ ଆଜି ସକାଳେ ସିଦ୍ଦରମୈୟାଙ୍କ ନିମନ୍ତ୍ରଣରେ ପ୍ରାତଃ ଭୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ ଡିକେ। ଦୁହେଁ ଏକାଠି ହସି ହସି ଜଳଖିଆ ଖାଇଥିଲେ। ଏହାପରେ ଦୁହେଁ ମିଳିତ ପ୍ରେସମିଟ୍ କରିଛନ୍ତି। ଦିଲ୍ଲୀରୁ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ସିଦ୍ଦରମୈୟା ଏଭଳି ଆଭିମୁଖ୍ୟ ନେଇଥିବା କୁହାଯାଉଛି।
୨୦୨୩ରେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତା ଦଖଲ ପରେ ଏଠାରେ ମୁଖ୍ୟମନ୍ତ୍ରୀ ପଦ ଫିପଟି ଫିପଟି ଭାଗିଦାରୀରେ ହେବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମ ଅଢେଇ ବର୍ଷ ସିଦ୍ଦରମୈୟା ଓ ଦ୍ବିତୀୟ ପାଳିରେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାର ଥିଲା। କିନ୍ତୁ ସିଦ୍ଦରମୈୟା ପଦବୀ ଛାଡୁ ନଥିବାରୁ ଏହାକୁ ନେଇ ସୋସିଆଲ ମିଡିଆରେ ଏକ୍ସରେ ମନ୍ତବ୍ୟ ରଖିଥିଲେ ଡିକେ। ଯାହାକୁ କାଉଣ୍ଟର କରିଥିଲେ ସିଦ୍ଦରମୈୟା। ପରେ ଏହାକୁ ନେଇ ରାଜନୀତି ଜୋର ଧରିବାରୁ କଂଗ୍ରେସ ହାଇକମାଣ୍ଡ ଏବେ ମୁଣ୍ଡ ଖେଳାଇଛନ୍ତି।...
ତୁଟିଲା କଳି, ମିଶିଲା ମନ !
ମିଶିଲା କି ସିଦ୍ଦରମୈୟା-ଶିବକୁମାର ମନ !
ବ୍ରେକଫାଷ୍ଟ ମିଟିଂ ପରେ ମିଳିତ ପ୍ରେସମିଟ୍
ଏକାଠି ବ୍ରେକଫାଷ୍ଟ କଲେ ସିଦ୍ଦରମୈୟା-ଶିବକୁମାର
କଂଗ୍ରେସ ହାଇକମାଣ୍ଡ ମୁଣ୍ଡ ଖେଳାଇବା ପରେ ମାମଲା ଥଣ୍ଡା
ପ୍ରାତଃ ଭୋଜନ ପାଇଁ ଡିକେଙ୍କୁ ନିମନ୍ତ୍ରଣ କରିଥିଲେ ସିଦ୍ଦରମୈୟା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/29/karnataka-2025-11-29-13-06-10.jpg)