Advertisment

Nuapada bypoll heats up:ନୂଆପଡ଼ାରେ ଜୟଙ୍କ ପାଇଁ ଭୋଟ ମାଗୁଛନ୍ତି ମାଆ ଓ ପତ୍ନୀ, ସ୍ନେହାଙ୍ଗିନୀଙ୍କୁ ସାହା ତୁଙ୍ଗନେତା

ନୂଆପଡାରେ ଏବେ ଜୋରଦାର ହେଲାଣି ପ୍ରଚାର। ତିନି ଦଳର ପ୍ରାର୍ଥୀଙ୍କ ସହ ନେତା ଓ ମନ୍ତ୍ରୀ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରୁଛନ୍ତି । ଏପରିକି ପ୍ରାର୍ଥୀଙ୍କ ସମ୍ପର୍କୀୟ ବି ମଇଦାନକୁ ଓହ୍ଲାଇଛନ୍ତି ।

NUAPADA

NUAPADA Photograph: (OTV)

Advertisment

ବିଜେପି ପ୍ରାର୍ଥୀ ଜୟଙ୍କ ପାଇଁ ଭୋଟ ମାଗୁଛନ୍ତି ତାଙ୍କ ପତ୍ନୀ ଓ ମା । ସେପଟେ ନିଜ ଷ୍ଟାର୍ ପ୍ରଚାରକଙ୍କୁ ଆଣିବା ଲାଗି ତିନି ଦଳ ପ୍ରସ୍ତୁତ । ଶେଷ ଆଡ଼କୁ ମୁଖ୍ୟମନ୍ତ୍ରୀ ନୂଆପଡା ଆସୁଥିବା ବେଳେ ବିରୋଧୀ ଦଳ ନେତା ନବୀନ ବି ପ୍ରଚାର କରିବେ । ତେଣେ କଂଗ୍ରେସ ମଧ୍ୟ ବଡ ନେତାଙ୍କୁ ଆଣିବାକୁ ରଣନୀତି କରିଛି । .... 

Advertisment

ନୂଆପଡ଼ାରେ ଜମିଲାଣି ପ୍ରଚାର। ଗାଁରୁ ଗାଁ । ଘରକୁ ଘର । ବୁଲି ବୁଲି ପ୍ରଚାର କରୁଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ସେମାନଙ୍କ ସହ ବୁଲୁଛନ୍ତି ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ । କେବଳ ପ୍ରାର୍ଥୀ ନୁହଁ ସେମାନଙ୍କ ସମ୍ପର୍କୀୟ ବି ପଦାକୁ ଗୋଡ କାଢିଛନ୍ତି। ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେବା ପରେ ତାଙ୍କ ପାଇଁ ଭୋଟ ମାଗୁଛନ୍ତି ମା କଳ୍ପନା ଢୋଲକିଆ ଓ ଧର୍ମପତ୍ନୀ ସୁମନ ଢୋଲକିଆ।

ଓଡିଶା ବାହାରେ ରହୁଥିବା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦୁଇ ଭଉଣୀ ମଧ୍ୟ ନୂଆପଡା ଆସି ପ୍ରଚାର କରୁଛନ୍ତି। ଏଣେ ନୂଆପଡାକୁ ମାମୁ ଘର କହୁଥିବା ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ସକାଳୁ ସଞ୍ଜ ଯାଇ ପ୍ରଚାର କରୁଛନ୍ତି। ଦଳର ତୁଙ୍ଗ ନେତା ତାଙ୍କ ସହିତ ଭୋଟ ଭିକ୍ଷା କରୁଛନ୍ତି। ସୁନାବେଡା ଅଭୟାରଣ୍ୟର ଆଦିମ ଜନଜାତି ଓ ବନବାସୀଙ୍କୁ ଭେଟି ସମର୍ଥନ ମାଗିଛନ୍ତି ସ୍ନେହାଙ୍ଗିନୀ। ତେଣେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଧାନ ଖଳାକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।...

Advertisment

ଷ୍ଟାର ୱାର ପାଇଁ ତିନି ଦଳ ପ୍ରସ୍ତୁତ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓହ୍ଲାଇବେ ପ୍ରଚାରକୁ। ଶେଷ ଆଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏକାଧିକ ଥର ନୂଆପଡା ଯାଇ ପ୍ରଚାର କରିବେ। ଆଉ କଂଗ୍ରେସ ପାଇଁ ପ୍ରଚାରକୁ ଜୋରଦାର କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ସୂଚନା ଅନୁଯାୟୀ ଗଡ ରକ୍ଷା କରିବାକୁ ନବୀନ ନୂଆପଡା ପ୍ରଚାର ମଇଦାନକୁ ଦୁଇଥର ଓହ୍ଲାଇବେ। ନଭେମ୍ବର ୩ ରେ କୋମନାରେ ସାଧାରଣ ସଭା ଓ ନଭେମ୍ବର ୭ରେ ଖରିଆର ରୋଡରୁ ନୂଆପଡା ଯାଏ ରୋଡ଼ ସୋ କରିବେ ।

ଆଉ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ଭୋଟ ମାଗିବେ ନବୀନ। ସେହିପରି ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ବହୁ ନେତା କଂଗ୍ରେସର ପ୍ରଚାରକୁ ବଳ ଦେବେ। ଅନ୍ୟପଟେ ଶାସକ ବିଜେପି ନୂଆପଡା ନକ୍ସାରେ ନିଜ ଛାପ ରଖିବାକୁ କଡା ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ୮ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିଧାୟକ ନୂଆପଡାରେ ଡେରା ପକାଇଛନ୍ତି। ପଡୋଶୀ ଛତିଶଗଡରେ ବିଜେପିର ଶାସନ ଥିବାରୁ ସେଠାକାର ନେତା ବି ଜୟଙ୍କ ପ୍ରଚାରରେ ସାମିଲ ହେଉଛନ୍ତି।… 

Advertisment

ନଭେମ୍ବର ୨ରୁ ପ୍ରଚାର ଆହୁରି ଜୋରଦାର ହେବ। ତେବେ କାହାର ପ୍ରଚାର ଭୋଟରଙ୍କୁ ଆତ୍କୃଷ୍ଟ କରିଛି ତାହା ନଭେମ୍ବର ୧୪ ରେଜଲ୍ଟ ଡେରେ ସ୍ପଷ୍ଟ ହେବ।...

BJD BJP Cong nuapada bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ