Advertisment

Naveen Niwas Call: ବିଜେଡିରେ ବଡ଼ ହଲଚଲ, ଅଚାନକ ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଆସିଲା ଡାକରା

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି। ବରିଷ୍ଠ ବିଜେଡି ନେତା ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ବସିଛି ଯାଜପୁର ନେତାଙ୍କ ବୈଠକ। ବୈଠକ ପରେ ଅଚାନକ ନବୀନ ନିବାସରୁ ବରିଷ୍ଠ ନେତାଙ୍କୁ ଆସିଛି ଡାକରା।  ପ୍ରମିଳା, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା ନବୀନ ନିବାସରେ ଯାଇ ପହଞ୍ଚିଛନ୍ତି।

BJD

BJD Photograph: (OTV)

Advertisment

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି। ବରିଷ୍ଠ ବିଜେଡି ନେତା ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ବସିଛି ଯାଜପୁର ନେତାଙ୍କ ବୈଠକ।

Advertisment

ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ ଘଡ଼େଇ, ରାଜନାରାୟଣ ମହାପାତ୍ର, ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ଏବଂ ସୁଜାତା ସାହୁ ଏହି ବୈଠକରେ ସାମିଲ ରହିଛନ୍ତି। ବୈଠକ ପରେ ଅଚାନକ ନବୀନ ନିବାସରୁ ବରିଷ୍ଠ ନେତାଙ୍କୁ ଆସିଛି ଡାକରା।  ପ୍ରମିଳା, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା ନବୀନ ନିବାସରେ ଯାଇ ପହଞ୍ଚିଛନ୍ତି।  

ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ଦଳ ହଠାତ୍ ନିଲମ୍ବନ ପରେ ରାଜନୀତି ତେଜିଛି। ଏଭଳି ପରିସ୍ଥିତିରେ ଯାଜପୁର ନେତାଙ୍କ ବୈଠକ ବସିଥିଲା, ଯାହା ଚର୍ଚ୍ଚାକୁ ଅଧିକ ବଢ଼ାଇଛି। 

Advertisment

ଏହି ବୈଠକ ପରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ। ସମୟ ଆସିଛି ନୂଆ ନେତୃତ୍ବ ନିଅନ୍ତୁ। ଯେଉଁମାନେ ପୂର୍ବରୁ ନିଜକୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି।

ଏଭଳି କିଛି କହି ଦଳ ଭିତରେ ସବୁ କିଛି ଠିକ୍ ନଥିବା ଇଙ୍ଗୀତ ଦେଇଛନ୍ତି ପ୍ରୀତିରଞ୍ଜନ। ଖାଲି ଏତିକି ନୁହେଁ ନୂତନ ନେତୃତ୍ବ ନହେଲେ ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନ ଉପରେ ପଡ଼ିବ ବୋଲି ସିଧା ସିଧା କହିଛନ୍ତି ପ୍ରୀତି।

Advertisment

ସେପଟେ ବିଜୟ ମହାପାତ୍ରଙ୍କୁ ନିଶାନା କରିଛନ୍ତି ପ୍ରମିଳା। ବିଜୟ ମହାପାତ୍ର ପୂର୍ବରୁ ବିଜୁ ବାବୁଙ୍କୁ ହରାଇବାକୁ ଚେଷ୍ଟା କରିଥିଲେ, ପରେ ନବୀନ ବାବୁଙ୍କ ପ୍ରତି ଚକ୍ରାନ୍ତ କରିଥିଲେ। ଆଉ ଏବେ ଏବେ ବିଜେଡି ପାଇଁ ଚକ୍ରାନ୍ତ କରିଥିଲେ ବୋଲି ଖବର ମିଳିଥିଲା ବୋଲି କହିଛନ୍ତି ପ୍ରମିଳା।

ଖାଲି ଏତିକି ନୁହେଁ ବାପାଙ୍କଠୁ ପୁଅ ଅଲଗା କି? ବୋଲି ପ୍ରଶ୍ନ କରି ପରୋକ୍ଷ୍ୟରେ ବିଜୟଙ୍କ ପାଇଁ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି। ସେପଟେ ପ୍ରମିଳାଙ୍କ ଅଭିଯୋଗ ନେଇ ଅରବିନ୍ଦ କିମ୍ବା ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନି।

BJD Naveen Niwas Pramila Mallik Jajpur Active Politics Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ