Advertisment

Sankha Bhavan Protest: ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ଶହ ଶହ ସମର୍ଥକ, ଦଳ ମୁଖିଆଙ୍କୁ ମାଗୁଛନ୍ତି ଜବାବ

ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ଶଙ୍ଖଭବନ ସାମନାରେ ସମର୍ଥକଙ୍କ ହୋହଲ୍ଲା । ଅରବିନ୍ଦଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେମାନେ କହିଛନ୍ତି ।

BJD

BJD Photograph: (OTV)

Advertisment

ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି । ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ ।
ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ଶଙ୍ଖଭବନ ସାମନାରେ ସମର୍ଥକଙ୍କ ହୋହଲ୍ଲା । ଅରବିନ୍ଦଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେମାନେ କହିଛନ୍ତି । ଅରବିନ୍ଦଙ୍କ ପ୍ରତି ଅବିଚାର ହୋଇଥିବା ସେମାନେ କହିଛନ୍ତି ।

Advertisment

ଏହି ସମର୍ଥକମାନେ କହିଛନ୍ତି, ଆମେ ବିଜେଡି ଲୋକ ବିଜେଡି ସହ ଅଛୁ । କିନ୍ତୁ ଅବିଚାରକୁ ବରଦାସ୍ତ କରିବୁନି । ଅରବିନ୍ଦଙ୍କ ନିଲମ୍ୱନ ଆଦେଶ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତ୍ୟାହାର କରିନେବାକୁ ସେମାନେ ଦାବି କରିଛନ୍ତି । ଯଦି ନିଲମ୍ୱନ ଆଦେଶ ପ୍ରତ୍ୟାହାର ନହୁଏ, ଆମେ ବିଜେଡି ଛାଡି ଦେବୁ । କିନ୍ତୁ ଅରବିନ୍ଦଙ୍କୁ ଛାଡିବୁନି ।

ଅରବିନ୍ଦଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଆଦୌ ସତ୍ୟ ନୁହେଁ ବୋଲି ଏହି ସମର୍ଥକମାନେ କହିଛନ୍ତି । ଆମେ ନବୀନ ପଟ୍ଟନାୟକଙ୍କୁ ପଚାରିବାକୁ ଚାହୁଁଛୁ ବୋଲି ଖୋଲାଖୋଲି ଆହ୍ୱାନ ଦେଉଛନ୍ତି । ଏପରିକି ଅନେକ କହୁଛନ୍ତି ଯେ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି । ଏ ଜବାବ ଦଳ ସଭାପତି ଦେବା ଦରକାର । ଆମ ପାଟକୁରାବାସୀଙ୍କ ସ୍ୱାଭିମାନରେ ନିଆଁ ଲାଗିଯାଇଛି ବୋଲି ଏମାନେ କହୁଛନ୍ତି । 

Advertisment

ଆମେ ହଜମ କରିପାରୁନୁ 

ଅରବିନ୍ଦ ଜଣେ ଭଲ ବିଧାୟକ । ତାଙ୍କର ବିଧାୟକ ଭାବେ ଭଲ ପର୍ଫର୍ମାନ୍ସ ଅଛି । ତାଙ୍କୁ କାହିଁକି ନିଲମ୍ୱନ କରାଗଲା, ଆଗେ ନବୀନ ବାବୁ କୁହନ୍ତୁ । ଏମିତି କହୁଛନ୍ତି ଅରବିନ୍ଦଙ୍କ ସମର୍ଥକ । ଏବେ ବିଜେଡି ସଭାପତି ନିଜ ନିୟନ୍ତ୍ରଣରେ ନାହାନ୍ତି, ଅନ୍ୟମାନଙ୍କ ପ୍ରରୋଚନାରେ କାର୍ଯ୍ୟ କରୁଛନ୍ତି ବୋଲି ଏହି ସମର୍ଥକମାନେ ଅଭିଯୋଗ କରିଛନ୍ତି । କର୍ମୀ ପାଟକୁରାରୁ ଆସିଛନ୍ତି ନେତାଙ୍କ ସହ ଆଲୋଚନା କରିବା ପାଇଁ । ଦଳର ଅଭିଯୋଗକୁ ହଜମ କରିପାରୁନାହାନ୍ତି ଏହି ସମର୍ଥକମାନେ ।

ପୂର୍ବରୁ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ନାଁରେ ଆସିଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ବାହାର ନିର୍ବାଚନମଣ୍ଡଳୀର ଥିଲେ ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏମାନଙ୍କର ଏକ ପ୍ରତିନିଧି ଦଳ ବିଜେଡି ନେତାଙ୍କ ସହ ଶଙ୍ଖଭବନରେ ଆଲୋଚନା କରିଛନ୍ତି । କିନ୍ତୁ ନବୀନ ପଟ୍ଟନାୟକଙ୍କୁ ଦେଖା କରିପାରିନାହାନ୍ତି ।  ତେବେ ଏ ସଂପର୍କରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । 
  ଏହି ସମର୍ଥକମାନେ ନବୀନ ନିବାସ ଯିବାର ଆଶଙ୍କା କରି ନବୀନ ନିବାସରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୋଲିସ ନବୀନ ନିବାସକୁ ଘେରି ରହିଛନ୍ତି ।   

Advertisment
Naveen Patnaik BJD Arabinda Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ