Advertisment

Tara–Rabi Reunion: ଦୁଇ ପୁରୁଣା ବନ୍ଧୁ ତାରା ଓ ରବି ଏକାଠି; ଭୁଲିଲେ ରାଜନୈତିକ ଶତ୍ରୁତା

ବର୍ତ୍ତମାନ ସମୟରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କର ଏଭଳି ଅବସ୍ଥାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ତାଙ୍କ କୋରାପୁଟ ସ୍ଥିତ ବାସଭବନରେ ଭେଟିଛନ୍ତି।

Tara--Rabi

Tara--Rabi Photograph: (OTV)

Advertisment

ନୂଆପଡ଼ା ଉପନିର୍ବାଚନ ପରେ ଏବେ ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତୁ…ତୁ…ମେ…ମେ… ଚାଲିଛି। ଆଉ ଏହାରି ଭିତରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ସାଧାରଣରେ ଏକ ସାମାଜିକ ବାର୍ତ୍ତା ଦେଉଥିବା ବେଳେ ମାନବିକତାର କଥା କହୁଛି। ରବି-ତାରାଙ୍କ ମିଳନ ଦେଖିବାକୁ ମିଳିଛି।

Advertisment

ବର୍ତ୍ତମାନ ସମୟରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କର ଏଭଳି ଅବସ୍ଥାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ତାଙ୍କ କୋରାପୁଟ ସ୍ଥିତ ବାସଭବନରେ ଭେଟିଛନ୍ତି। ରବି ନାରାୟଣ ନନ୍ଦ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ତଥାପି ଏ ସମୟରେ ସେ ତାଙ୍କୁ ଭେଟି ନିଜର ପୁରୁଣା ସମ୍ପର୍କକୁ ମନେ ପକାଇଛନ୍ତି।

ବନ୍ଧୁ ହୋଇଗଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ

ତେବେ ତାରାପ୍ରସାଦ ବାହିନୀପତି ୨୦୦୦ ମସିହାରେ ପ୍ରଥମ ଥର ପାଇଁ କୋରାପୁଟରୁ ନିର୍ବାଚନ ଲଢ଼ିଥିବା ବେଳେ ରବି ନାରାୟଣ ନନ୍ଦ ୨୦୦୦ ମସିହାରେ ଜୟପୁରରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ। ଉଭୟ ୨୦୦୯ ପର୍ଯ୍ୟନ୍ତ ଜୟପୁର ଓ କୋରାପୁଟ ବିଧାୟକ ଥିଲେ। କିନ୍ତୁ ୨୦୦୯ କରିଦେଲା ସବୁକିଛି ଓଲଟ ପାଲଟ। ଦୁଇ ବନ୍ଧୁ ହୋଇଗଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ । 

Advertisment

୨୦୦୯ରେ କଂଗ୍ରେସ ଦଳରେ ଏମିତି କନ୍ଦଳ ହେଲା ଯେ ତାରା ପ୍ରସାଦ ବାହିନୀପତିଙ୍କୁ କଂଗ୍ରେସ ଟିକେଟ ଦେଲାନି। ତାରା ଜୟପୁରରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ଫଳରେ ତାରା ବିଜେପିରେ ଯୋଗ ଦେଇ ବିଜେପି ପ୍ରାର୍ଥୀ ହେଲେ ଆଉ ଜୟପୁରରେ ରବିନାରାୟଣ ନନ୍ଦଙ୍କ ସହ ହେଲା ଜୋରଦାର୍ ଲଢେଇ। ୨୦୦୯ରୁ ଆଜି ଯାଏଁ ଦୁହେଁ ରାଜନୈତିକ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରହିଲେ।

ବର୍ତ୍ତମାନ ତାରାଙ୍କୁ ଭେଟି ତାଙ୍କ ଆରୋଗ୍ୟ କାମନା କରିବା ସହିତ ରାଜନୈତିକ ଲଢେଇକୁ ପୁଣି ଥରେ ଜୋରଦାର କରିବାକୁ କହିଛନ୍ତି। ରାଜନୀତିରେ କେହି କାହାର ସବୁ ଦିନ ଶତ୍ରୁ ବା ସବୁ ଦିନ ମିତ୍ର ନଥାନ୍ତି । 

Advertisment


ଏଇଠି ଗୋଟିଏ କଥା ସ୍ପଷ୍ଟ ଯେ ରାଜନୀତିରେ ନୀତିଗତ ଲଢେଇ ହେଉ କି ବ୍ୟକ୍ତିଗତ ଶତ୍ରୁତା, ମାନବିକତା ହିଁ ସବୁଠାରୁ ଉର୍ଦ୍ଧ୍ୱରେ। 

Rabi Narayan Nanda Congress Leader Tara Bahinipati Political Rivalry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ