Advertisment

New Controversy Rocks BJD Daily: ପ୍ରତିଦିନ ବିଜେଡିରେ ନୂଆ କେଁ, କଳି ନାହିଁ କହି ଲୁଚାଇଲେ ପ୍ରମିଳା

ନିର୍ଦ୍ଦିଷ୍ଟ ଲୋକଙ୍କୁ କେହି କିଛି ଦାୟୀ କରିନାହାନ୍ତି। ବଦ୍ରି ଭାଇ କିଛି କହିନାହାନ୍ତି। ଦଳ ହାରିଲା ପରେ ଆଲୋଚନା ହେଉଛି କେବଳ। ନବୀନ ବାବୁଙ୍କୁ ଭେଟିବାରେ କୌଣସି ବାଧାବିଘ୍ନ ନାହିଁ।

Pramila Mallick

Pramila Mallick Photograph: (OTV)

Advertisment

ପାଣ୍ଡିଆନଙ୍କୁ ବଦ୍ରି ପାତ୍ରଙ୍କ ଟାର୍ଗେଟ୍ ନେଇ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା। କହିଛନ୍ତି, କୌଣସି ଜାଗାରେ ଆମ ଘରେ କଳି ନାହିଁ। କିଛି ବୟାନ ବାଜି ହେଉନି। ନିର୍ଦ୍ଦିଷ୍ଟ ଲୋକଙ୍କୁ କେହି କିଛି ଦାୟୀ କରିନାହାନ୍ତି। ବଦ୍ରି ଭାଇ କିଛି କହିନାହାନ୍ତି। ଦଳ ହାରିଲା ପରେ ଆଲୋଚନା ହେଉଛି କେବଳ। ନବୀନ ବାବୁଙ୍କୁ ଭେଟିବାରେ କୌଣସି ବାଧାବିଘ୍ନ ନାହିଁ। 

Advertisment

ଫାଙ୍କିଦେଲେ ପ୍ରମିଳା !

ବଦ୍ରି ବାବୁ ଦଳର ପୁରୁଣା ଲୋକ ସେ ଯେତେବେଳେ ଚାହିଁବେ ଭେଟିପାରିବେ। ବଦ୍ରି ବାବୁ କେବେ ଦଳ ବିରୋଧୀ କାମ କରିନାହାନ୍ତି କି ଦଳ ବିରୋଧୀ କଥା କହିନାହାନ୍ତି। ସେପଟେ ବିଜେଡ଼ି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା କହିଛନ୍ତି, ଶୃଙ୍ଖଳା କମିଟି ସମସ୍ତ ଘଟଣା ଉପରେ ନଜର ରଖିଛି। ଅମାନିଆ କେହି ନାହାଁନ୍ତି। ମତବାଦ ଭିନ୍ନ ରହିବ। ଦଳର କ୍ଷତି ପହଞ୍ଚାଇବା ଭଳି ଯଦି କେହି ମତବ୍ୟକ୍ତ କରନ୍ତି ତା ଉପରେ ଶୃଙ୍ଖଳା କମିଟି ବିଚାର କରିବ। ଗତକାଲି ନାଁ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ବିଜେଡି ବିଧାୟକ ବଦ୍ରି ପାତ୍ର।

ପୁଣି ବଦ୍ରି ମାରିଥିଲେ ବାଣ। ଟାର୍ଗେଟରେ ପାଣ୍ଡିଆନ୍ ଆଣ୍ଡ କୋ। ବଦ୍ରି କହିଥିଲେ, ନବୀନଙ୍କ ବିକଳ୍ପ ବୋଲି ନିଜକୁ ଭାବୁଥିଲେ । ଲୋକେ କହିଲେ ନବୀନ ନାହିଁ ତ ଭୋଟ ନାହିଁ। ଏବେ ସେଇ ବିପର୍ଯ୍ୟୟକାରୀଙ୍କ ମୁଖା ଖୋଲାଯିବ କହି ପାଣ୍ଡିଆନ୍ ଗୋଷ୍ଠୀଙ୍କୁ କଡ଼ା ଚେତାବନୀ ଦେଇଥିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର। ସେ କହିଥିଲେ, ଯେଉଁମାନେ ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଲେ, ନିଜକୁ  ନବୀନଙ୍କ ବିକଳ୍ପ ଭାବିଲେ ଏବଂ ନବୀନଙ୍କୁ ଦୁରେଇ ରଖିଲେ ସେମାନଙ୍କୁ ଲୋକେ ଜବାବ ଦେଲେ।

Advertisment

ଆମ ନେତାଙ୍କୁ ଯେଉଁମାନେ ଦୁର୍ବଳ କରିଥିଲେ ଆମେ ସେମାନଙ୍କୁ ସାମ୍ନାକୁ ଆଣିବାକୁ ଚାହୁଁଛୁ। ଖାଲି ଏହା ନୁହଁ ବିଜେଡି ନେତାଙ୍କ ମେଳିକୁ ବି ସମର୍ଥନ ଦେଇଛନ୍ତି ବଦ୍ରି। କହିଛନ୍ତି, ଦଳ ବିପର୍ଯ୍ୟୟ ଦେଇ ଗତି କରୁଛି। ଏହା ମେଳି ନୁହେଁ, ଦଳକୁ ବାଟକୁ ଆଣିବାକୁ, ନେତାଙ୍କୁ ସବଳ କରିବାକୁ। ବଦ୍ରିଙ୍କ ବୟାନକୁ ନେଇ ବିଧାୟକ ଗଣେଶ୍ବର ବେହେରା କହିଥିଲେ, ସବୁ ଦଳରେ ଝଡ଼ ଅଛି। କିନ୍ତୁ ଦଳ ସଙ୍ଗଠିତ ଅଛି। ବିଶୃଙ୍ଖଳାକାରୀଙ୍କ ଉପରେ ନଜର ରଖିଛି ଶୃଙ୍ଖଳା କମିଟି। 

Pramila Mallick BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ