Advertisment

Nuapada Sees Four-Day War over ‘Disloyalty': ନୂଆପଡ଼ାରେ ୪ ଦିନ 'ବେଇମାନି' ଯୁଦ୍ଧ, ପୁଣି ବେଇମାନି ପ୍ରସଙ୍ଗ ଉଠାଇଲେ ନବୀନ

ଚାରି ଦିନ ହେଲାଣି ନୂଆପଡ଼ା ନିର୍ବାଚନ ପ୍ରଚାରରେ ଗୋଟିଏ ହଟ୍ ଇସ୍ୟୁ-ବେଇମାନି। କୋମନା ସଭାରେ ପ୍ରାର୍ଥୀ ଚୋରି ଓ ବେଇମାନି ପ୍ରସଙ୍ଗ ଉଠାଇଥିବା ନବୀନ ପଟ୍ଟନାୟକଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୁହଁତୋଡ଼ ଜବାବ ପରେ ବି ଆଜି ପୁଣି ନୂଆପଡ଼ାରେ ସେଇ କଥା ଘୋଷି ହୋଇଛନ୍ତି ନବୀନ।

Nuapada Bypoll

Nuapada Bypoll Photograph: (OTV)

Advertisment

ସମାନ ଟପିକ୍, ଲାଇନ୍ ରିପିଟ୍। ଚାରି ଦିନ ହେଲାଣି ନୂଆପଡ଼ା ନିର୍ବାଚନ ପ୍ରଚାରରେ ଗୋଟିଏ ହଟ୍ ଇସ୍ୟୁ-ବେଇମାନି। କୋମନା ସଭାରେ ପ୍ରାର୍ଥୀ ଚୋରି ଓ ବେଇମାନି ପ୍ରସଙ୍ଗ ଉଠାଇଥିବା ନବୀନ ପଟ୍ଟନାୟକଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୁହଁତୋଡ଼ ଜବାବ ପରେ ବି ଆଜି ପୁଣି ନୂଆପଡ଼ାରେ ସେଇ କଥା ଘୋଷି ହୋଇଛନ୍ତି ନବୀନ। ଏଣେ ଆଜି ଏକ ପ୍ରେସମିଟରେ ପୁରୀ ସାଂସଦ ଓ ସ୍ବର୍ଗତ ରାଜୁ ଢୋଲକିଆଙ୍କ ଭାଇ ବିଜେଡିର ଅଣଦେଖା ଓ ଆକ୍ଷେପକୁ ନେଇ ଜୋରଦାର ବର୍ଷି ଥିବାବେଳେ ବିଜେଡି ରଖିଛି ଜବାବ।...

Advertisment

ସରଗରମ କ୍ୟାମ୍ପେନକୁ ନେଇ ନୂଆପଡ଼ା ମୈଦାନ ଯେତିକି ହିଟ୍ 
ସଭା ମଞ୍ଚରୁ ପଲିଟିକାଲ ବାଣ- ବେଇମାନ୍ ଟପିକ୍ ବି ସେତିକି ହଟ୍ 

ପୁଣି ପ୍ରଚାର ମଞ୍ଚରୁ ନିଜ ଅଭିଭାଷଣରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଠାଇଛନ୍ତି ପ୍ରାର୍ଥୀ ଚୋରି ଓ ବେଇମାନି ପ୍ରସଙ୍ଗ। ନବୀନ କହିଛନ୍ତି ରାଜୁ ଢୋଲକିଆଙ୍କୁ ସେ କ୍ୟାବିନେଟ୍ ମନ୍ତ୍ରୀ କରିଥିଲେ, ନୂଆପଡ଼ାରେ ବିକାଶ ଚାଲିଥିଲା- ହେଲେ ଏବେ ତାହା ଠପ୍। ମିଛ ପ୍ରତିଶ୍ରୁତିରେ ସରକାର ଚାଲେନି। ଆପଣଙ୍କ ଓ ମୋ ସହ ବେଇମାନି ହୋଇଛି। 

Advertisment

ପ୍ରାର୍ଥୀ ଚୋରି କରି ଭୋଟରଙ୍କ ଦୃଦୟ ଜିତି ପାରିବେନି। ନୂଆପଡ଼ା ବାସୀ ତାର ଉଚିତ୍ ଜବାବ ଦେବେ। ତେବେ ଗତ ୩ ତାରିଖ ଦିନ କୋମନା ସଭାରେ ଠିକ୍ ଏହି ପ୍ରସଙ୍ଗ ଉଠାଇଥିବା ନବୀନଙ୍କୁ କିନ୍ତୁ ଗତକାଲି କୋମନାରେ ମୁହଁତୋଡ଼ ଜବାବ ଦେବା ସହ ପାଲଟା ବାଣରେ ଘାଇଲା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।...

ତେବେ ନବୀନଙ୍କ ବେଇମାନ ଆକ୍ଷେପ, କେତେ ଆଘାତ ଦେଇଛି ସ୍ବର୍ଗତ ରାଜୁ ଢୋଲକିଆଙ୍କ ପରିବାରକୁ। ତାର ଚାକ୍ଷୁସ ପ୍ରମାଣ ଦେଖିବାକୁ ମିଳିଥିଲା ଗତକାଲି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚରେ। ସେଠି ସିଏମ୍ ମୋହନ ମାଝୀ, ନବୀନଙ୍କୁ ପାଲଟା ନିଶାନା କରୁଥିବାବେଳେ ପାଖରେ ଛିଡ଼ା ହୋଇଥିବା ବିଜେପି ପ୍ରାର୍ଥୀ ତଥା ରାଜୁ ଢୋଲକିଆଙ୍କ ପୁଅ ଜୟ କାନ୍ଦି ପକାଇ ଥିଲେ। ଆଉ ଆଜି-ପୁରୀ ସାଂସଦଙ୍କ ପ୍ରେସମିଟ୍ ରେ ବି ଭାବବିହ୍ବଳ ହୋଇ ପଡ଼ିଥିଲେ ରାଜୁଙ୍କ ପତ୍ନୀ କଳ୍ପନା ଢୋଲକିଆ। 

Advertisment

ଦେଖା କରିନଥିଲେ ବିଜେଡି ନେତା

ସମ୍ବିତ ପାତ୍ର କହିଥିଲେ- ନବୀନଙ୍କ ଏଭଳି ମନ୍ତବ୍ୟ ରାଜୁଙ୍କ ପରିବାରକୁ ଘୋର ଆଘାତ ଦେଇଛି। ରାଜୁଙ୍କ ଅସୁସ୍ଥତାର ୩ ମାସ ଭିତରେ ବିଜେଡିର ଜଣେ ବି ନେତା ତାଙ୍କୁ ଦେଖା କରିବାକୁ ତ ଆସିଲେନି ବରଂ ଏତେବଡ଼ ପାର୍ଟି ହୋଇ ଚିକିତ୍ସା ପାଇଁ ୧୦ କି ୧୨ ଲକ୍ଷ ଟଙ୍କା ସୁଦ୍ଧା ଦେଇ ପାରିଲାନି। ବରଂ ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟି ଚିହ୍ନ ଲଗାଇ ମାଇଲେଜ୍ ନେବାକୁ ଉଦ୍ୟମ କଲେ।

ସେମିତି ପ୍ରେସମିଟ୍ ରେ ଉପସ୍ଥିତ ଥିବା ରାଜୁ ଢୋଲକିଆଙ୍କ ଭାଇ ବି ବିଜେଡିକୁ କରିଥିଲେ ଟାର୍ଗେଟ୍। ତେଣେ ଜବାବରେ ବିଜେଡି କହିଛି- ବେଇମାନ୍ କିଏ ତାହା ବିଜେପି ଭଲକରି ଜାଣିଛି। ରାଜୁ ଢୋଲକିଆଙ୍କ ପରିବାର ବିଜେଡିରେ ଥିଲା, ଏବେକାର ସ୍ଥିତି ରାଜୁଙ୍କ ଆତ୍ମାକୁ ବାଧୁଥିବ।...

ପୂର୍ବରୁ ବିଜେଡିର ପ୍ରାର୍ଥୀ ଚୋରି ଓ ବେଇମାନ ଆରୋପକୁ ନେଇ ଜୟ ଢୋଲକିଆ ବି ବିଜେଡିକୁ କଡ଼ା ଜବାବ ରଖିଥିବାବେଳେ ତାଙ୍କ ମାଆ କଳ୍ପନା ମଧ୍ୟ ଭିଡ଼ିଓ ଛାଡ଼ି ଶୁଣାଇଥିଲେ ମାର୍ମିକ ବାଣୀ। ଅସୁସ୍ଥ ରାଜୁଙ୍କ ପ୍ରତି ବିଜେଡିର ଅଣଦେଖାକୁ ଉଭୟେ ଖୋଲାଖୋଲି ସମାଲୋଚନା କରିଥିବାବେଳେ ଢୋଲକିଆ ପରିବାରର ଉତ୍ତରାଧିକାରୀ କିଏ ହେବ ? ତାହା କୌଣସି ପାର୍ଟି ନୁହେଁ ଆମ ପରିବାର ନେବ ବୋଲି ବି ସଫା ସଫା ଶୁଣାଇ ଦେଇଥିଲେ କଳ୍ପନା।... 

nuapada byelection BJP BJD Chief Minister Mohan Majhi Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ