Congress Photograph: (OTV)
ମୋକିମଙ୍କୁ ଚେକ୍ ଦେବାକୁ ଭକ୍ତଙ୍କ ରଣନୀତି। ଝିଅ ସୋଫିଆଙ୍କୁ କଲେ ସାଇଡ୍ ଲାଇନ୍। ମୋକିମ, ସୋଫିଆ ଆଉ ସଂଗଠନ ଭିତରେ ଏଣ୍ଟ୍ରି ମାରିଲେ ବିଶ୍ବଜିତ । କଂଗ୍ରେସର କଟକ ସଂଗଠନକୁ ମହମ୍ମଦ ମୋକିମଙ୍କ ହାତରୁ ଛଡାଇବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ବିଜେଡି ନେତା ବିଶ୍ବଜିତଙ୍କୁ ଦଳକୁ ଆଣିଥିବା ଚର୍ଚ୍ଚା ହେଉଛି।
ଦୁଇ ଦିନ ତଳେ ଭକ୍ତଙ୍କ ଉପସ୍ଥିତିରେ ଭୁବନେଶ୍ବର କଂଗ୍ରେସ ଭବନରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ବିଶ୍ବଜିତ ମହାନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବିଶ୍ବଜିତଙ୍କୁ ଦଳରେ ମିଶାଯିବା ସଂପର୍କରେ ବାରବାଟୀ କଟକର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ବି ଅବଗତ କରିନାହିଁ ଦଳ। ଯେଉଁଥିପାଇଁ କଂଗ୍ରେସର କଟକ କନ୍ଦଳ ରାଜନୀତି ଜୋର ଧରିଛି।
କଂଗ୍ରେସର ସ୍ଥିତିକୁ ସଜାଡିବାକୁ ଯୋଜନା
କଟକରେ ନିଜସ୍ବ ସଂଗଠନ ରଖିଥିବା ବିଶ୍ବଜିତଙ୍କୁ ଦଳକୁ ଆଣି ଭକ୍ତ ସେଠାରେ କଂଗ୍ରେସର ସ୍ଥିତିକୁ ସଜାଡିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି। କାରଣ ମୋକିମ କଂଗ୍ରେସରୁ ବିଦା ହେବା ପରେ ବିଧାୟିକା ଥିବା ଝିଅ ସୋଫିଆଙ୍କ ଉପରେ ବୋଧହୁଏ ଭରସା କରିପାରୁନାହାଁନ୍ତି ଭକ୍ତ।...
କେତେବେଳେ ରାହୁଲ ଗାନ୍ଧୀଙ୍କୁ ଭକ୍ତଙ୍କ ବିରୋଧରେ ଚିଠି ଲେଖି ତ ଆଉ କେତେବେଳେ ସମାନ୍ତରାଳ ସଂଗଠନ କରି କଂଗ୍ରେସକୁ ଅଡୁଆରେ ପକାଇଥିଲେ ମୋକିମ। ଯେଉଁଥିପାଇଁ ଦଳରୁ ତାଙ୍କୁ ବିଦା କରାଯାଇଛି। ମାତ୍ର କଟକରେ ଏବେ ବି ତାଙ୍କ ହାତରେ ସଂଗଠନ ରହିଛି। ତେଣୁ ମୋକିମଙ୍କୁ ଚାଲେଞ୍ଜ ଦେବାକୁ ବିଶ୍ବଜିତ ମହାନ୍ତିଙ୍କୁ ଭକ୍ତ ମୁଖ୍ୟ ଅସ୍ତ୍ର କରିଛନ୍ତି ବୋଲି କଟକ ରାଜନୈତିକ ମହଲରେ ଆଲୋଚନା ହେଉଛି।
ସୋଫିଆଙ୍କ ନିର୍ବାଚନ ମଣ୍ଡଳୀରୁ ଆସୁଥିବା ବିଶ୍ବଜିତଙ୍କୁ ଦଳରେ ମିଶା ଯାଇଥିଲେ ସୁଦ୍ଧା ବିଧାୟିକାଙ୍କୁ ଜଣା ଯାଇନଥିବାରୁ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଅନ୍ୟପଟେ ଭକ୍ତ କହିଛନ୍ତି, ଦଳର ସଂଗଠନ ମଜବୁତ ପାଇଁ ଯେଉଁ ସ୍ଥାନରେ ଯେଉଁ ନେତାଙ୍କୁ ଆବଶ୍ୟକ ସେଠାରେ ମିଶାଯାଉଛି।...
ତେଣେ ପୂରା ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଛନ୍ତି ମୋକିମ୍ । ଏବେ ଦେଖିବାର କଥା କଟକ କଂଗ୍ରେସରେ ମୋକିମଙ୍କ ସଂଗଠନକୁ ଟକ୍କର ଦେବାକୁ ଭକ୍ତ ଆପଣାଇଥିବା ରଣନୀତି କାମ ଦେଉଛି ନା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେଉଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/09/congress-2026-02-09-19-56-57.jpg)