Advertisment

Political Storm: ପ୍ରଫୁଲ୍ଲଙ୍କ ଘରୁ ଖଞ୍ଜା ଯାଇଥିବା ଡିନାମାଇଟରେ ଫାଟୁଛି ଭଦ୍ରକ ବିଜେଡି ବନ୍ଧ, ଦଳରୁ ଇସ୍ତଫା ଦେଉଛନ୍ତି ନେତା

ପୁଅ ଦଳ ଫଟାଉଥିବା ବେଳେ ବାପାଙ୍କୁ ଦିଆଯାଇଛି ଘଳିଆ ମରାମତି ଦାୟିତ୍ବ । ନବୀନ ବାବୁ ଟାସ୍କ ଦେଲେ ଆଉ ଯେମିତି କେହି ନଯିବେ । ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ବି ଫେରାଇ ଆଣିବାକୁ ପଡ଼ିବ । ହେଲେ...

bhadrak-bjd

bhadrak-bjd Photograph: (OTV)

Advertisment

ପୁଅ ଦଳ ଫଟାଉଥିବା ବେଳେ ବାପାଙ୍କୁ ଦିଆଯାଇଛି ଘଳିଆ ମରାମତି ଦାୟିତ୍ବ । ଘଳିଆ ମାରିବାରେ ବିଫଳ ହେଉଛନ୍ତି ପ୍ରଫୁଲ୍ଲ ସାମଲ । ନବୀନ ନିବାସ ଆସିଲେ ଟାସ୍କ ନେଲେ । ନବୀନ ବାବୁ ଟାସ୍କ ଦେଲେ ଆଉ ଯେମିତି କେହି ନଯିବେ । ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ବି ଫେରାଇ ଆଣିବାକୁ ପଡ଼ିବ । ହେଲେ ଭଦ୍ରକ ବିଜେଡିରେ ପଡ଼ିଥିବା ଘଳିଆ ଯେମିତି ବନ୍ଦ ହେବାର ନାଁ ନେଉନି ।

Advertisment

୪ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସହ କିଛି ସରପଞ୍ଚ ଏବଂ ସମିତି ସଭ୍ୟ ଦଳ ଛାଡ଼ି ଯିବା ପରେ ଲାଗୁଥିଲା ଆଉ କେହି ଯିବେନି । ହେଲେ ପୁଣି ଜଣେ ସରପଞ୍ଚ ଦଳ ଛାଡ଼ି ପ୍ରଫୁଲ୍ଲଙ୍କ ମାନମହତ ମାଟିରେ ମିଶେଇ ଦେଇଛନ୍ତି । ଧାମନଗର ବ୍ଲକ ପାଳସାହି ପଞ୍ଚାୟତର ସରପଞ୍ଚ ଅଜୟ ମଲ୍ଲିକ ବିଜେଡି ଛାଡ଼ିଛନ୍ତି । ଲୋକଙ୍କ ପାଇଁ ଏବଂ ପଞ୍ଚାୟତ ପାଇଁ କିଛି କରି ପାରୁନଥିବାରୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହେଉଥିବା ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।

ଏହା ପୂର୍ବରୁ ଭଦ୍ରକ, ଭଣ୍ଡାରୀପୋଖରୀ, ବନ୍ତ ଏବଂ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେଇଥିଲେ। ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିଜେ ପ୍ରଫୁଲ୍ଲ ସାମଲଙ୍କ ଭଉଣୀ ହୋଇଥିବା ବେଳେ ତାଙ୍କ ଦଳ ଛାଡ଼ିବାକୁ ନେଇ ନାନା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ଏମାନଙ୍କ ଇସ୍ତଫା ପଛରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ବଡ଼ ହାତ ଥିବା କୁହାଯାଉଥିଲା । ଲଗାତାର ୪ ଜଣ ବିଜେଡି ଛାଡ଼ିବା ପରେ ପ୍ରଫୁଲ୍ଲଙ୍କ ସହ ଜିଲ୍ଲାର ସବୁ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକାଯାଇଥିଲା । ସେଠାରେ ପ୍ରଫୁଲ୍ଲଙ୍କୁ ଟାସ୍କ ଦେଇଥିଲେ ନବୀନ । ହେଲେ ପ୍ରଫୁଲ୍ଲଙ୍କୁ ଛାଡ଼ି ପୁଅ ପଟିଆ ହୋଇ ଦଳ ଛାଡ଼ି ଦେଇଛନ୍ତି ପାଳସାହି ସରପଞ୍ଚ । 

Advertisment

ଅବସ୍ଥା ନିୟନ୍ତ୍ରଣରେ ନାହିଁ

ପ୍ରଫୁଲ୍ଲଙ୍କ ଏଭଳି ଅବସ୍ଥାରେ ତାଙ୍କ କଟା ଘାରେ ଚୁନ ମାରିଛନ୍ତି ତାଙ୍କ ସହଯୋଗୀ ତଥା ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ପ୍ରଫୁଲ୍ଲ ବାବୁ ସେଭଳି ନୁହନ୍ତି କିନ୍ତୁ ସେ ଆଉ ପାରିଲା ଅବସ୍ଥାରେ ନାହାନ୍ତି ବୋଲି କହିଛନ୍ତି ବଦ୍ରି । ଯେଉଁମାନେ ଅବହେଳାର ଶିକାର ହୋଇଛନ୍ତି ଭାବୁଛନ୍ତି ସେମାନେ ପଳାଉଛନ୍ତି । ପ୍ରଫୁଲ୍ଲ ବାବୁ ସେମିତି ନୁହଁନ୍ତି । ଗୋଟିଏ କହିବେ ଗୋଟିଏ କରିବେ ସେଭଳି ଲୋକ ସେ ନୁହଁନ୍ତି ।  ତାଙ୍କ ପୁଅ ଏହାର ନେତୃତ୍ବ ନେଇଛନ୍ତି ବୋଲି ଆଲୋଚନା ହେଉଛି । ଯେହେତୁ ପୁଅ ଏଥିରେ ଅଛି ସେ ଆଉ ଅବସ୍ଥାକୁ ନିୟନ୍ତ୍ରଣରେ ରଖିଲା ଭଳି ଅବସ୍ଥାରେ ନାହାନ୍ତି କହିଛନ୍ତି ବଦ୍ରି । 

ଭଦ୍ରକରେ ମୋଟ ୭ଟି ବ୍ଲକରୁ ୪ଟି ବ୍ଲକର ଅଧ୍ୟକ୍ଷ ବିଜେଡି ଛାଡ଼ି ସାରିଲେଣି । ୪ ଜଣଙ୍କ ମଧ୍ୟରେ ପ୍ରଫୁଲ୍ଲଙ୍କ ନିଜ ଭଉଣୀ ଏବଂ ତାଙ୍କର ୨ ଜଣ ଦୃଢ଼ ସହକର୍ମୀ ରହିଛନ୍ତି । ଏଭଳି ଅବସ୍ଥାରେ ପ୍ରଫୁଲ୍ଲ କିଭଳି ଗଡ଼ରକ୍ଷା କରିବାରେ ସମର୍ଥ ହେଉଛନ୍ତି ନା ପୁଅ ପାଇଁ ପୂରା ବଦନାମ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିଯିବ । 

Advertisment

BJD Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ