Advertisment

Father-Daughter Wish Poster Without Congress Tag: ବାପା-ଝିଅଙ୍କ କଂଗ୍ରେସ ଛାପ ଶୂନ୍ୟ ଶୁଭେଚ୍ଛା ପୋଷ୍ଟର, ମୋକିମ କହିଲେ ଝିଅକୁ ଲୋଡ଼ା ନାହିଁ ହାତ

କଂଗ୍ରେସ ରାସ୍ତାରେ କଣ୍ଟା ସାଜିପାରନ୍ତି ମହମ୍ମଦ ମୋକିମ୍। ବହିଷ୍କାର ପରେ ନୂଆ ଦଳ ଗଢିବା ନେଇ ଦେଲେ ଇସାରା। ଝିଅ ସୋଫିଆଙ୍କ ପାଇଁ ଲୋଡା ନାହିଁ ହାତ କହି ମାରିଲେ ବାଣ।

Md Moquim

Md Moquim Photograph: (OTV)

Advertisment

କଂଗ୍ରେସ ରାସ୍ତାରେ କଣ୍ଟା ସାଜିପାରନ୍ତି ମହମ୍ମଦ ମୋକିମ୍। ବହିଷ୍କାର ପରେ ନୂଆ ଦଳ ଗଢିବା ନେଇ ଦେଲେ ଇସାରା। ଝିଅ ସୋଫିଆଙ୍କ ପାଇଁ ଲୋଡା ନାହିଁ ହାତ କହି ମାରିଲେ ବାଣ। ଆଉ ଏହାକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ବଢିବାରେ ଲାଗିଛି। ସେପଟେ ମୋକିମଙ୍କ ପରବର୍ତ୍ତୀ ମୁଭ୍ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିପାରେ ବୋଲି ଏବେଠୁ ଆକଳନ କଲେଣି ରାଜନୈତିକ ସମୀକ୍ଷକ।...

Advertisment

ମୋକିମଙ୍କ ରାସ୍ତାରେ ଯିବେ କି ସୋଫିଆ ? ବାପା ମୋକିମ ଦେଲେ ଇସାରା। କହିଲେ ସୋଫିଆଙ୍କର ରହିଛି ସ୍ବତନ୍ତ୍ର ପରିଚୟ। ଅନେକ ସ୍ଥାନରେ ହାତ ଚିହ୍ନର ଆବଶ୍ୟକ ପଡେନି। କଟକର ବିଭିନ୍ନ ସ୍ଥାନରେ ଲାଗିଥିବା ମହମ୍ମଦ ମୋକିମ ଓ ବିଧାୟିକା ସୋଫିଆ ଫିର୍ଦୋସଙ୍କ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂକୁ ନେଇ ଚର୍ଚ୍ଚା। କାରଣ ହୋର୍ଡିଂରେ କେବଳ ମୋକିମ ଓ ସୋଫିଆଙ୍କ ଫଟୋ ଥିବା ବେଳେ କଂଗ୍ରେସର ଦଳୀୟ ଚିହ୍ନ ନଥିଲା।

ମୋକିମଙ୍କ ରାସ୍ତାରେ ଯିବେ କି ସୋଫିଆ ?

କଂଗ୍ରେସ ବ୍ୟାନରରେ ବି ସୋଫିଆଙ୍କ ଅନେକ ହୋର୍ଡିଂ ଲାଗିଥିବା ବେଳେ ବାପାଙ୍କ ସହ ହୋର୍ଡିଂକୁ ନେଇ କଟକ କଂଗ୍ରେସ ରାଜନୀତି ସରଗରମ। ସୋଫିଆଙ୍କ ପାଇଁ ଦଳ ତୁଳନାରେ ବାପା ସାଜିଲେ କି ବଡ଼ ବ୍ରାଣ୍ଡ। ସେପଟେ ଗତକାଲି ଝିଅର ସରକାରୀ ବାସଭବନରେ ମୋକିମ୍ କିଛି ବସ୍ତି ବାସିନ୍ଦାଙ୍କୁ ନେଇ ବୈଠକ କରିଥିଲେ। ଯେଉଁଥିପାଇଁ ଚର୍ଚ୍ଚା ଆହୁରି ଅଧିକ ବଢିଛି। ତେଣେ ଆଜି ମହମ୍ମଦ ମୋକିମ କହିଛନ୍ତି, ହୋର୍ଡିଂ କିଏ ଲାଗେଇଛି ମୁଁ ଜାଣି ନାହିଁ । କଟକ ସହରର କୌଣସି ପ୍ରଶଂସକ ବା ଶୁଭେଛୁ ହୋର୍ଡିଂ ଲଗାଇଥାଇପାରନ୍ତି। ଯିଏ ବି ଲଗାଇଛି ତାଙ୍କୁ ଧନ୍ୟବାଦ ଜଣାଉଛି। ଆମ ଦୁଇଜଣଙ୍କ ପ୍ରତି ସହରବାସୀଙ୍କ ସମର୍ଥନ ରହିଛି।... 

Advertisment

ନୂଆ ବର୍ଷରେ ନୂଆ ମିଶନ ଆରମ୍ଭ ଲକ୍ଷ୍ୟରେ ଅଛନ୍ତି ମୋକିମ। ନୂଆ ଦଳ ଗଢିବା ନେଇ ସେ ଆଜି ବଡ ଇସାରା ଦେଇଛନ୍ତି। ବିଜେଡି, କଂଗ୍ରେସ ଦଳର ଅସନ୍ତୁଷ୍ଟ ନେତାଙ୍କ ସହ ବିଭିନ୍ନ ରାଜନେତା ତାଙ୍କ ଯୋଗାଯୋଗରେ ଥିବା ଖୋଲାଖୋଲି କହିଛନ୍ତି ମୋକିମ୍। କଂଗ୍ରେସରୁ ବହିଷ୍କୃତ ହେବା ପରେ ତାଙ୍କର ପରବର୍ତ୍ତୀ ଆଭିମୁଖ୍ୟ ଓ ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିଛି। ଏହାରି ଭିତରେ ମୋକିମ ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ଭଦ୍ରକ ପୌରାଧ୍ୟକ୍ଷା ଗୁଲାମକି ହବିବଙ୍କ ସମେତ ଅନେକ ରାଜନେତା ଓ ସଂଗଠନଙ୍କୁ ଭେଟି ସାରିଲେଣି।

ଜାନୁଆରୀ ପ୍ରଥମ ସପ୍ତାହରେ ଭୁବନେଶ୍ବରରେ ଏକ ଯୁବ ଛାତ୍ର ସମାବେଶ ମଧ୍ୟ କରିବାକୁ ଯୋଜନା କରିଛନ୍ତି ମୋକିମ। ଯେଉଁଥିରୁ ସ୍ପଷ୍ଟ ଯେ ମୋକିମ ନିଜସ୍ବ ଦଳ ଗଠନ ଦିଗରେ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ସେପଟେ କିନ୍ତୁ ଝିଅ ସୋଫିଆ କିଛି ଦିନ ତଳେ କହିଥିଲେ ଯେ, କଟକରେ କଂଗ୍ରେସ ଯେଭଳି ଚାଲିଥିଲା ସେଭଳି ଚାଲିବ। ଅନ୍ୟପକ୍ଷରେ ଯଦି ମୋକିମ ନୂଆ ଦଳ ଗଢନ୍ତି ତେବେ ତାହା ରାଜ୍ୟ ରାଜନୀତିରେ ନୂଆ ସମୀକରଣ କରିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।... 

Advertisment



Congress Md Moquim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ