Advertisment

Chhattisgarh BJP Leaders Descend on Nuapada: ନୂଆପଡ଼ା ମଇଦାନରେ ମାଳ ମାଳ ଛତିଶଗଡ଼ ନେତା, ବିଜେପି ପାଇଁ ଚଳାଇଛନ୍ତି ଜୋରଦାର୍ ପ୍ରଚାର

ବିଜେପି ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କଠୁ ଅନ୍ୟ ନେତା-ମନ୍ତ୍ରୀ ଓ କର୍ମୀ ଝାଳ ବୁହାଉଥିବାବେଳେ କଂଗ୍ରେସ ବି ପଛରେ ପଡ଼ିନି। କ୍ୟାଂପେନ୍ ସାଙ୍ଗକୁ ବ୍ୟାନର-ପୋଷ୍ଟର ସବୁଥିରେ ସ୍ପଷ୍ଟ ବାରି ହୋଇପଡୁଛି ଛତିଶଗଡ଼ି ଦବଦବା।

CHATTISHGARH-IMPACT

CHATTISHGARH-IMPACT Photograph: (OTV)

Advertisment

ରଣାଙ୍ଗନ କ୍ଷେତ୍ର ନୂଆପଡ଼ା, ହେଲେ ସେନାପତି ସାଜିଛନ୍ତି ଛତିଶଗଡ଼ି ନେତା। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନରେ ଏବେ ମାଳ ମାଳ ଛତିଶଗଡ଼ ନେତା।ବିଜେପି ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କଠୁ ଅନ୍ୟ ନେତା-ମନ୍ତ୍ରୀ ଓ କର୍ମୀ ଝାଳ ବୁହାଉଥିବାବେଳେ କଂଗ୍ରେସ ବି ପଛରେ ପଡ଼ିନି। କ୍ୟାଂପେନ୍ ସାଙ୍ଗକୁ ବ୍ୟାନର-ପୋଷ୍ଟର ସବୁଥିରେ ସ୍ପଷ୍ଟ ବାରି ହୋଇପଡୁଛି ଛତିଶଗଡ଼ି ଦବଦବା। ଏପରିକି ନୂଆପଡ଼ା ସାରା ଛତିଶଗଡ଼ି ଗାଡ଼ି ଛାଇ ହୋଇଯାଇଛି। ତେବେ କାହିଁକି ନୂଆପଡ଼ାରେ ଛତିଶଗଡ଼ କ୍ରେଜ୍ ?

Advertisment

ଗୀତ ଛତିଶଗଡ଼ି, ନାଚ ବି ଛତିଶଗଡ଼ି ।ଦୁଲୁକୁଛି ନୂଆପଡ଼ା ଉପ-ନିର୍ବାଚନ ପ୍ରଚାର ମଇଦାନ। ଯୁଆଡ଼େ ଚାହିଁବ ସିଆଡ଼େ ସାଲୁବାଲୁ ଛତିଶଗଡ଼ ନମ୍ବର ଥିବା ଗାଡ଼ି ଓ ମାଳମାଳ ଛତିଶଗଡ଼ି ନେତା। ଲାଗୁଛି ଓଡ଼ିଶା ନୁହେଁ ତ ସତେ ଯେମିତି ଛତିଶଗଡ଼ର କୌଣସି ସ୍ଥାନରେ ଭୋଟ୍ ହେଉଛି। କହିବାକୁ ଗଲେ, ନୂଆପଡ଼ାରେ ଏବେ ଛତିଶଗଡ଼ ଦବଦବା।

ପ୍ରଚାର ସରିବାକୁ ମଝିରେ ଆଉ ମାତ୍ର ୩ ଦିନ ବାକି ଥିବାବେଳେ ସେଠିକାର ଭୋଟରକୁ ମନାଇବାକୁ ଯୋଦ୍ଧାଙ୍କ ସହ ସେମାନଙ୍କ ପାର୍ଟି ଲଗାଇଛି ଜୀ-ଜାନ। ଯେଉଁଥିରେ ସବା ଆଗରେ ରହିଛି ବିଜେପି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଶ୍ଣୁଦେବ ସାଏଙ୍କଠୁ ଆରମ୍ଭ କରି ସେଠିକାର ବିଧାୟକ ଓ ସାଧାରଣ କର୍ମକର୍ତ୍ତା ବି ମଇଦାନରେ ଝାଳ ବୁହାଉଛନ୍ତି।...

Advertisment

କଥା ଏଇଠି ସରନି- ଛତିଶଗଡ଼ ସୀମାନ୍ତ କିଛି ଗାଁରୁ ବି ନିର୍ବାଚନ ପରିଚାଳନା ହେଉଥିବା କୁହାଯାଉଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଘମାଘୋଟ ପ୍ରଚାର କରି ସ୍ଥାନୀୟ ଲୋକଙ୍କ ସମର୍ଥନ ଯୋଗାଡ଼ରେ ପୁରା ଲାଗି ପଡ଼ିଛନ୍ତି ଛତିଶଗଡ଼ ପଦ୍ମ ପାର୍ଟିର ନେତା ଓ ମନ୍ତ୍ରୀ। 

ଅଧିକାଂଶ ଲୋକଙ୍କ ଭାଷା ହିନ୍ଦୀ ଓ ଛତିଶଗଡ଼ି

ନୂଆପଡ଼ା ବିଧାନସଭା କ୍ଷେତ୍ର, ଛତିଶଗଡ଼ ସୀମାନ୍ତରେ ଥିବାରୁ ଅଧିକାଂଶ ଲୋକଙ୍କ ଭାଷା ହିନ୍ଦୀ ଓ ଛତିଶଗଡ଼ି। ବିଶେଷକରି ନୂଆପଡ଼ା ବ୍ଲକ୍ ଓ ଏନଏସିରେ ହିନ୍ଦୀ ଏବଂ ଲରିଆ ଭାଷାର ବେଶୀ ପ୍ରଭାବ। ଏଣୁ ଓଡ଼ିଶାର ଅନ୍ୟ ଜିଲ୍ଲାରୁ ଯାଇଥିବା ନେତାମାନେ ଲୋକାଲ ଭାଷାରେ ଲୋକଙ୍କୁ ଆକୃଷ୍ଣ କରିବା କଷ୍ଟସାଧ୍ୟ ହେଉଥିବାରୁ ଛତିଶଗଡ଼ି ନେତାଙ୍କ ସାହାରା ଲୋଡ଼ୁଛନ୍ତି। ଏମିତିକି ସେଠି ହିନ୍ଦୀ ଭାଷାରେ ଅଧିକ ପୋଷ୍ଟର- ବ୍ୟାନର ବି ଲାଗିଛି। କଂଗ୍ରେସ ପାଇଁ ବି ଛତିଶଗଡ଼ି ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। 

Advertisment

ନୂଆପଡ଼ାରେ ଛତିଶଗଡ଼ ଛାପ ରହୁଥିବାରୁ ସେଠିକାର ନେତା କେତେକାଂଶରେ ଭୋଟରଙ୍କୁ ପ୍ରଭାବିତ କରିପାରନ୍ତି। ତେବେ ରୋଟି ବେଟିର ସମ୍ପର୍କ ରାଜନୈତିକ ଲଢେଇରେ କେତେ ଇଫେକ୍ଟ ପକାଉଛି ତାହା ୧୪ ତାରିଖରେ ସ୍ପଷ୍ଟ ହେବ।...

nuapada bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ