Nuapada Photograph: (OTV)
ନୂଆ ମୋଡ଼ ନେଉଛି ନୂଆପଡା ରାଜନୀତି। ଗତକାଲି ବିଜେପି କର୍ମୀଙ୍କୁ ମାଡ଼ମରା ଅଭିଯୋଗରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ବିଜେପିର ଏକ ଟିମ୍ ମଧ୍ୟ ନିର୍ବାଚନ କମିଶନକୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏପଟେ ପ୍ରଚାର ମୈଦାନ କମ୍ପୁଛି। ଆଜି ମାରାଥନ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।...
ବବିଙ୍କ ପାଇଁ ବଢିଲା ଅଡ଼ୁଆ। ମହଙ୍ଗା ପଡ଼ିଲା ବିଜେଡି ଛାଡୁଥିବା ନେତାଙ୍କୁ ଧମକ ଆଉ ଆକ୍ରମଣ। ମାମଲା ରୁଜୁ କଲା ପୋଲିସ। ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି। ଗତକାଲି କୋମନା ଥାନାରେ ବିଜେଡି ଉପସଭାପତି ତଥା ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ କୋମନା ଥାନାରେ ସାଂଘାତିକ ଅଭିଯୋଗ ଆଣିଥିଲେ ଜିତୁ ଅଡବଙ୍ଗ। ଜିତୁ ଲିଖିତ ଅଭିଯୋଗ କରିଥିଲେ ସ୍ଥାନୀୟ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ଅଧିରାଜ ପାଣିଗ୍ରାହୀ ତାଙ୍କୁ ମାଡ ମାରିଥିଲେ। ଏହା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି କାହିଁକି ବିଜେପିରେ ବୁଲୁଛୁ ବୋଲି ପଚାରି ପିଟିଥିଲେ।
ଆଉ ତାଙ୍କ ଅଭିଯୋଗ ଆଧାରରେ ଆଜି ବବି ଏବଂ ଅଧିରାଜଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ଉଭୟଙ୍କ ବିରୋଧରେ ଲାଗିଛି ବିଏନଏସ ସେକ୍ସନ 126(2), 296, 115(2), 351(2) ଏବଂ 3(5) । ଏପଟେ ବିଜେପି ଉପସଭାପତି ଯତୀନ ମହାନ୍ତିଙ୍କ ନେତୃତ୍ନରେ ଏକ ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି। ଘଟଣାରେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ସହ ଦୁଇ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି। ପାଲଟା ଅଭିଯୋଗ ଆଣି ବିଜେଡି କହିଛି ବିଜେପି ଭୟଭୀତ ହୋଇ ପୋଲିସକୁ ବ୍ୟବହାର କରିଛି।...
ଏପଟେ ପ୍ରଚାର ମୈଦାନକୁ ଆଜି ଓହ୍ଲାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା। ନୂଆପଡାର ବେଲଟୁକୁରୀ ଠାରେ ଏକ ସାଧାରଣ ସଭା ସହ ମାରାଥନ ପ୍ରଚାର କରି ବିଜେପି ପ୍ରାର୍ଥୀ ଜୟଙ୍କ ପାଇଁ ଭୋଟ ମାଗିଛନ୍ତି ବୈଜୟନ୍ତ ପଣ୍ଡା। ସେପଟେ ନୂଆପଡାରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି ପ୍ରଭାରୀ ଅଜୟ ଲଲୁ ଏବଂ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ସାରାବଙ୍ଗ ଅଞ୍ଚଳରେ ପ୍ରଚାର କରିଥିବା ବେଳେ 3 ତାରିଖ ମୈଦାନକୁ ଓହ୍ଲାଇବେ ନବୀନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/01/nuapada-2025-11-01-19-53-30.jpg)