Advertisment

BJP Gears Up for Nuapada Battle: ନୂଆପଡା ଦଖଲ ପାଇଁ ବିଜେପିର ବଡ଼ ବ୍ଲୁ-ପ୍ରିଣ୍ଟ, ଜୟ ଢୋଲକିଆଙ୍କ ନାଁ ଫାଇନାଲ୍ କେବଳ ଘୋଷଣା ବାକି

ଜୟଙ୍କ ନାଁ ଚୂଡାନ୍ତ ହୋଇଛି, କେବଳ ଘୋଷଣା ବାକି। ୧୬ ତାରିଖରେ ନୂଆପଡାରେ ହେବ ବଡ଼ ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମିଶିବେ ବିଜେଡି ଓ କଂଗ୍ରେସର ବହୁ ନେତା ଓ କର୍ମୀ ।

CANDIDATE-FINAL-NUAPADA

CANDIDATE-FINAL-NUAPADA Photograph: (OTV)

Advertisment

ନୂଆପଡା ଅକ୍ତିଆର୍ ପାଇଁ ବିଜେପିର ବଡ଼ ରଣନୀତି। ପ୍ରାର୍ଥୀ, ପ୍ରଚାର, ପରିଚାଳନାକୁ ନେଇ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ଗ୍ରାଉଣ୍ଡକୁ ଓହ୍ଲାଇଲେଣି ନେତା ମନ୍ତ୍ରୀ । ମଣ୍ଡଳ ଜଗିବେ ମନ୍ତ୍ରୀ, ବୁଥ୍ ଜଗିବେ MLA। ତେବେ ବିଧିବଦ୍ଧ ଘୋଷଣା ହୋଇ ନ ଥିଲେ ମଧ୍ୟ ଜୟ ଢୋଲକିଆ ନାଁରେ ମୋହର ବାଜିପାରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର। ଏପଟେ ଘାସିରାମ ମାଝୀଙ୍କୁ ଆଦିବାସୀଙ୍କ ବୟକଟ ପରେ କଂଗ୍ରେସ ପାଇଁ ଅଡୁଆ ବଢ଼ିଛି। ତେଣେ ମନୋଜ ମିଶ୍ରଙ୍କୁ ବିଜେଡି ପ୍ରାର୍ଥୀ କରିବା ଏକ ପ୍ରକାର ଫାଇନାଲ ବୋଲି କୁହାଯାଉଛି। ...

Advertisment

ନୂଆପଡା ପାଇଁ ଜୟ ଢୋଲକିଆ ହିଁ ହେବେ ବିଜେପି ପ୍ରାର୍ଥୀ। ଆସନ୍ତା ୧୬ରେ ଭରିବେ ନାମାଙ୍କନ। ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ନୂଆପଡାରେ ବିଜେପି ପ୍ରାର୍ଥୀତ୍ବକୁ ନେଇ ବଡ଼ ସୂଚନା ଦେଇଛନ୍ତି ସାଂସଦ ସୁଜିତ କୁମାର । ସେ କହିଛନ୍ତି, ଜୟଙ୍କ ନାଁ ଚୂଡାନ୍ତ ହୋଇଛି, କେବଳ ଘୋଷଣା ବାକି। ୧୬ ତାରିଖରେ ନୂଆପଡାରେ ହେବ ବଡ଼ ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମିଶିବେ ବିଜେଡି ଓ କଂଗ୍ରେସର ବହୁ ନେତା ଓ କର୍ମୀ । ଏହି ବଡ ସମାବେଶ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛି ଦଳ ।

ମୋହନ ମାଝୀଙ୍କ ସରକାରର ପ୍ରଥମ ଉପନିର୍ବାଚନ ହୋଇଥିବାରୁ ବିଜେପି ଟିକେ ବି ଢିଲା ଛାଡୁନି । ପ୍ରତ୍ୟେକ ମଣ୍ଡଳ ଦାୟିତ୍ବରେ ରହିବେ ଜଣେ ମନ୍ତ୍ରୀ । ୫୦ରୁ ଅଧିକ ବିଧାୟକ ଓ ପୂର୍ବତନ ବିଧାୟକ ଜଗିବେ ବୁଥ୍ । ମୁଖ୍ୟମନ୍ତ୍ରୀ କରିବେ ମାରାଥନ୍ ପ୍ରଚାର । ସମାବେଶ ଦିନ ଜୟଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହିବେ । 

Advertisment

ପ୍ରାର୍ଥୀ ଘୋଷଣାରେ ଆଗରେ ଥିବା କଂଗ୍ରେସ ପାଇଁ ଏବେ ଅଡୁଆ ସ୍ଥିତି। ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସାମାଜିକ ବାସନ୍ଦ କରିଥିବା ଜଣାପଡିଛି। ଜିଲ୍ଲା ଆଦିବାସୀ ସଂଘକୁ ନଜଣାଇ ସେ କଂଗ୍ରେସରେ ଯୋଗ ଦେଇଥିବାରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସଂଘ ତାଙ୍କୁ ବାସନ୍ଦ କରିଥିବା ଜଣାଇଛି। କିନ୍ତୁ ଘାସିରାମ ଏହି ଆଦେଶକୁ ଅତି ହାଲୁକା ଭାବେ ନେଇ କହିଛନ୍ତି ଏହା ଅଗଣତାନ୍ତ୍ରିକ। ଆଦିବାସୀ ମାନେ ତାଙ୍କ ସହିତ ଥିବା ଘାସିରାମ ଦମ୍ଭୋକ୍ତି ଦେଖାଇଛନ୍ତି। 

 ବିଜୁ ଜନତା ଦଳ ଜିଲ୍ଲାର ବରିଷ୍ଠ ନେତା ମନୋଜ ମିଶ୍ରଙ୍କୁ ଏକପ୍ରକାର ପ୍ରାର୍ଥୀ କରିବା ନେଇ ଫାଇନାଲ୍ କରିଥିବା ସୂଚନା ରହିଛି। କୋମନାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ପୂର୍ବରୁ ଜିଲ୍ଲା ବିଜେଡି ସଭାପତି ମଧ୍ୟ ରହିଥିଲେ । ତେଣୁ ତାଙ୍କ ନାଁରେ ଏକ ପ୍ରକାର ମୋହର ବାଜିପାରେ ବୋଲି କୁହାଯାଉଛି । ନୂଆପଡାରେ ବିଜେଡି ହିଁ ବିଜୟୀ ହେବ ବୋଲି ଦଳ ଦୃଢୋକ୍ତି ପ୍ରକାଶ କରିଛି।

Advertisment

ଏକଥା ସ୍ପଷ୍ଟ ଯେ ନୂଆପଡ଼ା ଉପନିର୍ବାଚନରେ ରୋଚକ ଚିତ୍ର ଦେଖିବାକୁ ମିଳିବ। ଲଢ଼େଇ ବି ଜବରଦସ୍ତ ହେବ। ତେବେ ଦେଖିବାର କଥା ନିର୍ବାଚନୀ ମଇଦାନରେ କେଉଁ ଦଳର କେଉଁ ଫାକ୍ଟରକୁ ଭୋଟର ଗ୍ରହଣ କରୁଛନ୍ତି।...

BJD BJP Congress Nuapada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ