Advertisment

BJP vs BJD: ସରକାର ଉପରେ ବର୍ଷିଲେ ନବୀନ, କଡ଼ା ଜବାବ ଦେଲା ବିଜେପି

ମହିଳା ଦିବସରେ ବିଜେପି ସରକାର ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗ୍ରାଉଣ୍ଡରେ ସମ୍ପୂର୍ଣ୍ଣ ଫେଲ୍ ବିଜେପି ସରକାର। ମହିଳାଙ୍କ ଉପରେ ଅତ୍ୟାଚାର ବଢିଚାଲିଛି, ହେଲେ ଶୁଣିବାକୁ କେହି ନାହାନ୍ତି।

Naveen

Naveen Photograph: (OTV)

Advertisment

ମହିଳା ଦିବସରେ ବିଜେପି ସରକାର ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଲେ, ଗ୍ରାଉଣ୍ଡରେ ସମ୍ପୂର୍ଣ୍ଣ ଫେଲ୍ ବିଜେପି ସରକାର। ମହିଳାଙ୍କ ଉପରେ ଅତ୍ୟାଚାର ବଢିଚାଲିଛି, ହେଲେ ଶୁଣିବାକୁ କେହି ନାହାନ୍ତି। ପରିବାର ଠୁଁ ଆରମ୍ଭ କରି ଦେଶ, ବିଦେଶ ପର୍ଯ୍ୟନ୍ତ ମହିଳାଙ୍କ ବିନା କେହି ଆଗେଇପରିବେ ନାହିଁ।

Advertisment

ବିଜୁବାବୁ ଏ କଥା ବୁଝିଥିଲେ। ତାଙ୍କ ସମୟରୁ ଆରମ୍ଭ ହୋଇଥିଲା ମହିଳା ସଶକ୍ତିକରଣର ଐତିହାସିକ ଯୁଗ। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ମାଆ ମାନଙ୍କ ପାଇଁ ଅନେକ କାମ କରିଛି। ରାଜ୍ୟରେ ମହିଳାଙ୍କୁ ମୁଖ୍ୟ ସ୍ରୋତକୁ ଆଣିଛି। କିନ୍ତୁ ବିଜେପି ସରକାର ମାଆ ମାନଙ୍କ ଉପରେ ଅତ୍ୟାଚାର କରୁଛି।  ସମସ୍ୟା ଶୁଣିବାକୁ କେହି ନାହିଁ।

ଏପଟେ ବିଜେପି କଡ଼ା ଜବାବ ରଖିଛି । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ବିଜେଡି ସରକାରରେ ବେଶି ମହିଳା ଅତ୍ୟାଚାର ହୋଇଛି । ଶିଶୁ ଚାଲାଣରେ ବିଜେଡିର ବଡ଼ ବଡ଼ ନେତାଙ୍କ ସମ୍ପୃକ୍ତି ଥିଲା । ଏବେ ବିଜେଡି ଏଭଳି କହିବା ହାସ୍ୟାସ୍ପଦ । 

Advertisment
Jay Narayan Mishra Naveen Patnaik BJD BJP Active Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ