Jay Dholkia Wins Photograph: (OTV)
ନୂଆପଡ଼ା ଉପନିର୍ବାଚନରେ ୧ ଲକ୍ଷ ୨୩ ହଜାର ୪୪୬ ଭୋଟ ପାଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସେ ୮୩ ହଜାର ୭୪୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସାରା ରାଜ୍ୟରେ ଏହା ଏକ ରେକର୍ଡ । ପୂର୍ବରୁ କୌଣସି ଉପନିର୍ବାଚନରେ ଭୋଟର ବ୍ୟବଧାନ ଏତେ ନଥିଲା । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୪୦ ହଜାର ୮୬ ଭୋଟ ପାଇଛନ୍ତି । ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଘାସିରାମ ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ଏହାଠାରୁ ଅଧିକ ଭୋଟ ପାଇଥିଲେ ।
ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୩୧୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଗତ ନିର୍ବାଚନରେ ସେ ଅତାବିରାରେ ନିର୍ବାଚନ ଲଢ଼ି ହାରିଯାଇଥିଲେ । ବିଜେପି ପାଇଁ ଏହା ଏକ ଅଦ୍ଭୂତପୂର୍ବ ସଫଳତା ବୋଲି କୁହାଯାଉଛି । ୨୮ ରାଉଣ୍ଡ ସୁଦ୍ଧା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଜୟ ଢୋଲକିଆଙ୍କ ଏହି ବିଜୟ ଆଶାଠାରୁ ଆହୁରି ଅଧିକ ସଫଳତା ବୋଲି ଅନେକ ମତ ଦେଉଛନ୍ତି । ଏପରିକି ଅପ୍ରତ୍ୟାଶିତ ବୋଲି କୁହାଯାଉଛି ।
ଏହି ବିଜୟ ପରେ ଜୟ କହିଛନ୍ତି ଯେ, ଏହି ବିଜୟ ପାଇଁ ସେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତା ଓ ନୂଆପଡାର ଭୋଟରମାନଙ୍କୁ ଶ୍ରେୟ ଦେଇଛନ୍ତି ।
ଏହି ବିଜୟ ପରେ ଜୟ ଢୋଲକିଆ ଏକ ବିଶାଳ ରାଲିରେ ନୂଆପଡାର ଖରିଆର ରୋଡରେ ପାର୍ଟି ଅଫିସକୁ ଯାଉଛନ୍ତି । ତାଙ୍କ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କ ସହ ଯାଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/14/jay-dholkia-wins-2025-11-14-16-45-36.jpg)