Advertisment

BJP National President Election: ନିତିନ ନବୀନ ନା ଆଉ କିଏ? ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ନାମାଙ୍କନ

ସୂଚନା ଅନୁସାରେ ନିତିନ ନବୀନ ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ। ସେ ହିଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସୂଚନା ରହିଛି। ତାଙ୍କୁ ପୂର୍ଣ୍ଣକାଳୀନ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯିବ।

BJP

BJP Photograph: (OTV)

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ନାମାଙ୍କନ। ଅପରାହ୍ନରେ ନାମାଙ୍କନ ଦାଖଲ ଭରିବେ ପ୍ରାର୍ଥୀ। ଏଥିପାଇଁ ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ, ୫ଟାରୁ ୬ଟା ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି। ଆଜି କିଏ ନାମାଙ୍କନ ଦାଖଲ କରୁଛନ୍ତି ତାଙ୍କ ଉପରେ ନଜର ରହିଛି।

Advertisment

ସୂଚନା ଅନୁସାରେ ନିତିନ ନବୀନ ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ। ସେ ହିଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସୂଚନା ରହିଛି। ତାଙ୍କୁ ପୂର୍ଣ୍ଣକାଳୀନ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯିବ।

ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ବହୁ ହେଭିୱେଟ୍ ନେତା ଉପସ୍ଥିତ ରହିପାରନ୍ତି। ଆସନ୍ତାକାଲି ବିଧିବଦ୍ଧ ଭାବେ ଏନେଇ ଘୋଷଣା ହେବ।

Advertisment

ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ନିତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରାଯାଇଥିଲା। 

Nitin Nabin Nomination BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ