Advertisment

Nuapada ByPoll Heat: ବିଗ୍ ଫାଇଟ୍ ପୂର୍ବରୁ ତେଜିଲା ବୟାନଯୁଦ୍ଧ , ଜୟନାରାୟଣ ମିଶ୍ରଙ୍କ ସଂଘାତିକ ବୟାନ

ସରିଲା ନାମାଙ୍କନ। ଏଥର ଆରମ୍ଭ ହେବ ମୁକାବିଲା । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରସ୍ତୁତ। ଲଢେଇ ପାଇଁ ସରଗରମ ନୂଆପଡ଼ା। ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଆଉ କିଛି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

jay

jay Photograph: (OTV)

Advertisment

ସରିଲା ନାମାଙ୍କନ। ଏଥର ଆରମ୍ଭ ହେବ ମୁକାବିଲା । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରସ୍ତୁତ। ଲଢେଇ ପାଇଁ ସରଗରମ ନୂଆପଡ଼ା। ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଆଉ କିଛି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଆସନ୍ତା ୨୨ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଆଉ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୪ ତାରିଖ। ସେପଟେ ନାମାଙ୍କନ ପ୍ରକ୍ରିୟା ସରୁ ସରୁ ନିର୍ବାଚନ ମଇଦାନରେ ପ୍ରଚାରକୁ ଜୋରଦାର୍ କଲେଣି ବିଜେପି, ବିଜେଡ଼ି ଓ କଂଗ୍ରେସ । ଏଥିପାଇଁ ତିନି ଦଳ ପକ୍ଷରୁ ସ୍ବତନ୍ତ୍ର ପ୍ରଚାର ରଣନୀତି ପ୍ରସ୍ତୁତ କରାଯାଇଛି। ଫୋକସର ଭୋଟରଙ୍କ ମୁଡ୍। ବିଜେଡି ସିଟକୁ ନିଜ ଦଖଲକୁ ନେବା ଲାଗି ଶାସକ ବିଜେପି ସବୁ କୌଶଳ ଆପଣାଇବା ସହିତ ବିକାଶ କୁ ମୁଖ୍ୟ ମୁଦ୍ଦା କରିବ।

Advertisment

ଜୟ ଢୋଲକିଆ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହେବା ପରେ ବିଜେଡି ପାଇଁ ବଢିଛି ଟେନସନ୍ ବଢିଛି। ସ୍ନେହାଙ୍ଗିନୀ ଜିଲ୍ଲା ବାହାର ନେତ୍ରୀ ହୋଇଥିବାରୁ ତାଙ୍କୁ ଜିତାଇବାକୁ ଦଳର ତୁଙ୍ଗ ନେତୃବୃନ୍ଦ ନୂଆପଡ଼ାରେ ପୁରା ଦମ ଲଗାଇଦେଇ ଛନ୍ତି। ସେପଟେ ଉଭୟ ବିଜେପି ଓ ବିଜେଡ଼ି ଏକ ହୋଇ ଲଢୁଥିବା କଥାକୁ ରାଜନୈତିକ ପ୍ରସଙ୍ଗ କରିଛି କଂଗ୍ରେସ। ତିନି ଦଳର ବଳ କଷାକଷି ଏକ ପ୍ରକାର ଆରମ୍ଭ ହୋଇଯାଇଛି। 

ନୂଆପଡ଼ାରେ କଂଗ୍ରେସ ଆଦିବାସୀ କାର୍ଡ ଖେଳିଥିବା ବେଳେ ବିଜେଡି ମହିଳା ଚେହେରା ନେଇ ମୈଦାନକୁ ଓହ୍ଲାଇଛି। ବିଜେପି କିନ୍ତୁ ଦିବଂଗତ ବିଧାୟକଙ୍କ ଲିଗାସୀକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି। ନୂଆପଡ଼ାରେ  ୨ ଲକ୍ଷ ୫୪ ହଜାର ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଲା ପ୍ରାୟ ଲକ୍ଷେ ୨୬ ହଜାର ୧୩୨ । ସେହିପରି ପୁରୁଷ ଭୋଟର ହେଲେ ୧ ଲକ୍ଷ ୨୨ ହଜାର ୧୦୩। ନିର୍ବାଚନମଣ୍ଡଳୀରେ ୩୩ ପ୍ରତିଶତ ହେଉଛନ୍ତି ଆଦିବାସୀ। ଏଣୁ ଭୋଟରଙ୍କ ମନ ଜିଣିବା ପାଇଁ ତିନି ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି।

ବିଜେପି ପାଇଁ ଓଡ଼ିଶା ଓ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ପୁଞ୍ଜି ହୋଇଥିବା ବେଳେ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ବାଜିରେ ଲଗାଇଛି। ଏହାରି ଭିତରେ ରାଜନୈତିକ ବୟାନବାଜି ବି ତେଜିଛି। ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବଡ ପ୍ରତିକ୍ରିୟା ଦେଇ କହିଛନ୍ତି, ନୂଆପଡ଼ାରେ ଆମେ ଜିତିବୁ। କଂଗ୍ରେସକୁ ଚେକ୍ ଦେବାକୁ ବିଜେଡିକୁ ରାଜ୍ୟର ବଞ୍ଚାଇ ରଖିଛି ବିଜେପି। ନଚେତ୍ ବିଜେଡ଼ି ଲୋପ ପାଇ ଯିବ। ବିଜେଡି କହିଛି ବିଜେପିର ବାହାସ୍ପୋଟ ରହିବନି। ନବୀନ ବାବୁଙ୍କ ଲୋକପ୍ରିୟତାରେ ହାରିଯିବ ଶାସକ ଦଳ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ