Advertisment

Rajya Sabha Nomination Buzz: ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ ବିଜେପିର କସରତ, ଜାଣନ୍ତୁ କେଉଁମାନେ ଅଛନ୍ତି ଆଗରେ

ସୁଜିତଙ୍କୁ ଦଳ ପୁଣି ଥରେ ରିପିଟ୍ କରିପାରେ ବୋଲି ଆଲୋଚନା ହେଉଛି । ସେହିିପରି ମନମୋହନ ସାମଲ, ଦଳର ବରିଷ୍ଠ ନେତା ସମୀର ମହାନ୍ତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ସାରଦା ଶତପଥୀଙ୍କ ସହ କିଛି ମହିଳା ନେତ୍ରୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।

BJP

BJP Photograph: (OTV)

Advertisment

ବିଜେପି ପକ୍ଷରୁ ମଧ୍ୟ ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ କସରତ ହୋଇଛି । ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ୍ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି କିଛି ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଥିଲେ । ଆଉ ବୈଠକରେ ବିଦାୟୀ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ମଧ୍ୟ ଉପସ୍ଥିତ ଥିଲେ ।  

Advertisment

ଜୋରଦାର୍ ଚର୍ଚ୍ଚା...

ସୁଜିତଙ୍କୁ ଦଳ ପୁଣି ଥରେ ରିପିଟ୍ କରିପାରେ ବୋଲି ଆଲୋଚନା ହେଉଛି । ସେହିିପରି ମନମୋହନ ସାମଲ, ଦଳର ବରିଷ୍ଠ ନେତା ସମୀର ମହାନ୍ତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ସାରଦା ଶତପଥୀଙ୍କ ସହ କିଛି ମହିଳା ନେତ୍ରୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଏପରିକି ରାଜ୍ୟ ବାହର ନେତା ବି ଓଡ଼ିଶାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । 

ରବିବାର ବସିଥିବା ବିଜେପି ରାଜ୍ୟ କୋର୍ କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ଖୁବ ଶୀଘ୍ର ସଂସଦୀୟ ବୋର୍ଡ ପ୍ରାର୍ଥୀଙ୍କ ନାଁ ରେ ମୋହର ମାରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି । 

Advertisment
Rajya Sabha Polls BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ