Nuapada bypoll Photograph: (OTV)
କାଲି ନୂଆପଡ଼ା ବାଇ ଇଲେକସନ୍। ଏହି ନିର୍ବାଚନରେ କେଉଁ ଦଳର କଣ ବାଜିରେ ଲାଗିଛି, କାହାର କେଉଁ ରଣନୀତି କାମ କରୁଛି ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସବୁଠୁ ବଡ଼ କଥା ହେଲା ଶାସକ ଦଳ ବିଜେପି ଆଉ ଡବଲ ଇଂଜିନ ସରକାରଙ୍କ ଗ୍ରହଣୀୟତା ଏଇଠି ବାଜିରେ ଲାଗିଛି। ପୁଣି ବିଜେଡି ଗଡ଼ ରଖି ପାରୁଛି ନାଁ ନାହିଁ, ଆଉ କଂଗ୍ରେସ ୨୦୨୪ରେ ସ୍ୱାଧୀନ ଭାବେ ଘାସିରାମଙ୍କ ଭୋଟକୁ ମିଶାଇ କଷିଥିବା ଅଙ୍କ ଠିକ ହେଉଛି ନା ନାହିଁ, ତା ଉପରେ ବି ରହିଛି ନଜର। ...
କାଲି ନୂଆପଡ଼ା ଏସିଡ୍ ଟେଷ୍ଟ। ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ବାଜିରେ ଲାଗିଛି ନବୀନଙ୍କ ଲୋକପ୍ରିୟତା, ବିଜେଡିର ଗଡ଼ ରକ୍ଷା ଚିନ୍ତା। କଂଗ୍ରେସ ଲଢୁଛି ଅସ୍ତିତ୍ୱ ବଞ୍ଚାଇବା ଲାଗି। ଭକ୍ତଙ୍କ ପ୍ରଥମ ଏସିଡ୍ ଟେଷ୍ଟ। ଉପନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ନିଜ ନିଜ ରଣନୀତି ନେଇ ମୈଦାନକୁ ଓହ୍ଲାଇଥିଲେ। ଭୋଟରଙ୍କୁ ପ୍ରଭାବିତ କରିବାକୁ ଜି ଜାନ ଲଗାଇ ଦେଇଥିଲେ। ହେଭିୱେଟଙ୍କ ପ୍ରଚାରରେ କମ୍ପିଥିଲା ନୂଆପଡ଼ା ମୈଦାନ। ବିଗତ କିଛି ଦିନର କଠିନ ପରିଶ୍ରମ ପରେ କାଲି ପରୀକ୍ଷାର ମୁହୂର୍ତ୍ତ।...
ବିଜେପି ସରକାରକୁ ଆସିବା ପରେ ପ୍ରଥମ ଉପନିର୍ବାଚନ
୨୦୨୪ ସାଧାରଣ ନିର୍ବାଚନ ପରେ ଏବଂ ବିଜେପି ଏକାକୀ କ୍ଷମତାକୁ ଆସିବା ପରେ ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ଉପନିର୍ବାଚନ। ଯାହାର ଫଳାଫଳ ରାଜ୍ୟ ରାଜ୍ୟନୀତି ଉପରେ ବଡ଼ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତଥା ଡବଲ ଇଂଜିନ ସରକାରଙ୍କ ଗ୍ରହଣୀୟତା ନେଇ ସ୍ପଷ୍ଟ ସନ୍ଦେଶ ଦେବ ନୂଆପଡ଼ା ଫଳାଫଳ ।
ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଇ ଦୁଇ ଥର ପ୍ରଚାରକୁ ଆସିଥିବା ବେଳେ ନୂଆପଡ଼ା ଆସନକୁ ରକ୍ଷା କରିପାରୁଛି ନା ନାହିଁ ବିଜେଡି ତାହା ବି ଦେଖିବାକୁ ମିଳିବ। ଆଉ ଯଦି ଦଳ ପରାଜିତ ହୁଏ କି ୩ ନମ୍ବରରେ ରୁହେ ତାହେଲେ ଦଳ ଭିତରେ ପାଣ୍ଡିଆନ ବିରୋଧରେ ଅସନ୍ତୋଷ ବଢିବା ସହ ନେତା ଦଳ ଛାଡ଼ିବା ଘଟଣା ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ୨୦୨୪ରେ ଦ୍ବିତୀୟ ସ୍ଥାନରେ ଥାଇ ପ୍ରଥମରୁ ନିଜକୁ ୧ ନମ୍ବର ଦାବି କରୁଥିବା କଂଗ୍ରେସ ରାଜନୀତିରେ ମଧ୍ୟ ଝଡ଼ ଆଣିପାରେ ଫଳାଫଳ। ପିସିସି ସଭାପତି ଭାବେ ନିଜର ପ୍ରଥମ ପରୀକ୍ଷା ଦେଉଛନ୍ତି ଭକ୍ତ। ଆଉ ଯଦି ଦଳ ହାରିଯାଏ ତାହେଲେ ଭକ୍ତଙ୍କ ବିରୋଧରେ ତେଜିପାରେ ବିଦ୍ରୋହ ଆଉ ତାଙ୍କ ଉପରୁ ଭରସା ହଟାଇ ପାରନ୍ତି କେନ୍ଦ୍ର ନେତୃତ୍ୱ ।
ଓଡିଶା ରାଜନୀତିରେ ସାଧାରଣତଃ ଉପନିର୍ବାଚନ ଫଳାଫଳ ଶାସକ ଦଳ ସପକ୍ଷରେ ଯାଇଥାଏ। ଅତୀତରେ ଏହା ଦେଖିବାକୁ ମିଳିଛି । କେବଳ ୨୦୨୨ରେ ଧାମନଗରରେ ବିଜେପି ବିରୋଧୀ ଦଳ
ଭାବେ ଉପନିର୍ବାଚନ ଜିତିଥିଲା। ଏହା ପଛରେ ଲମ୍ବା ସମୟ ସରକାର ବିରୋଧରେ ଜନ ଆକ୍ରୋଶ ଥିବା କୁହାଯାଏ। କିନ୍ତୁ ଏଠି କେଉଁ ଦଳର କେଉଁ ଫ୍ୟାକ୍ଟର କାମ କରୁଛି ୧୪ ପରେ ତାହା ସ୍ପଷ୍ଟ ହୋଇଯିବ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/10/nuapada-bypoll-2025-11-10-20-07-26.jpg)