Advertisment

BJD's Devi Mishra on Successor Buzz: ସୁଜାତା ହେବେ ଉତ୍ତରାଧିକାରୀ ! କଥା ଛଳରେ ଏମିତି କହିଲେ ଦେବୀ

ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ବଡ଼ ବୟାନ । ଦେବୀ କହିଛନ୍ତି, ଯଦି ସେମିତି କରିବାର ଅଛି,  ଦଳର ସଭାପତି ଯେତେବେଳେ ଘୋଷଣା କରିବେ ସେବେ ଜଣାପଡ଼ିବ ।

DEBI-MISHRA

DEBI-MISHRA Photograph: (OTV)

Advertisment

ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ବଡ଼ ବୟାନ । ଦେବୀ କହିଛନ୍ତି, ଯଦି ସେମିତି କରିବାର ଅଛି,  ଦଳର ସଭାପତି ଯେତେବେଳେ ଘୋଷଣା କରିବେ ସେବେ ଜଣାପଡ଼ିବ । ଯଦି ଦଳର ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ସଭାପତି ନିର୍ଦ୍ଦେଶ ଦିଅନ୍ତି ତେବେ ସମସ୍ତେ ଜାଣି ପାରିବେ । କିନ୍ତୁ ତା ପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ ଏବେ କିଛି କହି ହେବ ନାହିଁ ।  

Advertisment

ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଥିବା ବେଳେ ସେହିଦିନ ସୁପ୍ରିମୋ ନବୀନ ପଟ୍ଟନାୟକ ଉତ୍ତରାଧିକାରୀ ଘୋଷଣା କରିବେ ବୋଲି ଚର୍ଚ୍ଚା ଚାଲିଛି ।  ବିଶେଷ କରି ଭି.କେ. ପାଣ୍ଡିଆନଙ୍କ ପତ୍ନୀ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ଏବଂ ଯୁବ ନେତ୍ରୀ ଏଲିନା ଦାସ ନିଜ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଏ ନେଇ ସୂଚନା ଦେଇଥିଲେ । ଏହାକୁ ନେଇ ପୂର୍ବରୁ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଥିଲେ, ନବୀନ ଯେଉଁ ନିଷ୍ପତ୍ତି ନେବ ତାହା ଦଳ ତଥା ରାଜ୍ୟର ହିତ ପାଇଁ ନେବେ । 

ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗ 
ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ବଡ଼ ବୟାନ
ସୁଜାତା ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ ଚର୍ଚ୍ଚା ନେଇ ପ୍ରତିକ୍ରିୟା
‘ଦଳର ସଭାପତି  ଯେତେବେଳେ ଘୋଷଣା କରିବେ ସେବେ ଜଣାପଡ଼ିବ’ 
‘ଦଳ ବିଧିବଦ୍ଧ ନିଷ୍ପତ୍ତି ନେଲେ ବା ସଭାପତି ନିର୍ଦ୍ଦେଶ ଦେଲେ ସମସ୍ତେ ଜାଣି ପାରିବେ’
‘ପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ ଏବେ କିଛି କହି ହେବ ନାହିଁ ’
ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେବ
ସେହିଦିନ ନବୀନ ପଟ୍ଟନାୟକ ଉତ୍ତରାଧିକାରୀ ଘୋଷଣା କରିବେ ବୋଲି ଚର୍ଚ୍ଚା 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ