Advertisment

BJD Shaken: ଦେବାଶିଷ ବିସ୍ଫୋରଣକୁ ନେଇ ବିଜେଡିରେ କମ୍ପନ , କହିଲେ ନବୀନ ନଜରବନ୍ଦୀ...ବିଜେଡି ପରାଜୟ ପଛରେ ପାଣ୍ଡିଆନ ଦାୟୀ

ଗତକାଲି ଦଳୀୟ ପଦକୁ ପ୍ରତ୍ୟାଖାନ କରିଥିଲେ।  ଆଉ ଆଜି ଖୋଲାକଥାରେ ବିସ୍ଫୋରଣ କଲେ ସାଂସଦ ଦେବାଶିଷ ସାମନ୍ତରାୟ। ଓଟିଭିର ଏହି ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ସେ  କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସହ ଦେଖା କରିବାକୁ ଦିଆଯାଉନି ।

DEBASIS-BLAST-IN-KHOLA-KATHA

DEBASIS-BLAST-IN-KHOLA-KATHA Photograph: (OTV)

Advertisment

ଗତକାଲି ଦଳୀୟ ପଦକୁ ପ୍ରତ୍ୟାଖାନ କରିଥିଲେ।  ଆଉ ଆଜି ଖୋଲାକଥାରେ ବିସ୍ଫୋରଣ କଲେ ସାଂସଦ ଦେବାଶିଷ ସାମନ୍ତରାୟ। ଓଟିଭିର ଏହି ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ସେ  କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସହ ଦେଖା କରିବାକୁ ଦିଆଯାଉନି । ଦିଲ୍ଲୀରୁ ଫେରିବା ପରେ ବାରମ୍ବାର ଚେଷ୍ଟା ସତ୍ତ୍ୱେ ବି ନବୀନଙ୍କୁ ଭେଟିବାକୁ ଦିଆଗଲାନି।  ଭୂପିନ୍ଦର ସିଂଙ୍କୁ ମଧ୍ୟ ଦେଖା କରେଇ ଦିଆଗଲାନି। କିଛି ଲୋକ ନବୀନ ବାବୁଙ୍କୁ ଦେଖା କରିବାକୁ ଦେଉ ନାହାଁନ୍ତି। ମୁଁ ତାଙ୍କୁ ଦେଖାକରିବାକୁ ଚାହୁଁଛି ବୋଲି ନବୀନ ବାବୁଙ୍କୁ ଜଣାଯାଉନି।

Advertisment

ବିରୋଧୀ ଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ଅଦିତ୍ୟ ମହାପାତ୍ରଙ୍କ ନାଁ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଦେବାଶିଷ କହିଛନ୍ତି, ନବୀନ ନିବାସରେ ଥିବା ଆଦିତ୍ୟ ମହାପାତ୍ର ତାଙ୍କ ମାଲିକଙ୍କୁ ପଚାରୁଥିବେ। ଆମେରିକାରେ ବସିଥିବା ତାଙ୍କ ମାଲିକଙ୍କୁ ପଚାରୁଥିବେ। ଏହା ସହ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ସେ ଟାର୍ଗେଟ୍ କରିଛନ୍ତି। କହିଛନ୍ତି, ନିର୍ବାଚନ ବେଳେ ପ୍ରଚାର ମଙ୍ଗ ଧରିଲେନି ନବୀନ, ଏକା ପ୍ରଚାର କଲେ ପାଣ୍ଡିଆନ। ବିଜୁ ବାବୁ, ନବୀନ ବାବୁଙ୍କ ଫଟୋ ଉଠିଗଲା, ପାଣ୍ଡିଆନଙ୍କ ଫଟୋ ଲାଗିଲା। ସ୍ୱାଭିମାନ ଓଡ଼ିଆ ସଠିକ୍ ଜବାବ ଦେଲେ। ପାଣ୍ଡିଆନ ଓଡ଼ିଶାରେ କେବେ ଷ୍ଟାର୍ ହୋଇପାରିବେନି। ଏହା ସହ ସେ ଆହୁରି ଅଭିଯୋଗ କରି କହିଛନ୍ତି, ପରାଜୟ ପରେ ଏବେ ଓଡ଼ିଆଙ୍କ ଉପରେ ପ୍ରତିଶୋଧ ନେଉଛନ୍ତି ପାଣ୍ଡିଆନ। କାରଣ ତାଙ୍କ ନେତୃତ୍ୱକୁ ରିଜେକ୍ଟ କଲେ ଓଡ଼ିଶାବାସୀ। ନୂଆପଡ଼ାରେ ପ୍ରାର୍ଥୀ ବାଛିବା ଭୁଲ୍ ହୋଇଛି, ନବୀନ ବାବୁ ବାଛି ନାହାନ୍ତି। ହସ୍ପିଟାଲରୁ ଫେରିବା ପରେ ତାଙ୍କୁ ପ୍ରଚାର ପାଇଁ ପଠାଇବା ଉଚିତ ନଥିଲା। ଅନ୍ୟପକ୍ଷରେ ଦେବାଶିଷଙ୍କୁ ସ୍ୱାର୍ଥପର କହି ପାଲଟା ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ । ...



ନୂଆପଡା ଉପନିର୍ବାଚନରେ ପରାଜୟ ପରେ, ବିଜେଡିରେ ପୁଣି ଥରେ ପାଣ୍ଡିଆନଙ୍କ ଦବଦବା ଏବଂ ସୂଜାତା କାର୍ତ୍ତିକେୟନଙ୍କୁ ଏଣ୍ଟ୍ରି ଯୋଜନା ବିରୋଧରେ ତେଜିଛି କନ୍ଦଳ। ନିଇତି କିଛି ନେତା ସୂଜାତାଙ୍କ ସପକ୍ଷରେ ଯୁକ୍ତି ରଖୁଥିବା ବେଳେ ଆଉ କିଛି ଏହାକୁ ବିରୋଧ ବି କରୁଛନ୍ତି। ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ସୋସିଆଲ ମିଡିଆ ଜରିଆରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ସହ ପୁରୁଖା ନେତାଙ୍କୁ କରିଛନ୍ତି କଟାକ୍ଷ। ନୂଆପଡା ପରାଜୟକୁ ନେଇ ଶ୍ରୀମୟୀ ଲେଖିଛନ୍ତି, ଅନ୍ୟ ମୁଣ୍ଡରେ ଅଠା ବୋଳିବା ହେଉଛି ତାମିଲ ଖେଳ। କିନ୍ତୁ ଦଳର ବିଜୁ ପ୍ରେମୀ ମାନେ ଭଣ୍ଡଙ୍କ ଅନୁଗାମୀ ହେବା ଧନ୍ୟ ବୋଲି କଟାକ୍ଷ କରିଛନ୍ତି। ଅନ୍ୟ ପଟେ ସୁଜାତାଙ୍କ ନେତୃତ୍ୱକୁ ସମର୍ଥନ ଦେବେ ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଅପରପକ୍ଷରେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେପି ହ୍ୱିସଲ ମାରିଲେ ବିଜେଡି ଭାଙ୍ଗିଯିବ। ୫୧ରୁ ୫୦କୁ ବିଧାୟକ ସଂଖ୍ୟା କମିଲା, ବର୍ଷେ ଦୁଇ ବର୍ଷେ ପରେ ଦେଖନ୍ତୁ କଣ ହେଉଛି। 

 ବିଜେଡିରେ ପାଣ୍ଡିଆନ ଏବଂ ସୁଜାତାଙ୍କୁ ନେଇ ତେଜିଥିବା ବିବାଦକୁ ବିଜେଡିକୁ ଏକ ପ୍ରକାର ଅଡୁଆ ପରିସ୍ଥିତି ପକାଇଛି। ଯଦିଓ ବିରୋଧ କରିଥିବା ନେତାଙ୍କୁ ସାଇଜ କରିବାକୁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିନ୍ତୁ ତା ସତ୍ତ୍ୱେ ବି ନେତାଙ୍କୁ ତୁଣ୍ଡରେ ଲଗାମ ଲାଗି ପାରୁନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ