Advertisment

Sujata Entry Stalled in BJD: ବିଜେଡିରେ ସୁଜାତା ଏଣ୍ଟ୍ରିକୁ ରୋକ୍ ! ପ୍ରତିଷ୍ଠା ଦିବସରେ ପୁଣି ବିଦ୍ରୋହୀଙ୍କ ଚେତାବନୀ

ଶଙ୍ଖ ଭବନ ପ୍ରତିଷ୍ଠା ଦିବସ ମଞ୍ଚରୁ ନାଁ ନ ନେଇ ପାଣ୍ଡଆନ ଦମ୍ପତିଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ମୁନା ଖାଁ। କହିଛନ୍ତି ଆଉ ଦି ମୁଣ୍ଡିଆଙ୍କୁ ଛଡା ଯିବନି। କଟାକ୍ଷ କରି କହିଛନ୍ତି, ଦି ମୁଣ୍ଡିଆଙ୍କୁ ଯେଉଁଠି ଦେଖିବୁ ସେଇଠି ଗେଲ କରିବୁ।

Sujata Kartikeyan

Sujata Kartikeyan Photograph: (OTV)

Advertisment

ଆଗରୁ ମିଡିଆରେ ମତ ଦେଉଥିଲେ, ଏବେ କିନ୍ତୁ ସିଧାସଳଖ ମଞ୍ଚରେ କହିଲେ। ତାହା ପୁଣି ବିଜେଡି ପ୍ରତିଷ୍ଠା ଦିବସ ଭଳି କାର୍ଯ୍ୟକ୍ରମରେ। ପାଣ୍ଡିଆନ୍ ସପକ୍ଷବାଦୀ ଓ ବିପକ୍ଷବାଦୀ ଏବେ ମୁହାଁମୁହିଁ । ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରିକୁ ନେଇ ଦୁଇ ଗୋଷ୍ଠୀ ଖୋଲାଖୋଲି ବୟାନ ବାଜି ଆରମ୍ଭ କରିଦେଇଛନ୍ତି । ଏଥିରୁ ଶଙ୍ଖ ଦଳ ଯେ ଦୁଇ ଭାଗରେ ବିଭକ୍ତ ହୋଇଗଲାଣି ତାହା ଜଳ ଜଳ ଭାବେ ଦେଖାଯାଉଛି।...

Advertisment

ପ୍ରତିଷ୍ଠା ଦିବସରେ ପୁଣି ବିଦ୍ରୋହୀ ଦେଲେ ଚେତାବନୀ। ମୁହାଁମୁହିଁ ହେଲେ ପ୍ରୋ ପାଣ୍ଡିଆନ୍ ଓ ଆଣ୍ଟି ପାଣ୍ଡିଆନ୍ ଗ୍ରୁପ୍। ଶଙ୍ଖ ଭବନ ପ୍ରତିଷ୍ଠା ଦିବସ ମଞ୍ଚରୁ ନାଁ ନ ନେଇ ପାଣ୍ଡଆନ ଦମ୍ପତିଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ମୁନା ଖାଁ। କହିଛନ୍ତି ଆଉ ଦି ମୁଣ୍ଡିଆଙ୍କୁ ଛଡା ଯିବନି। କଟାକ୍ଷ କରି କହିଛନ୍ତି, ଦି ମୁଣ୍ଡିଆଙ୍କୁ ଯେଉଁଠି ଦେଖିବୁ ସେଇଠି ଗେଲ କରିବୁ।

ନବୀନ ଆମକୁ ଶାନ୍ତି ଶୃଙ୍ଖଳା ପାଠ ପଢାଇଥିଲେ। ମାତ୍ର ଏବେ କିନ୍ତୁ ବିଜୁଙ୍କ ଆଗ୍ରେସିଭ ଢାଞ୍ଚାକୁ ଆପଣା ଯିବ। ମୁଁ ନବୀନ ବାବୁଙ୍କୁ କହି ସାରିଛି ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ। ଆମେ ନବୀନ ବାବୁଙ୍କ ସହ ରହିବା କାହାର ଚାପଲୁସି କରିବା ନାହିଁ ବୋଲି ଖୋଲା ଆହ୍ବାନ ବି ଦେଇଛନ୍ତି ମୁନା ଖାଁ। ଅନ୍ୟପଟେ ମୁନାଙ୍କ ଦି ମୁଣ୍ଡିଆ ଉପାଖ୍ୟାନର ଜବାବରେ ବିଜେଡି କହିଛି ଯେଉଁମାନେ ଅନ୍ୟ ଦଳ ଲିଙ୍କ୍ ରେ ଅଛନ୍ତି ସେମାନେ ଦି ମୁଣ୍ଡିଆ।...

Advertisment

ସୁଜାତାଙ୍କ ସପକ୍ଷରେ ପ୍ରଭାତ 

ମୁନା ଖାଁଙ୍କ ବିଦ୍ରୋହ ପରେ ଦଳର ଆଉ ଗୋଟିଏ ଗୋଷ୍ଠୀ ସୁଜାତା କାର୍ତ୍ତିକେୟନଙ୍କ ସପକ୍ଷରେ ବାହାରିଛନ୍ତି।ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ବାଳ ମୁଁହ ଖୋଲି ପାଣ୍ଡିଆନ୍ ଦମ୍ପତିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। କଟକରେ ବିଜେଡି ପ୍ରତିଷ୍ଠା ଦିବସ ଖୋଲା ମଞ୍ଚରେ ପ୍ରଭାତ କହିଛନ୍ତି, ପାଣ୍ଡିଆନ ଦମ୍ପତି ନିଷ୍ଠାର ସହ ବହୁତ ପରିଶ୍ରମ କରିଛନ୍ତି ।

ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ବିଜୁ ଜନତା ଦଳ ସରକାର ଗଢ଼ିଥିଲା। ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି। ଖାଲି ସେତିକି ନୁହେଁ ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ ବୋଲି ବି ଦାବି କରିଛନ୍ତି ପ୍ରଭାତ । ଏହାସହ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ, ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କ ନାଁ ନେଇ ବର୍ଷିଛନ୍ତି। ଅଯଥା ଦଳୀୟ କାର୍ଯ୍ୟକ୍ରମରେ ହସ୍ତକ୍ଷେପ ନକରି ପରାଜିତ ହୋଇଥିବାରୁ ନିର୍ବାଚନ ମଣ୍ଡଳୀ ଜଗିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। 

Advertisment

ଅସୁବିଧା କେଉଁଠି ?

ସେପଟେ ଯୁବ ଓ ଛାତ୍ର ବିଜେଡି ବି ସୁଜାତାଙ୍କ ପାଇଁ ବାହାରିଛି। ଯୁବ ସଭାପତି ଚିନ୍ମୟ ସାହୁ କହିଛନ୍ତି, ସୁଜାତା ଜଣେ ଉଚ୍ଚ ଶିକ୍ଷିତା ଓ ଦକ୍ଷତା ସମ୍ପନ୍ନ ମହିଳା। ମହିଳା ସଶକ୍ତିକରଣ ରେ ତାଙ୍କର ବଡ ଭୂମିକା ରହିଚି। ଛାତ୍ର ବିଜେଡ଼ି ସଭାନେତ୍ରୀ ଇପସିତା ସାହୁ କହିଛନ୍ତି, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ମହିଳା, ମୁଖ୍ୟ ଶାସନ ସଚିବ ମହିଳା। ଦଳକୁ ମହିଳା ନେତୃତ୍ବ ଆସିଲେ ଅସୁବିଧା କେଉଁଠି।...

ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ ଏବେ ମୁହାଁମୁହିଁ। ଦଳରେ ଅସ୍ଥିରତା ଥିବାବେଳେ ନବୀନ ନିଜେ ସାମ୍ନାକୁ ଆସି କହିଛନ୍ତି ଯେ ବିଜେଡି ଆହୁରି ଶହେ ବର୍ଷ ରହିବ। ଯାହାକି ପୂର୍ବରୁ ନବୀନଙ୍କୁ କେବେ କହିବାକୁ ପଡି ନ ଥିଲା। ଯେଉଁଥିରୁ ସ୍ପଷ୍ଟ ଯେ ବିଜେଡି ସଂଗଠନ ଏବେ ଦୁର୍ବଳ ହେଲାଣି ଆଉ ନବୀନଙ୍କ ହାତରୁ ପକଡ ଧୀରେ ଧୀରେ ଖସିବାରେ ଲାଗିଛି। 

ମୁହାଁମୁହିଁ ପ୍ରୋ ଓ ଆଣ୍ଟି ପାଣ୍ଡିଆନ୍ ଗୋଷ୍ଠୀ

ନାଁ ନନେଇ ଦୋମୁଣ୍ଡିଆ କହି ମୁନା ଖାଁଙ୍କ ଟାର୍ଗେଟ୍

ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସାରେ ପୋତିପକାଇଲେ ପ୍ରଭାତ

ପାଣ୍ଡିଆନଙ୍କ ପ୍ରତି ଅବିଚାର ହେଲେ ବିରୋଧ କରିବି: ପ୍ରଭାତ

BJD Sujata Kartikeyan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ