Shreemayee-Mishra-New-Post Photograph: (OTV)
ବିଜେଡି ମଙ୍ଗ ଧରିବେ ସୁଜାତା !ନବୀନ ପଠାଇବେ ରାଜ୍ୟସଭା ! ପ୍ଲାନ୍ କରୁଛନ୍ତି ପାଣ୍ଡିଆନ୍, ମୁଖିଆ ଦେବେ ଗ୍ରୀନ୍ ସିଗନାଲ୍ !ଏ ସବୁ କୁଆଡ଼େ ନୂଆପଡ଼ା ଉପନିର୍ବାଚନ ପରେ ପରେ ଆରମ୍ଭ ହେବାକୁ ଯାଉଛି ।ଏକଥା ଆମେ କହୁନୁ ପାଣ୍ଡିଆନଙ୍କୁ ତାମିଲ ପୁଅ କହି, ସୁଜାତାଙ୍କୁ ଶକ୍ତି ନାନୀ ଡାକି ଏବଂ ନବୀନଙ୍କୁ ମୁଖିଆ ଆସନରେ ବସାଇ ପୁଣି ବିଜେଡିକୁ କଡା ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ।
ଶ୍ରୀମୟୀଙ୍କ ଫେସବୁକ୍ ପୋଷ୍ଟ କରି ଲେଖିଛନ୍ତି ଶୁଣିବାକୁ ମିଳୁଛି ଶକ୍ତି ନାନୀ, କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ । ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ । ଶ୍ରୀମୟୀଙ୍କ ଏହି ପଦିଏ କଥା ବିଜେଡିରେ ଆଗକୁ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା ସ୍ପଷ୍ଟ ଦର୍ଶାଉଛି ।
ପୂର୍ବରୁ ପାଣ୍ଡିଆନ୍ମଡେଲ୍ଫେଲ୍ମାରିଛି।ଏବେକ୍ଷମତାଅକ୍ତିଆରପାଇଁସୁଜାତାମଡେଲ୍ଆପଣାଉଛନ୍ତିକିନବୀନ ?ସେପଟେନବୀନ ନୂଆପଡ଼ା ଗସ୍ତ କରି ସ୍ନେହାଙ୍ଗିନୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏପରି ସମୟରେ ବିଜେଡି ଓ ସୁଜାତା ଉପାଖ୍ୟାନ କହି ଦଳକୁ ଆହୁରି ଅଡୁଆରେ ପକାଇଛନ୍ତି ଶ୍ରୀମୟୀ । ଶ୍ରୀମୟୀଙ୍କ କହିବା କଥା, ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି । ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ଡ୍ରାମା ହେବ । କାରଣ ଯିଏ ଜାମସେଦପୁର ପାଣି ପବନରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ ବା କେମିତି । ଖାଲି ସେତିକି ନୁହେଁ, ଓଡ଼ିଶା ଲୋକେ ତାମିଲ ପୁଅକୁ ପ୍ରତ୍ୟାଖ୍ୟାନ କଲେ । ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ବୋଲି ଶ୍ରୀମୟୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି । ବିଜେଡିରେ ସୁଜାତାଙ୍କୁ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ୍ କରାଉଛି କିଏ ବୋଲି ପରୋକ୍ଷରେ ନବୀନଙ୍କୁ ଶ୍ରୀମୟୀ ପଚାରିଛନ୍ତି ।
ଶ୍ରୀମୟୀଙ୍କୁ ଦଳରୁ ବିଦା, ଏବେ ବିଜେଡିକୁ ଭାରି ପଡ଼ିଛି । ପୂର୍ବରୁ ସୋସିଆଲ ମିଡିଆରେ ନବୀନଙ୍କୁ ଧ୍ରୁତରାଷ୍ଟ୍ର, ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ, ଆଉ କିଛି ବିଜେଡି ନେତା ଓ ନେତ୍ରୀଙ୍କ ନାଁ ନେଇ ଖୁବ୍ ବର୍ଷିଛନ୍ତି ଶ୍ରୀମୟୀ । ସବୁ କଥାରେ ନବୀନଙ୍କୁ ନିଶାନା କରିବା, ଯେମିତି ବିଜେଡିକୁ ଅଣନିଃଶ୍ବିସୀ କରାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/03/shreemayee-mishra-new-post-2025-11-03-17-11-21.jpg)