Advertisment

BJD Leader Pranab Prakash Das in Saffron Hue: ଗେରୁଆ ରଙ୍ଗରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ପ୍ରତିକ୍ରିୟା ରଖିଲେ ବିଧାୟିକା ସୁଜାତା ସାହୁ

ଗେରୁଆ ରଙ୍ଗ ପୋଷ୍ଟରରେ ଯାଜପୁରର ବିଜେଡି ନେତା। ଯାହାକୁ ନେଇ ଯାଜପୁର ରାଜନୀତିରେ ଉଷ୍ମତା ଦେଖାଦେଇଛି। ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେ଼ଇ ଓ ବର୍ତ୍ତମାନର ବିଧାୟିକା ସୁଜାତା ସାହୁଙ୍କର ଗେରୁଆ ରଙ୍ଗରେ ପୋଷ୍ଟର ଲାଗିଛି ।

Poster

Poster Photograph: (OTV)

Advertisment

ଯାଜପୁରରେ ରଙ୍ଗ ରାଜନୀତି। ଗେରୁଆ ରଙ୍ଗ ପୋଷ୍ଟରରେ ଯାଜପୁରର ବିଜେଡି ନେତା। ଯାହାକୁ ନେଇ ଯାଜପୁର ରାଜନୀତିରେ ଉଷ୍ମତା ଦେଖାଦେଇଛି। ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେ଼ଇ ଓ ବର୍ତ୍ତମାନର ବିଧାୟିକା ସୁଜାତା ସାହୁଙ୍କର ଗେରୁଆ ରଙ୍ଗରେ ପୋଷ୍ଟର ଲାଗିଛି ।

Advertisment

ସୂଚନା ଅନୁସାରେ, ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ଅନ୍ୱେଷଣ ଥିଏଟର ଗ୍ରୁପ ସପ୍ତମ ବାର୍ଷିକ ଉତ୍ସବରେ ଆୟୋଜିତ ରାଜ୍ୟସ୍ତରୀୟ ଲୋକକଳା ଓ ନାଟ୍ୟ ମହୋତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ଏମାନଙ୍କ ପୋଷ୍ଟର ଲାଗିଛି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।

ଏଭଳି କାର୍ଯ୍ୟକୁ ନିନ୍ଦା କରି ବିଧାୟିକା ସୁଜାତା ସାହୁ କହିଛନ୍ତି, ରଙ୍ଗ ରାଜନୀତି ବନ୍ଦ କରାଯାଉ । ଯିଏ ଏଭଳି ରାଜନୀତି କରୁଛି, ସେମାନେ ଏଥିରୁ କ୍ଷାନ୍ତ ରୁହନ୍ତୁ । ଆମେ ସେବା ଲାଗି  ନିର୍ବାଚିତ ହୋଇଛୁ, ରଙ୍ଗ ରାଜନୀତି ଲାଗି ନୁହଁ ବୋଲି ସୁଜାତା ସାହୁ କହିଛନ୍ତି ।

Advertisment

ଯାଜପୁରରେ ରଙ୍ଗ ରାଜନୀତି

ଗେରୁଆ ରଙ୍ଗ ପୋଷ୍ଟରରେ ଯାଜପୁରର ବିଜେଡି ନେତା
ଗେରୁଆ ପୋଷ୍ଟରକୁ ନେଇ ଯାଜପୁର ରାଜନୀତିରେ ଉଷ୍ମତା 
ଏକ ବାର୍ଷିକ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ଗେରୁଆ ପୋଷ୍ଟର

BJD Leaders Saffron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ