Advertisment

Post-Power Slump for BJD: କ୍ଷମତାରୁ ଗଲା ପରେ ବିଜେଡିକୁ ମିଳୁନି ଚାନ୍ଦା, ECଙ୍କୁ ରାଜନୈତିକ ଦଳଙ୍କ ସତ୍ୟପାଠରୁ ରୋଚକ ତଥ୍ୟ

ନିର୍ବାଚନରେ ହାରିବା ପରେ ବିଜେଡିକୁ ଆଉ ମିଳୁନି ଡୋନେସନ୍। ଅନ୍ୟପଟେ ବିଜେପିର ନେତା ମନ୍ତ୍ରୀ ଦଳକୁ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନିର୍ବାଚନ କମିଶନଙ୍କ ନିକଟରେ ବିଭିନ୍ନ ରାଜନୈତିକ ଦଳ ଦାଖଲ କରିଥିବା ଦଳର ଆୟ ସଂପର୍କିତ ସତ୍ୟପାଠରୁ ସାମ୍ନାକୁ ଆସିଛି ଏହି ରୋଚକ ତଥ୍ୟ।

BJD

BJD Photograph: (OTV)

Advertisment

ନିର୍ବାଚନରେ ହାରିବା ପରେ ବିଜେଡିକୁ ଆଉ ମିଳୁନି ଡୋନେସନ୍। ଅନ୍ୟପଟେ ବିଜେପିର ନେତା ମନ୍ତ୍ରୀ ଦଳକୁ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନିର୍ବାଚନ କମିଶନଙ୍କ ନିକଟରେ ବିଭିନ୍ନ ରାଜନୈତିକ ଦଳ ଦାଖଲ କରିଥିବା ଦଳର ଆୟ ସଂପର୍କିତ ସତ୍ୟପାଠରୁ ସାମ୍ନାକୁ ଆସିଛି ଏହି ରୋଚକ ତଥ୍ୟ।

Advertisment

୨୦୨୪ -୨୫ ଆର୍ଥିକ ବର୍ଷରେ ଯଦିଓ ବିଜେଡିକୁ ୬୦ କୋଟି ମିଳିଛି ତାହା ନିର୍ବାଚନ ବେଳେ। ଅନ୍ୟ ପଟେ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମାନେ ବିଜେପିକୁ ଦେଇଛନ୍ତି ୫ ଲକ୍ଷ ଲେଖାଁଏ ଟଙ୍କା। ଆଉ କିଏ କେତେ ଦେଇଛନ୍ତି ପଢ଼ନ୍ତୁ ଏଇ ରିପୋର୍ଟ । ...

କ୍ଷମତାରୁ ଗଲା ପରେ ବିଜୁ ଜନତା ଦଳକୁ ଆଉ ମିଳୁନି ଚାନ୍ଦା। ଗତ ବର୍ଷ ନିର୍ବାଚନ ବେଳେ ବିଜେଡିକୁ ମିଳିଥିଲା ୬୦ କୋଟି। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ସାମ୍ନାକୁ ଆସିଛି ଏହି ତଥ୍ୟ। ନଜର ପକାନ୍ତୁ ବିଜେଡି କୋଷାଧ୍ୟକ୍ଷ ସୁବାସ ସିଂ ଦାଖଲ କରିଥିବା ଏହି ସତ୍ୟପାଠ ଉପରେ। ଏଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି, ୨୦୨୪-୨୫ ଆର୍ଥିକ ବର୍ଷରେ ଦଳକୁ କେତେ ଆସିଛି ଚାନ୍ଦା ।

Advertisment

ନିର୍ବାଚନ ସମୟରେ ଅର୍ଥାତ୍ ୨୦୨୪ ମସିହା ଏପ୍ରିଲ ଓ ମେ ମାସରେ ବିଜେଡିକୁ ଆସିଛି ୬୦ କୋଟିର ଚାନ୍ଦା। ୪ଟି ଘରୋଇ ସଂସ୍ଥା ଏହି ଚାନ୍ଦା ଦେଇଛନ୍ତି। କିନ୍ତୁ ତା ପରଠୁ ଆଉ ଦଳକୁ ଚାନ୍ଦା ଆସିନାହିଁ। ଯଦିଓ ଦଳ ପାଖରେ ୭୨୦ କୋଟିରୁ ଉର୍ଦ୍ଧ୍ୱ ସଂପତ୍ତି ରହିଛି। ସବୁଠାରୁ ବଡ଼ କଥା ହେଲା ୨୦୨୪-୨୫ ଆର୍ଥିକ ବର୍ଷରେ କେବଳ ସୁଧ ଆକାରରେ ବିଜେଡି ଆୟ କରିଛି ୫୦ କୋଟି ଟଙ୍କା। ୬୦ କୋଟିର ଚାନ୍ଦାକୁ ମିଶାଇ ବିଜେଡିର ୨୪-୨୫ରେ ମୋଟ ଆୟ ୧୧୦ କୋଟିରୁ ଉର୍ଦ୍ଧ୍ୱ ବୋଲି ଜଣାପଡିଛି।

୫ ଲକ୍ଷ ଲେଖାଏଁ ଦେଇଛନ୍ତି ବିଜେପିର ମନ୍ତ୍ରୀ

ଅନ୍ୟପଟେ ବିଜେପି ଦାଖଲ କରିଥିବା ସତ୍ୟାପାଠରୁ ସାମ୍ନାକୁ ଆସିଛି ରୋଚକ ତଥ୍ୟ। ଓଡିଶାର ନେତା ମନ୍ତ୍ରୀମାନେ ଦଳକୁ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନଜର ପକାନ୍ତୁ କେଉଁ ନେତା ଦଳକୁ ଦେଇଛନ୍ତି କେତେ ଚାନ୍ଦା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ୫ ଲକ୍ଷ। ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା ଏବଂ ସମସ୍ତ ମନ୍ତ୍ରୀ ମାନେ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ଦେଇଥିବା ଜଣାପଡିଛି ।

Advertisment

ସେହିପରି ଓଡ଼ିଶାର ସାଂସଦମାନେ ଲକ୍ଷେରୁ ଦୁଇ ଲକ୍ଷ ଦେଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦେଇଛନ୍ତି ୫ ଲକ୍ଷର ଚାନ୍ଦା। ଅପରାଜିତା ଷଡଙ୍ଗୀ ଦେଇଛନ୍ତି ୫୦ ହଜାର। ବିଧାୟକମାନେ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ଦେଇଥିବା ବେଳେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଦେଇଛନ୍ତି ୫ ଲକ୍ଷ ଟଙ୍କା। ବିଜେପିର ପୂର୍ବତନ ବିଧାୟକ ମାନେ ୨୫ ହଜାର ଟଙ୍କା ଦେଇଛନ୍ତି । ତେବେ ବିଜେପିକୁ ସାରା ଦେଶରେ ଗୋଟିଏ ବର୍ଷରେ ୬ ହଜାର ୬୫୪ କୋଟି ଟଙ୍କାର ଚାନ୍ଦା ମିଳିଥିବା ସତ୍ୟପାଠରୁ ଜଣାପଡ଼ିଛି । 

ସୁପ୍ରିମକୋର୍ଟ ଇଲେକଟୋରାଲ ବଣ୍ଡ ଅସାମ୍ବିଧାନିକ ଘୋଷଣା କରିବା ପରେ ରାଜନୈତିକ ଦଳଗୁଡିକ ବାର୍ଷିକ ଚାନ୍ଦା ସମ୍ପର୍କିତ ସତ୍ୟପାଠ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି। ...
 

BJD BJP Cash Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ