Advertisment

BJD’s Internal Equations Change: ଜୟ ଧମାକା ପରେ ବିଗିଡ଼ି ଗଲା ବିଜେଡି ଅଙ୍କ, କୋର୍ କମିଟିକୁ ପ୍ରାର୍ଥୀ ଚୟନ ଦାୟିତ୍ବ ଦେଲେ ନବୀନ

ଜୟ ଢୋଲକିଆ ପଦ୍ମ ଧରିବା ପରେ ବିଗିଡି ଯାଇଛି ବିଜେଡିର ନୂଆପଡା ଗଣିତ । କାହାକୁ ପ୍ରାର୍ଥୀ କରିବ ଦଳ ସେ ନେଇ ଚିନ୍ତାରେ । ତେଣେ କୋର୍ କମିଟି ଗଠନ କରି ପ୍ରାର୍ଥୀ ଚୟନ କରିବା ଦାୟିତ୍ବ ଦେଇଛନ୍ତି ନବୀନ ପଟ୍ଟନାୟକ ।

BJD

BJD Photograph: (OTV)

Advertisment

ଜୟଙ୍କ ପ୍ରତି ବରିଷ୍ଠ ନେତା ପ୍ରତାପ ଜେନାଙ୍କ ଆକ୍ଷେପକୁ ନେଇ କ୍ଷୁବ୍ଧ ରାଜେନ୍ଦ୍ର ଢୋଲକିଆଙ୍କ ସମର୍ଥକ । ଆଉ ଏସବୁ ଭିତରେ ରାଜ୍ୟ ବିଜେପି କୋର୍ କମିଟି ବୈଠକ ବସି ନୂଆପଡା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଚୟନ ସହ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ....

Advertisment

 ଜୟ ଢୋଲକିଆଙ୍କ ଧମାକା, ବଢିଲା ବିଜେଡି ଟେନସନ୍। ମିଳୁନାହାଁନ୍ତି ପ୍ରାର୍ଥୀ, ସମର୍ଥକ ଫେରାଇଲେଣି ମୁହଁ। ବିଜେଡିର ସିଟ୍ ଥିବା ନୂଆପଡା ପାଇଁ ବିଜେଡି ପାଉନି ପ୍ରାର୍ଥୀ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରି ସିମ୍ପାଥି ସାଉଁଟି ଉପନିର୍ବାଚନ ବୈତରଣୀ ପାର ହେବାକୁ ଦଳ ଲକ୍ଷ୍ୟ ରଖିଥିଲା। ମାତ୍ର ଜୟ ହଠାତ୍ ପଦ୍ମ ପୋଖରୀକୁ ଡେଇଁବା ପରେ ବିଜେଡିକୁ ଲାଗିଛି ବଡ ଝଟକା।ଏବେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଚିନ୍ତାରେ ଦଳ ।

ପ୍ରାର୍ଥୀ ଚୟନ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଗଢିଛନ୍ତି କୋର କମିଟି। ଏଥିରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ଓ ବିଶ୍ବ ମଲ୍ଲିକଙ୍କ ଭଳି ନେତା। ଏମାନେ ନୂଆପଡା ଯାଇ ସେଠାକାର ନକ୍ସା ପଢି, ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ। ଆଉ କାଲି ସୁଦ୍ଧା ନବୀନଙ୍କୁ ଦେବେ ସମ୍ଭାବ୍ୟ ତାଲିକା।

Advertisment

ତେବେ ବିଜେଡି ପ୍ରାର୍ଥୀ ରେସରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଛି । ତେବେ ସେ ଏବେ ବି ଦଳରୁ ନିଲମ୍ବିତ ହୋଇ ଅଛନ୍ତି । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାମ ଯୋଗୁଁ ମାଝୀଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଥିଲା । ସେହିପରି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝୀଙ୍କ ଝିଅ ସରୋଜିନୀ ମାଝୀ, ନୂଆପଡା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।...

ଗତକାଲି ଜୟ ପଦ୍ମ ଧରିବା ପରେ ବିଜେଡି ନେତା ପ୍ରତାପ ଜେନା ଯେଉଁଭଳି ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି ତାକୁ ନେଇ ତେଜିଛି ରାଜନୀତି। ଗତକାଲି ପ୍ରତାପ କହିଥିଲେ ଜୟ, ପୋଷ୍ୟ ସନ୍ତାନ ହୋଇଥିବାରୁ ତାଙ୍କ ଦେହରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନାହିଁ। ସେ ଅର୍ଥ ଲୋଭରେ ବିକ୍ରି ହୋଇଗଲେ। ଯାହାକୁ କଡା ଭାଷାରେ ନିନ୍ଦା କରିଛନ୍ତି ଢୋଲକିଆଙ୍କ ସମର୍ଥକ। ଯେଉଁଥିପାଇଁ ନୂଆପଡାରେ ବିଜେଡି ଲାଗି ଅଡୁଆ ସ୍ଥିତି ସୃଷ୍ଟି ହୋଇଛି।...
ସେପଟେ ଯଦିଓ ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି। କିନ୍ତୁ ଏଯାଏ ପାର୍ଟି ପ୍ରାର୍ଥୀ ନାଁ ଘୋଷଣା କରିନାହିଁ। ନୂଆପଡା ପ୍ରାର୍ଥୀ ଚୟନ ଓ ନିର୍ବାଚନ ବ୍ଲୁ ପ୍ରିଣ୍ଟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା କୋର କମିଟି ବୈଠକ। ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରି ସଂସଦୀୟ କମିଟିକୁ ପଠାଯାଇଛି। ଯାହାକୁ ଖୁବ ଶୀଘ୍ର ମୋହର ମାରିବ କମିଟି।

Advertisment

ସେହିପରି କଂଗ୍ରେସ କହିଛି ବିଜେଡି ପାଖେ ପ୍ରାର୍ଥୀ ନଥିବାରୁ ସେ ଭୋଟ୍ କଂଗ୍ରେସ ଖାତାକୁ ଆସିବ। ଜୟଙ୍କୁ ସିମ୍ପାଥି ମିଳିବ ନାହିଁ। ଆସନ୍ତା ୧୯ ତାରିଖରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ନାମାଙ୍କନ ଦାଖଲ କରିବେ।...
ନୂଆପଡା ପାଇଁ ତିନି ଦଳ ବଡ ପ୍ରସ୍ତୁତି କରୁଛନ୍ତି। ଯେଉଁଥିରୁ ସ୍ପଷ୍ଟ ଯେ ଲଢେଇ ଜୋରଦାର ହେବ। କିନ୍ତୁ ଏହାରି ଭିତରେ ଦେଖିବାର କଥା ବିଜେଡି କାହାକୁ ପ୍ରାର୍ଥୀ କରୁଛି।...

BJD BJP Nuapada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ