NDA-WIN-BIHAR Photograph: (OTV)
ବିହାରରେ ଦୋ ଶହ ପାର। ନୀତୀଶ ମୋଦିଙ୍କ ଯୋଡ଼ି ମାରିଲା ଡବଲ ସେଞ୍ଚୁରୀ। ବିରୋଧୀ ମହଗଠବନ୍ଧନ ଜଳକା ପାଲଟିଲା। ଏପରିକି ଏକଜିଟ ପୋଲ ଆକଳନ ବି ପଛରେ ପଡ଼ିଗଲା। ବିହାରୀ ଭୋଟରଙ୍କୁ ମନାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ସଫଳ ହେଲେ ଯେଉଁଥିପାଇଁ ଦଳ ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ପାଇଛି। ଜଙ୍ଗଲ ରାଜରୁ ଏବେ ଚାଲିବ ମଙ୍ଗଲ ରାଜ। ତେବେ କେଉଁ ଫ୍ୟାକ୍ଟର କାମ ଦେଲା ଆଉ କେଉଁ ପଏଣ୍ଟରେ ବିରୋଧି ନିରାଶ ହେଲେ ପଢ଼ନ୍ତୁ ଏହି ରିପୋର୍ଟ। ....
ବିହାରରେ ଚାଲିବ ନୀ-ମୋ ରାଜ । ନୀତୀଶ-ମୋଦିଙ୍କ କମ୍ବୋରେ ବିରୋଧି ଜଳକା । ଖାଲି ହୋଇଗଲା ଆରଜେଡି, କଂଗ୍ରେସ ପୂରା ସଫା। ମୋଦିଙ୍କୁ ଭରସା କଲେ ବିହାରି ଭୋଟର। ବିହାର କେକ୍ ର ଚେରି ବନିଗଲେ ପ୍ରଧାନମନ୍ତ୍ରୀ ।
ଚାଲିଛି ସେଲିବ୍ରେସନ। ଖୁସିରେ ନାଚୁଛନ୍ତି, ମସ୍ତିରେ ଝୁମୁଛନ୍ତି କର୍ମୀ ଓ ନେତା। ସମସ୍ତଙ୍କୁ ଚକିତ କରି ବିହାରରେ ଆଶାତୀତ ସଫଳତା ପାଇଲା ଏନଡିଏ। ସବୁ ପ୍ରସଙ୍ଗକୁ ପଛରେ ପକାଇ ବିହାରରେ ହେଲା ନୂଆ ସମୀକରଣ। ଜାତି, ଧର୍ମକୁ ପଛ କରି ବିକାଶକୁ ଜାବୁଡି ଧରିଲେ ଭୋଟର। ସଂଖ୍ୟାଲଘୁ ସମ୍ପ୍ରଦାୟ ବି ଆଖିବୁଝା ଏନଡିଏକୁ ପିଟିଦେଲେ ଭୋଟ। କାମ ଦେଲାନି ବିରୋଧୀଙ୍କ ନାରା। ପ୍ରଥମଥର ପାଇଁ ଏକକ ସଂଖ୍ୟାଗରିଷ୍ଠ ପାର୍ଟିର ମାନ୍ୟତା ପାଇବା ପରେ ଖୁସିରେ କୁଣ୍ଢେମୋଟ ବିଜେପି ଶିବିର। ପ୍ରାରମ୍ଭିକ ଟ୍ରେଣ୍ଡ ଆସିବା ପରେ ଦଳୀୟ କାର୍ଯ୍ୟାଳୟରେ ଏମିତି କିଛି ଭିନ୍ନ ଢଙ୍ଗରେ ହୋଇଥିଲା ସେଲିବ୍ରେସନ। ତେବେ କାହିଁକି ଆଶାତୀତ ବଦଳିଗଲା ବିହାର ? ବିଜେପିକୁ ଏତେ ଭରସା କରିବା ପଛର କାରଣ କଣ ?
କୁହାଯାଉଛି ଚଳିତ ନିର୍ବାଚନରେ ଏନଡିଏର ଗୋଟିଏ ନାରା ଲୋକଙ୍କୁ ବେଶ ଛୁଇଁଥିଲା। ଦଶ ହଜାରି ଚୁନାଓ ହୈ, ଦୁସରି ତରଫ କଟ୍ଟା ସରକାର ହୈ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତୀଶ କୁମାରଙ୍କ ଏହି ନାରା ଘରେ ଘରେ ପହଞ୍ଚିଲା। ବିହାରର କୋଟିଏ ୩୦ ଲକ୍ଷ ଭୋଟରଙ୍କୁ ଏହା ବହୁଳ ଭାବରେ ପ୍ରଭାବିତ କଲା। ମହିଳା ଭୋଟ ବ୍ୟାଙ୍କକୁ ଅଧିକ ମଜବୁତ କଲା ବୋଲି ରାଜନୈତିକ ପଣ୍ଡିତ ମତ ରଖିଛନ୍ତି। ପ୍ରତି ରାଜନୈତିକ ସଭାରେ ପ୍ରଧାନମନ୍ତ୍ରୀ କଟ୍ଟା, ଦୁନାଲି, ରଙ୍ଗଦାରି କଥା କହିଥିଲେ। ଆରଜେଡି ଆସିଲେ ବିହାରକୁ ଜଙ୍ଗଲରାଜ ଫେରିବ ବୋଲି କହିଥିଲେ। ଯାହାକି ବିହାରୀଙ୍କ ମନ ଜିଣିବାରେ ସକ୍ଷମ ହୋଇଥିବା କୁହାଯାଉଛି।...
ଏଥିସହ ଏନଡିଏକୁ ଆଉ ଏକ ବଡ ବଳ ଦେଇଥିଲା ପ୍ରତି ମହିଳାଙ୍କୁ ୧୦ ହଜାର ଟଙ୍କା। ନୀତୀଶ ସରକାର ମହିଳାଙ୍କ ବ୍ୟାଙ୍କ ଖାତାକୁ ୧୦ ହଜାର ଟଙ୍କା ପଠାଇ ବିଶ୍ବାସ ଭାଜନ ହେଉଥିବା ବେଳେ ତେଜସ୍ବୀ ମାସକୁ ଅଢେଇ ହଜାର ଟଙ୍କାର ପ୍ରତିଶ୍ରୁତି ଦେଇଥିଲେ ଯାହାକି କାମ ଦେଲା ନାହିଁ। ଏଥିସହ ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ବି ଲୋକଙ୍କୁ ଛୁଇଁଲା।
ଏହାରି ଭିତରେ ବାର୍ଦ୍ଧକ୍ୟ ଭତ୍ତାକୁ ୪୦୦ ଟଙ୍କାରୁ ୧୧ ଶହ ଟଙ୍କାକୁ ବୃଦ୍ଧି କରିଥିଲେ ନୀତୀଶ ସରକାର। ରାଜ୍ୟରେ ବେରୋଜଗାର, ଦାଦନ ପ୍ରମୁଖ ପ୍ରସଙ୍ଗ ରହିଥିଲେ ବି ଏହାକୁ ସଠିକ ଢଙ୍ଗରେ ପ୍ରସଙ୍ଗ କରିପାରିଲାନି ବିରୋଧି ଆରଜେଡି। ଏପରିକି ବର୍ତ୍ତମାନ ସରକାର ଅମଳରେ ମଧ୍ୟ ଅନେକ ଗୁଡିଏ ଅସନ୍ତୋଷ ଥିଲେ ବି ମହାଗଠବନ୍ଧନ ତାକୁ ପ୍ରସଙ୍ଗ କରିବାରେ ବିଫଳ ହେଲା। ଭୋଟ ଅଧିକାର ଯାତ୍ରା, ଭୋଟ ଚୋରି, ଏସଆଇଆର ମଧ୍ୟ ଗୁରୁତ୍ବ ହରାଇଲା।...
ଗତକିଛି ବର୍ଷ ଧରି ବିହାର ରାଜନୀତି କେବଳ ଜାତି ଓ ଧର୍ମ ଭିତରେ ରହିଥିଲା। ହେଲେ ଏହି ଧାରାରେ ବେଶ ପରିବର୍ତ୍ତନ ଆସିଛି। କଂଗ୍ରେସ କିନ୍ତୁ ଏ ନିର୍ବାଚନରେ ବଡ କ୍ଷତି ସହିଛି। କାମ ଦେଲାନି ଗାନ୍ଧି ମ୍ୟାଜିକ। ନିଜ ଭୋଟ ବ୍ୟାଙ୍କ ହରାଇବା ସହିତ ଦଳର ନେତାଙ୍କ ଉପରୁ ବିଶ୍ବାସ ହରାଇଛି। ବିହାରରେ ଯେଉଁ ଜିଲ୍ଲାରେ ରାହୁଲ ଗାନ୍ଧି ପଦଯାତ୍ରା କରିଥିଲେ ସେଠାରେ ଦଳ ଖାତା ଖୋଲି ପାରି ନାହିଁ।
ସେହିପରି ସର୍ବାଧିକ ସଂଖ୍ୟାଲଘୁ ସଂପ୍ରଦାୟ ଥିବା ବିଧାନସଭା ଆସନ ଏନଡିଏ ପାଖକୁ ଯାଇଛି। କଂଗ୍ରେସର ଦେବାଳିଆ ସ୍ଥିତି ଆରଜେଡିକୁ ଭାରି ପଡିଲା ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ। ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଦଶମ ଇନିଂଶ ଖେଳିବେ ନା ପ୍ରଥମ ଥର ପାଇଁ ବିହାର ଦେଖିବ ଗେରୁଆ ମୁଖ୍ୟମନ୍ତ୍ରୀ, ଏବେ ତା ଉପରେ ସାରା ଦେଶର ନଜର। ....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/14/nda-win-bihar-2025-11-14-22-08-44.jpg)