EXIT-POLL-BIHAR Photograph: (OTV)
ସାମନାକୁ ଆସିଲା ବିହାର ବିଧାନସଭା ନିର୍ବାଚନ ଏକଜିଟ ପୋଲ। ସମସ୍ତଙ୍କ ଆକଳନରେ ଏନଡିଏ ଆଗରେ ରହିଛି। ଏନଡିଏକୁ ବହୁମତ ମିଳିବ ବୋଲି ଏକପ୍ରକାର ଚିତ୍ର ଏକଜିଟ ପୋଲରେ ସ୍ପଷ୍ଟ ହୋଇଛି।
ମାଟ୍ରିଜର ଏକଜିଟ ପୋଲ କହୁଛି ଏନଡିଏ ୧୪୭ରୁ ୧୬୭ ଆସନରେ ଆସିବ। ମହାଗଠବନ୍ଧନକୁ ୭୦ରୁ ୯୦ ଆସନ ମିଳିବ। ପିପୁଲସ ପଲସ ଆକଳନ କହୁଛି, ଏନଡିଏ ୧୩୩ରୁ ୧୫୯ ସିଟ ପାଇବ, ମହାଗଠବନ୍ଧନକୁ ୭୫ରୁ ୧୦୧ ସିଟ ମିଳିବ। ସେହିଭଳି ଭାସ୍କର, ଏନଡିଏକୁ ୧୪୫ରୁ ୧୬୦ ସିଟ ଦେଇଥିବା ବେଳେ ମହାଗଠବନ୍ଧନକୁ ୭୩ରୁ ୯୧ ସିଟ ପାଇବ ବୋଲି କହିଛି।
ପିପୁଲସ ଇନସାଇଟ ଏନଡିଏକୁ ମଧ୍ୟ ବହୁମତ ଦେଇଛି। ୧୩୩ରୁ ୧୪୮ ଆସନ ଏନଡିଏ ହାତେଇବ, ମହାଗଠବନ୍ଧନ ୮୭ରୁ ୧୦୨ ସିଟ ପାଇବ ବୋଲି ସଂସ୍ଥାର ଏକଜିଟ ପୋଲ କହୁଛି।
ସେହିଭଳି ଜେଭିସି, ୧୩୫ରୁ ୧୫୦ ସିଟ ଏନଡିଏ ହାତେଇବ ବୋଲି କହିଥିବା ବେଳେ ମହାଗଠବନ୍ଧନକୁ ୮୮ରୁ ୧୦୩ ସିଟ ମିଳିବ ବୋଲି କହିଛି। ପି ମାର୍କ ମଧ୍ୟ ଏନଡିଏକୁ ୧୪୨ରୁ ୧୬୨ ସିଟ ମିଳିବା ନେଇ ଆକଳନ କରିଥିବା ବେଳେ ମହାଗଠବନ୍ଧନ ୮୦ରୁ ୯୮ ସିଟ ପାଇବ ବୋଲି କହିଛି। ....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/11/exit-poll-bihar-2025-11-11-20-13-30.jpg)