Md Moquim Photograph: (OTV)
ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ଏକ ନୂଆ ରାଜନୈତିକ ଦଳ ଜନ୍ମ ନେବ। ଏ ସଂପର୍କରେ ବିଚାରବିମର୍ଷ ଚାଲିଛି । ନୂଆ ଦଳ ଗଠନ ନେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଏହି ବଡ଼ ସୂଚନା ଦେଇଛନ୍ତି । ଏବେ ସାରା ରାଜ୍ୟରୁ ବିଭିନ୍ନ ବର୍ଗର ଲୋକ ସହ ଆଲୋଚନା କରାଯାଇ ସେମାନଙ୍କ ପରାମର୍ଶ ନିଆଯାଉଛି । ସେ କହିଛନ୍ତି, ନୂଆ ଦଳ ନେଇ ସମୀକରଣ ଚାଲିଛି । ଏହି ଦଳରେ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯିବ ।
ପୂରା ରାଜ୍ୟରୁ ମତାମତ ନିଆଯାଉଛି । ଏହି ମତାମତ ଆଧାରରେ ହିଁ ଦଳ ତିଆରି ହେବ । ତେବେ ପ୍ରାଥମିକ ଭାବେ ଆସନ୍ତା ୧୨ ତାରିଖରେ ଏକ ଯୁବ ସମାବେଶ କରାଯିବ । ଏଥିରେ ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ । ଓଡ଼ିଶାର ଭବିଷ୍ୟତ ନେଇ ଏହି ସମାବେଶରେ ଆଲୋଚନା କରାଯିବ । ଯୁବ ନେତାମାନେ ଏକାଠି ହୋଇ ସେମାନଙ୍କ ମତାମତ ଦେବେ । ରାଜ୍ୟକୁ ଅଧିକ ବିକଶିତ କରିବା ପାଇଁ କଣ କରାଯିବା ଦରକାର ଓ ଯୁବକମାନଙ୍କ ଭୂମିକା କଣ ହେବା ଦରକାର, ସେ ନେଇ ମଧ୍ୟ ଏହି ନେତାମାନେ ସେମାନଙ୍କ ମତ ରଖିବେ । ଏହି ସମାବେଶରୁ ହିଁ ନୂଆ ଦଳ ପାଇଁ ମୂଳଦୁଆ ପଡିବ ବୋଲି କହୁଛନ୍ତି ରାଜନୈତିକ ସମୀକ୍ଷକ ।
ଚିଠିରେ ଘାଇଲା କରିଥିଲେ ହାଇକମାଣ୍ଡଙ୍କୁ
ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସରେ ବଡ ହଲଚଲ ହୋଇଛି ! ପ୍ରଥମେ ଚିଠି ଲେଖି ବିଷ ଝାଡ଼ିଥିଲେ, ପରେ ଗଣମାଧ୍ୟମରେ ଖୋଲାଖୋଲି ମନ୍ତବ୍ୟ ଦେଇ ନେତାଙ୍କୁ ପୂରା ଘାଇଲା କରିଦେଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ । ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେଙ୍କୁ ଧୂମ ଧୋଇବା ସହ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏବେର ସଭାପତି ଭକ୍ତ ଦାସଙ୍କ ଉପରେ ମଧ୍ୟ ଖୁବ୍ ବର୍ଷିଥିଲେ । ଶେଷରେ କଂଗ୍ରେସ ମହମ୍ମଦ ମୋକିମଙ୍କୁ ଦଳରୁ ବିଦା କରିଥିଲା ।
ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମଙ୍କ ଉପରେ ଆକ୍ସନ୍ ହୋଇଥିଲା । ଖଡ଼ଗେ, ରାହୁଲ, ଭକ୍ତ ଦାସଙ୍କ ବିରୋଧରେ ବିଷୋଦଗାର କରି ସୋନିଆଙ୍କୁ ଚିଠି ଲେଖିଥିଲେ ଖଡ଼ଗେ । ଏହାକୁ ନେଇ ଖପ୍ପା ହୋଇଥିଲା ପିସିସି, ଦଳ ସୁପ୍ରିମୋଙ୍କୁ ରିପୋର୍ଟ ଦେଇଥିଲା । ପରେ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ ସଦସ୍ୟରୁ ବହିଷ୍କାର କରିଥିଲା । ବହିଷ୍କାର ପରେ ମୋକିମ କହିଥିଲେ, ଯାହା କହିଛି ଅନୁଶୋଚନା ନାହିଁ । ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ଭାବୁଛି । କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । କିନ୍ତୁ ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି ବୋଲି କହିଥିଲେ ମୋକିମ ।
ମାର୍ଚ୍ଚରେ ମୋକିମଙ୍କ ନୂଆ ଦଳ
ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍ ଙ୍କ ବଡ଼ ସୂଚନା
ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ମୋକିମ୍
'ନୂଆ ଦଳ ନେଇ ସମୀକରଣ ଚାଲିଛି, ମତାମତ ନିଆଯାଉଛି'
'ଆସନ୍ତା ୧୨ରେ ଯୁବ ସମାବେଶରେ ଏକାଠି ହେବେ ଯୁବକ'
'ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/md-moquim-2026-01-10-14-38-31.jpg)