Dillip Ray Photograph: (OTV)
ରାଜ୍ୟସଭା ପାଇଁ ମନମୋହନ ସାମଲ ଓ ସୁଜିତ କୁମାର ବିଜେପି ପ୍ରାର୍ଥୀ ହେବେ । ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଏହି ଦୁଇଜଣଙ୍କ ନାମ ଘୋଷଣା କରାଯାଇଛି । ତେବେ ବଡ଼ କଥା ହେଉଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏହି ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ । ଦିଲ୍ଲୀପ ରାୟ ଓଟିଭିକୁ ଏହି ସୂଚନା ଦେଇଛନ୍ତି । ଆସନ୍ତା ୫ ତାରିଖରେ ସେ ତାଙ୍କର ମନୋନୟନ ପତ୍ର ଦାଖଲ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।
ବିଜେପିର ସମର୍ଥନ
ଦିଲ୍ଲୀପ ଏ କଥା ମଧ୍ୟ କହିଛନ୍ତି ଯେ, ସେ ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ନେତାଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଥରେ ବିଜେଡିକୁ ଚକ୍ମା ଦେଇ ସେ ରାଜ୍ୟସଭାକୁ ଯାଇଥିଲେ । ଦିଲ୍ଲୀପଙ୍କୁ ବିଜେପି ସମର୍ଥନ କରିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କମନ୍ କ୍ୟାଣ୍ଡିଡେଟ୍ ଭାବେ ଘୋଷଣା କରିଛନ୍ତି । କଂଗ୍ରେସ ମଧ୍ୟ ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରୁଛି । ରାଜ୍ୟସଭାକୁ ଓଡିଶାରୁ ୪ ଜଣଙ୍କୁ ନିର୍ବାଚିତ ହେବେ ।
ସଂଖ୍ୟାଦୃଷ୍ଟିରୁ ବିଜେପିର ୨ ଓ ବିଜେଡିର ଜଣେ ପ୍ରାର୍ଥୀ ଅନାୟସରେ ନିର୍ବାଚିତ ହେବେ । ତେଣୁ ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ରାୟ ଓ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ମୁକାବିଲା ହେବାର ସମ୍ଭାବନା ରହିଛି ।
ମୋ ପାଇଁ ସରପ୍ରାଇଜ୍
ବିଜେପି ପ୍ରାର୍ଥୀ ଘୋଷଣା ପରେ ସୁଜିତ କୁମାରଙ୍କର OTVକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା ମୋ ପାଇଁ ସରପ୍ରାଇଜ୍, ମହାପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଉଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଛି, ବିଜେପି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଜିତ କୁମାର । ବିଗତ ୬ ବର୍ଷରେ କେବିକେ ଜିଲ୍ଲା ପାଇଁ ବହୁ କାମ କରିଛି ଓ ଆଗକୁ ମଧ୍ୟ କେବିକେ ଜିଲ୍ଲାର ଭିତ୍ତିଭୂମି ପାଇଁ ଉଦ୍ୟମ ରହିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/03/dillip-ray-2026-03-03-16-37-44.jpg)