Advertisment

Internal War in BJD Jajpur: ଯାଜପୁର ବିଜେଡିରେ ବଡ ଫାଟ, ବବିଙ୍କ ଉଦ୍ଦେଶ୍ୟରେ ଡାନିଙ୍କ କାଗଜ ବାଘ ଉପାଖ୍ୟାନ

ପୁଣି ଯାଜପୁର ନେତାଙ୍କ ମେଳି। ପୁଣି ବବି-ଡାନି କଳି। ଯାଜପୁର ସଂଗଠନ ସଜାଡିବାକୁ ନେତାଙ୍କୁ ଏକାଠି କରିବାକୁ ପ୍ରମିଳା କରୁଛନ୍ତି ପ୍ରୟାସ। ମାତ୍ର ବୈଠକର ଫଳ ଶୂନ। ଆଜିର ବୈଠକ ପରେ ଡାନି ଘଡାଇ, ବବି ଦାସଙ୍କ ଉଦ୍ଦେଶ୍ୟରେ କାଗଜ ବାଘ ଉପାଖ୍ୟାନ କହି ବିବାଦକୁ ଆହୁରି ଘନୀଭୂତ କରିଛନ୍ତି।...

BJD

BJD Photograph: (OTV)

Advertisment

 ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ପୁଣି ମେଳି। ଏକାଠି ବସିଲେ, ମିଡିଆ ଆଗରେ ଘନିଷ୍ଠତା ଦେଖାଇଲେ। କିନ୍ତୁ ବାହାରେ ଗୁମର ଖୋଲିଲେ। କ୍ଷମତା ଯିବା ପରେ ବବି-ଡାନି କଳି ଏବେ ଉଗ୍ର ରୂପ ନେଇଛି। ସୃଷ୍ଟି ହୋଇଛି ଯାଜପୁର ବିଜେଡିରେ ବଡ ଫାଟ।

Advertisment

ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କୁ ଆକ୍ଷେପ କରି ଡାନି କହିଛନ୍ତି ନିଜକୁ ଜିଲ୍ଲାର ବାଘ କହୁଥିବା ନେତା ପ୍ରକୃତରେ କାଗଜ ବାଘ। ନେତୃତ୍ବ ବଦଳିବାର ସମୟ ଆସିଛି। ଭୋଟର ଏବେ ମନ ବଦଳାଉଛନ୍ତି। ନୂଆ ନେତା ଖୋଜୁଛନ୍ତି। କେବଳ ଯାଜପୁର ନୁହେଁ ପୂରା ଓଡିଶାରେ ଦଳ ପରିଚାଳନା ଦାୟିତ୍ବରେ ନବାଗତଙ୍କୁ ସୁଯୋଗ ଦେବା ସମୟ ଆସିଛି।

ଭୋଟରଙ୍କ ମନ ଅନୁଯାୟୀ ଦଳ ନିଷ୍ପତ୍ତି ନନେଲେ ପଞ୍ଚାୟତ ନିର୍ବାଚନରେ ସ୍ଥିତି ଭୟଙ୍କର ହେବ ବୋଲି ଏବେ ଠାରୁ ସତର୍କ କରାଇଲେଣି ସୁକିନ୍ଦା ପୂର୍ବତନ ବିଜେଡି ବିଧାୟକ ଡାନି ଓରଫ ପ୍ରୀତିରଞ୍ଜନ ଘଡାଇ। 

Advertisment

ଅନ୍ୟପଟେ ଯାଜପୁରର ପୁରୁଖା ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଘଟଣାରେ ପ୍ୟାଚ୍ ପକାଇ କହିଛନ୍ତି, ଆମ ଦଳରେ କୌଣସି ଫାଟ ନାହିଁ, ସମସ୍ତେ ଏକାଠି ଅଛୁ।…

ଅଣାୟତ୍ତ ହେଲାଣି ଯାଜପୁର ବିଜେଡି କଳି ! 

ପୂର୍ବରୁ ଜାନୁଆରୀ ୫ରେ ପ୍ରମିଳାଙ୍କ ଭୁବନେଶ୍ବର ସରକାରୀ ବାସଭବନରେ ମେଳି ହୋଇଥିଲା। ଆଉ ତାର ଠିକ୍ ୧୫ ଦିନ ପରେ ଆଜି ପୁଣି ଯାଜପୁର ବିଜେଡି ନେତା ମେଳି କରିଛନ୍ତି। ବବି ଦାସଙ୍କ ସମେତ ଡାନି ଘଡାଇ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି, ଯାଜପୁର ବିଧାୟିକା ସୁଜାତା ସାହୁ, ବରି ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। 

Advertisment

ଚର୍ଚ୍ଚା ହେଉଛି ସଂଗଠନ ସମ୍ପାଦକ ଥିବାବେଳେ ବବିଙ୍କ ଦବଦବା ଯେମିତି ଥିଲା ତାହା ବର୍ତ୍ତମାନ ଆଉ ନାହିଁ। ଯେଉଁଥିପାଇଁ ଯାଜପୁର ନେତାଙ୍କ ଭିତରେ ସମନ୍ବୟ ରଖିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ କୋରେଇର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ  ପ୍ରଣବ ପ୍ରକାଶ ଦାସ ପରୋକ୍ଷରେ ପୂର୍ବ ନେତାଙ୍କୁ ଟାର୍ଗେଟ କରିଥିଲେ। ଯାହାକୁ ନେଇ ବବି-ଡାନି ଙ୍କ ଭିତରେ ବିବାଦ ତୀବ୍ର ହୋଇଛି।...

ବିପର୍ଯ୍ୟୟ ପରେ ପଞ୍ଚାୟତ ପ୍ରତିନିଧି ବିଜେପି ମୁହାଁ ହେବା ଟ୍ରେଣ୍ଡରେ ପରିଣତ ହୋଇଛି। କିନ୍ତୁ ପ୍ରଥମ ଥର ପାଇଁ ବିଜେଡିର ଗଡ କୁହାଯାଉଥିବା ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପୌରାଧ୍ୟକ୍ଷ ବିଜେଡି ଛାଡି ବିଜେପିରେ ସାମିଲ୍ ହୋଇଛନ୍ତି। ଏବେ ଗଡ ରକ୍ଷା ପାଇଁ ଯାଜପୁର ବିଜେଡି କନ୍ଦଳ ରୋକିବାକୁ ଆରମ୍ଭ ହୋଇଥିବା ପ୍ରୟାସ କେତେ ସଫଳ ହେଉଛି ତାକୁ ଅପେକ୍ଷା।...

BJD Jajpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ