Advertisment

Budget Session Turmoil: ବିଶୃଙ୍ଖଳା ପାଇଁ ବାଚସ୍ପତିଙ୍କ ବଡ଼ ଆକ୍ସନ, ୮ କଂଗ୍ରେସ ଏମପି ପୂରା ବଜେଟ୍ ସେସନରୁ ସସପେଣ୍ଡ

ଏକ ଅପ୍ରକାଶିତ ପୁସ୍ତକକୁ ନେଇ ସଂସଦରେ ହଙ୍ଗାମା। ଗଲା ଦୁଇ ଦିନ ଧରି ଚାଲି ପାରୁନି ଲୋକସଭା। ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ନରଭାଣେଙ୍କ ଏକ ଅପ୍ରକାଶିତ ବହିର ତଥାକଥିତ କିଛି ତଥ୍ୟ ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ଓ ବିରୋଧୀଙ୍କ ପାଇଁ ମୁଦ୍ଦା ପାଲଟିଛି।

Parliament

Parliament Photograph: (OTV)

Advertisment

ଏକ ଅପ୍ରକାଶିତ ପୁସ୍ତକକୁ ନେଇ ସଂସଦରେ ହଙ୍ଗାମା। ଗଲା ଦୁଇ ଦିନ ଧରି ଚାଲି ପାରୁନି ଲୋକସଭା। ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ନରଭାଣେଙ୍କ ଏକ ଅପ୍ରକାଶିତ ବହିର ତଥାକଥିତ କିଛି ତଥ୍ୟ ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ଓ ବିରୋଧୀଙ୍କ ପାଇଁ ମୁଦ୍ଦା ପାଲଟିଛି। ବାରମ୍ବାର ମୁଲତବୀ ପରେ ବି ସ୍ଥିତି ସୁଧୁରିବ କ’ଣ ଅଧିକ ବିଗିଡ଼ିଛି। ପରିସ୍ଥିତି ଏମିତି ହେଇଛି କି ବାଚସ୍ପତିଙ୍କ ଉପରକୁ କଂଗ୍ରେସ ସାଂସଦ କାଗଜ ଚିରି ଫିଙ୍ଗି ୮ ସାଂସଦ ନିଲମ୍ବିତ ବି ହେଇଛନ୍ତି।...ହେଲେ ଜେନେରାଲ୍ ନରଭାଣେ ଅପ୍ରକାଶିତ ପୁସ୍ତକ Four Stars of Destinyରେ ଏମିତି କ’ଣ ରହିଛି ଯାହାକୁ ନେଇ ମୁହାଁମୁହିଁ କଂଗ୍ରେସ ଓ ବିଜେପି ? 

Advertisment

ପେପର ଫାଡ଼ି ଫିଙ୍ଗିଲେ...ବାଚସ୍ପତିଙ୍କୁ କୁହାଇ ଦେଲେନି...ମୋଡ଼ି ମକଚି ସଂସଦର ସବୁ ନିୟମକୁ ଚିରିଦେଲେ...ବିରୋଧୀଙ୍କ ବିରୋଧ ସବୁ ସୀମା ଟପିଲା, ସଂସଦ ଭିତରେ ହେଲା ପ୍ରବଳ ହଙ୍ଗାମା। ବଜେଟ୍ ଅଧିବେଶନରେ ଆଜି ଏମିତି ଥିଲା ଲୋକସଭାର ଦୃଶ୍ୟ । ଆଜି ଦ୍ବିତୀୟ ଦିନ ପାଇଁ ‘ଜେନେରାଲ୍ ନରଭାଣେ ଓ ତାଙ୍କ ବହି’ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ମୁହାଁମୁହିଁ ହେଇଥିଲା ସରକାରୀ ଦଳ। ଅପରାହ୍ଣରେ ଲୋକସଭାର କାର୍ଯ୍ୟ ଆରମ୍ଭ ହୋଇଥିଲା ହେଲେ ଚାଲିବ କ’ଣ ହୋହାଲ୍ଲା, ହଙ୍ଗାମାରେ କମ୍ପିଥିଲା। ଗତକାଲିର ପ୍ରସଙ୍ଗ ପୁଣି ଉଠାଇବାକୁ ଚେଷ୍ଟା କରିଥିଲେ ବିରୋଧୀ ଦଳ ନେତା। 

ହେଲେ ଏହାକୁ ଘୋର ବିରୋଧ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ରାଷ୍ଟ୍ରପତିଙ୍କ ବଜେଟ୍ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଥିବାରୁ ଅପ୍ରସଙ୍ଗକୁ ନେଇ କାହିଁକି ଆଲୋଚନା ହେଉଛି ବି ବୋଲି ପ୍ରଶ୍ନ କରିଥିଲେ। ଯାହା ବିବାଦକୁ ଅଧିକ ତେଜିଛି।...

Advertisment

ପରିସ୍ଥିତି ଏମିତି ହେଇଥିଲା କି କଂଗ୍ରେସ ସାଂସଦ ବାଚସ୍ପତିଙ୍କ ଉପରକୁ କାଗଜ ଚିରି ଫିଙ୍ଗିଥିଲେ। ଫଳରେ ୮ ସାଂସଦଙ୍କୁ ପୂରା ସେସନ୍ ପାଇଁ କରାଯାଇଛି ସସପେଣ୍ଡ। ପରେ ସଂସଦ ପରିସରରେ ପ୍ରତିବାଦ କରିଥିଲେ କଂଗ୍ରେସ ସାଂସଦମାନେ । ...

Four Stars of Destiny...ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ଏମଏମ୍ ନରଭାଣେଙ୍କ ଅପ୍ରକାଶିତ ପୁସ୍ତକ। ଯାହା ଏବେ ଜାତୀୟ ରାଜନୀତିକୁ ସରଗରମ କରିଛି। ୨୦୨୦ରେ ଲଦାଖର ଗଲୱାନରେ ଭାରତ ଓ ଚୀନ ରକ୍ତାକ୍ତ ସଂଘର୍ଷକୁ ନେଇ ମୋଦି ସରକାରଙ୍କ ଆଭିମୁଖ୍ୟକୁ ଗତକାଲି ଲୋକସଭାରେ ସମାଲୋଚନା କରିଥିଲେ ରାହୁଲ। ଜେନେରାଲ୍ ନରଭାଣେଙ୍କ ଏହି ଅପ୍ରକାଶିତ ପୁସ୍ତକକୁ ଆଧାର କରି ଏମିତି ମନ୍ତବ୍ୟ ରଖିଥିଲେ।. ହେଲେ ନା ଥିଲା ପ୍ରମାଣ ନା ଥିଲା କୌଣସି ଠୋସ୍ ଦସ୍ତାବିଜ୍। ବାସ୍ ଏହାକୁ ନେଇ ଘେରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ୍ ଶାହ। ଯେଉଁ ବହି ପ୍ରକାଶ ହୋଇନି, ଯେଉଁ ଥିଓରୀର କୌଣସି ପ୍ରମାଣ ନାହିଁ ତାକୁ କେମିତି ବିରୋଧୀ ଦଳ ନେତା ଗୃହରେ ଉଠାଇଲେ ତାକୁ ନେଇ ପାଲଟା ପ୍ରଶ୍ନ କରିଥିଲେ।

Advertisment

ଜେନେରାଲ୍ ନରଭାଣେଙ୍କ ଆତ୍ମ ଜୀବନୀ ରହିଛି Four Stars of Destinyରେ। ୨୦୨୪ ମସିହାରେ ଏହା ପ୍ରକାଶ ହେଇଥାନ୍ତା କିନ୍ତୁ ଏହାର ବୈଧତା ଓ ଆବଶ୍ୟକ ଅନୁମତି ପାଇଁ ଏବେ ଯାଏଁ ଏହା ପ୍ରକାଶ ହୋଇପାରିନି। କିନ୍ତୁ ଅନେକ ସମୟରେ ଏଥିରେ ଥିବା କିଛି ଅଂଶକୁ ନେଇ ଭିନ୍ନ ଭିନ୍ନ ବିତର୍କ ହୋଇଛି। ହେଲେ ଭାରତୀୟ ମାଟିରେ ଚୀନ ପଶି ଆସିବା, ଭାରତୀୟ ସେନାର ଆଭିମୁଖ୍ୟକୁ ନେଇ ଯେଉଁ ସବୁ ଅଭିଯୋଗ ହୋଇଛି ସେସବୁକୁ ଖଣ୍ଡନ କରି ଆସିଛନ୍ତି ଖୋଦ୍ ଜେନେରାଲ୍ ନରଭାଣେ।

Congress Parliament
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ