Advertisment

From Crores to Assets: ୫ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା, ସବୁଠାରୁ ଧନୀ ବିଜେଡିର ସଂତୃପ୍ତ ମିଶ୍ର

ଏହି ତାଲିକାରେ ସବୁଠାରୁ ଧନୀ ହେଉଛନ୍ତି ସଂତୃପ୍ତ ମିଶ୍ର। ସଂତୃପ୍ତଙ୍କ ନିକଟରେ ପ୍ରାୟ ୫୧୨.୯୦ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀ ନିକଟରେ ୨୦. ୪୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି।

Rajya Sabha Candidates

Rajya Sabha Candidates Photograph: (OTV)

Advertisment

ରାଜ୍ୟସଭା ନିର୍ବାଚନ ୫ ଜଣ ପ୍ରାର୍ଥୀ ସତ୍ୟପାଠରେ ସେମାନଙ୍କ ସମ୍ପତ୍ତି ତାଲିକା ଦେଇଛନ୍ତି। ଏହି ତାଲିକାରେ ସବୁଠାରୁ ଧନୀ ହେଉଛନ୍ତି ସଂତୃପ୍ତ ମିଶ୍ର। ସଂତୃପ୍ତଙ୍କ ନିକଟରେ ପ୍ରାୟ ୫୧୨.୯୦ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀ ନିକଟରେ ୨୦. ୪୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସଂତୃପ୍ତଙ୍କ ସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ୫୩. ୦୬ କୋଟି ଟଙ୍କା। ତାଙ୍କ ପତ୍ନୀଙ୍କ ନାଁରେ ପାଖାପାଖି ୭ କୋଟି ଟଙ୍କାର ଋଣ ଅଛି।

Advertisment

ଦିଲ୍ଲୀପ ରାୟଙ୍କ ସମ୍ପତ୍ତି

ଦିଲ୍ଲୀପ ରାୟ ଦେଇଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ନିକଟରେ ଥିବା ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୯୧.୬୨ କୋଟି ଟଙ୍କା। ତାଙ୍କ ପତ୍ନୀଙ୍କ ନାଁରେ ବି ୧୧.୧୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି। ଦିଲ୍ଲୀପଙ୍କ ନିକଟରେ ୪୫.୫୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଏହାମଧ୍ୟରେ ନିଜର ୨୫.୫୦ କୋଟି ଟଙ୍କା ହୋଇଥିବା ବେଳେ ଉତ୍ତରାଧିକାରୀ ସୂତ୍ରରେ ତାଙ୍କୁ ମିଳିଛି ୨୦ କୋଟି ଟଙ୍କା। 

ମନମୋହନ ସାମଲଙ୍କ ସମ୍ପତ୍ତି

ସେହିପରି ମନମୋହନ ସାମଲଙ୍କ ନିକଟରେ ଥିବା ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପାଖାପାଖି ୪୪ ଲକ୍ଷ ଟଙ୍କା। ତାଙ୍କ ପତ୍ନୀଙ୍କ ପରିବହନ ବ୍ୟବସାୟ ଥିଲା ବେଳେ ତାଙ୍କ ନାଁରେ ରହିଛି ୨ କୋଟି ୮୬ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି। ମନମୋହନଙ୍କ ନିକଟରେ ୧ କୋଟି ୩୦ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀଙ୍କ ନାଁରେ ୭୫ ଲକ୍ଷ ଟଙ୍କାର ଋଣ ରହିଛି। 

Advertisment

ଦତ୍ତେଶ୍ବର ହୋତାଙ୍କ ସମ୍ପତ୍ତି

ଅନ୍ୟପଟେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୯୨ ଲକ୍ଷ ଟଙ୍କା ହୋଇଥିବା ବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩.୩୩ କୋଟି ଟଙ୍କା। ତାଙ୍କ ପତ୍ନୀଙ୍କ ପାଖରେ ଥିବା ସ୍ଥାବର ସମ୍ପତ୍ତିର  ମୂଲ୍ୟ ୨.୭୧ କୋଟି ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧.୬୦ କୋଟି ଟଙ୍କା।

ସୁଜିତ କୁମାରଙ୍କ ସମ୍ପତ୍ତି

ସୁଜିତ କୁମାରଙ୍କ ନିକଟରେ ୩.୮୫ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଓ ୧.୦୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀଙ୍କ ନିକଟରେ ୧.୦୩ କୋଟି ଟଙ୍କାର ସ୍ଥାବର ଓ ୭୩ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି।

Advertisment

ସତ୍ୟପାଠରେ ସମ୍ପତ୍ତି ତାଲିକା ଦେଲେ ୫ଜଣ ପ୍ରାର୍ଥୀ

ତାଲିକାରେ ସବୁଠାରୁ ଧନୀ ବିଜେଡିର ସଂତୃପ୍ତ ମିଶ୍ର
ସଂତୃପ୍ତଙ୍କ ନିକଟରେ ପ୍ରାୟ ୫୧୨.୯୦ କୋଟିର ଅସ୍ଥାବର ସମ୍ପତ୍ତି 
ପତ୍ନୀଙ୍କ ନିକଟରେ ୨୦. ୪୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି
ସଂତୃପ୍ତଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୫୩. ୦୬ କୋଟି ଟଙ୍କା
ପତ୍ନୀଙ୍କ ନାଁରେ ପାଖାପାଖି ୭ କୋଟି ଟଙ୍କାର ଋଣ ଅଛି

ସମ୍ପତ୍ତି ତାଲିକାର ଦ୍ବିତୀୟ ସ୍ଥାନରେ ଦିଲ୍ଲୀପ ରାୟ 
ଦିଲ୍ଲୀପଙ୍କ ନିକଟରେ ୩୯୧.୬୨ କୋଟିର ଅସ୍ଥାବର ସମ୍ପତ୍ତି
୪୫.୫୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି
ପତ୍ନୀଙ୍କ ନାଁରେ ୧୧.୧୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି
ଉତ୍ତରାଧିକାରୀ ସୂତ୍ରରେ ମିଳିଛି ୨୦ କୋଟି ଟଙ୍କା

ମନମୋହନ ସାମଲଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପାଖାପାଖି ୪୪ ଲକ୍ଷ 
ପତ୍ନୀଙ୍କ ନାଁରେ ରହିଛି ୨ କୋଟି ୮୬ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି
ମନମୋହନଙ୍କ ନିକଟରେ ୧ କୋଟି ୩୦ ଲକ୍ଷର ସ୍ଥାବର ସମ୍ପତ୍ତି 
ମନମୋହନଙ୍କ ପତ୍ନୀଙ୍କ ନାଁରେ ୭୫ ଲକ୍ଷ ଟଙ୍କାର ଋଣ ରହିଛି

ଡାକ୍ତର ଦତ୍ତେଶ୍ବର ହୋତାଙ୍କ ୪ କୋଟି ୯୨ ଲକ୍ଷର ସ୍ଥାବର ସମ୍ପତ୍ତି
ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩.୩୩ କୋଟି ଟଙ୍କା
ପତ୍ନୀଙ୍କ ପାଖରେ ୨.୭୧ କୋଟିର ସ୍ଥାବର ଓ ୧.୬୦ କୋଟି ଅସ୍ଥାବର ସମ୍ପତ୍ତି

ସୁଜିତ କୁମାରଙ୍କ ନିକଟରେ ୩.୮୫ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି
ସୁଜିତ କୁମାରଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧.୦୯ କୋଟି ଟଙ୍କା
ପତ୍ନୀଙ୍କ ନିକଟରେ ୧.୦୩ କୋଟିର ସ୍ଥାବର ଓ ୭୩ ଲକ୍ଷର ଅସ୍ଥାବର ସମ୍ପତ୍ତି 

Odisha Rajya Sabha Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ