Advertisment

Patkura Power Show: ପାଟକୁରାରେ ଶକ୍ତି ପ୍ରଦର୍ଶନ କଲେ ଅରବିନ୍ଦ ମହାପାତ୍ର, କହିଲେ ନବୀନ ବାବୁ ମିଛ କହିଛନ୍ତି

ନବୀନ ବାବୁ ମିଛ କହିଛନ୍ତି। ତାଙ୍କ ସହ ଅନ୍ୟମାନେ ବି ମିଛ କହିଛନ୍ତି ବୋଲି କହିଛନ୍ତି ଅରବିନ୍ଦ। ୧୫ରୁ ୨୧ ତାରିଖ ଭିତରେ ୮ ପ୍ରକାର ଆରୋପ ଲଗାଇଛନ୍ତି। ମୋର ନାଁ ଖରାପ କରିବା ପାଇଁ ଚେଷ୍ଟା କରିଛନ୍ତି।

Arabinda Mohapatra

Arabinda Mohapatra Photograph: (OTV)

Advertisment

ପାଟକୁରା ଡେରାବିଶ ବ୍ଲକରେ ବିଧାୟକ ଅରବିନ୍ଦ ମହାପାତ୍ର ଶକ୍ତି ପ୍ରଦର୍ଶନ କରିଛନ୍ତି । ମୋଟର ସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଗଲେ ଅରବିନ୍ଦ। ଶତାଧିକ ସମର୍ଥକଙ୍କ ଗହଣରେ ଯାଇଥିଲେ ବିଧାୟକ। ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ବରପୁର ପର୍ଯ୍ୟନ୍ତ ଗଲେ। ଆଜି ଲାଲ ବାହାଦୁର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ ବିଧାୟକ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ପୂର୍ବରୁ ନିଲମ୍ବନକୁ ନେଇ ପ୍ରଶ୍ନ କଲେ ବିଧାୟକ।

Advertisment

ମୁଁ  ବିଚଳିତ ନୁହେଁ 

ନବୀନ ବାବୁ ମିଛ କହିଛନ୍ତି। ତାଙ୍କ ସହ ଅନ୍ୟମାନେ ବି ମିଛ କହିଛନ୍ତି ବୋଲି କହିଛନ୍ତି ବିଧାୟକ। ୧୫ରୁ ୨୧ ତାରିଖ ଭିତରେ ୮ ପ୍ରକାର ଆରୋପ ଲଗାଇଛନ୍ତି। ମୋର ନାଁ ଖରାପ କରିବା ପାଇଁ ଚେଷ୍ଟା କରିଛନ୍ତି। ମାତ୍ର ଏଥିପ୍ରତି ମୁଁ  ବିଚଳିତ ନୁହେଁ ବୋଲି କହିଛନ୍ତି ବିଧାୟକ। ପାଟକୁରାବାସୀ ଜିତାଇଛନ୍ତି।

ବିଧାନସଭାରେ ପାଟକୁରା ସ୍ବର ଉଠାଇବି ବୋଲି କହିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ର। ଡେରାବିଶ ବ୍ଲକରେ ଲାଲ ବାହାଦୁର ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକର୍ମରେ ଯୋଗ ଦେବା ଅବସରରେ ଏହି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ। ତେବେ ବିଧାୟକଙ୍କ ପ୍ରତିକ୍ରିୟା ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । 

Advertisment

ନବୀନ ବାବୁ ମିଛ କହିଛନ୍ତି: ଅରବିନ୍ଦ

ପାଟକୁରା ଡେରାବିଶ ବ୍ଲକ୍ ରେ ଅରବିନ୍ଦ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ
ମୋଟର ସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଗଲେ ଅରବିନ୍ଦ
ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ବରପୁର ପର୍ଯ୍ୟନ୍ତ ଗଲେ

ଲାଲ ବାହାଦୁର ହାଇସ୍କୁଲ୍ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ
ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ପୂର୍ବରୁ ନିଲମ୍ବନକୁ ନେଇ ପ୍ରଶ୍ନ କଲେ
‘ନବୀନ ବାବୁ ମିଛ କହିଛନ୍ତି, ତାଙ୍କ ସହ ଅନ୍ୟମାନେ ବି ମିଛ କହିଛନ୍ତି’

Advertisment

‘୧୫ରୁ ୨୧ ତାରିଖ ଭିତରେ ୮ ପ୍ରକାର ଆରୋପ ଲଗାଇଛନ୍ତି’
‘ମୋ ନାଁ ଖରାପ କରିବା ପାଇଁ ଚେଷ୍ଟା କରିଛନ୍ତି, ମାତ୍ର ବିଚଳିତ ନୁହେଁ’
‘ପାଟକୁରାବାସୀ ଜିତାଇଛନ୍ତି, ବିଧାନସଭାରେ ପାଟକୁରା ସ୍ବର ଉଠାଇବି’

BJD Naveen Patnaik Arabinda Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ