Ghasiram Photograph: (OTV)
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଘାସିରାମ ମାଝୀ ନୂଆପଡ଼ା ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। AICC ପକ୍ଷରୁ ଘାସିରାମଙ୍କ ପ୍ରାର୍ଥୀତ୍ବକୁ ନେଇ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି। ଆସନ୍ତା ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି।
ତେବେ ୨୦୨୪ ସାଧାରଣ ନିର୍ବାଚନରେ ଘାସିରାମ ମାଝୀ କଂଗ୍ରେସରୁ ଆଶାୟୀ ପ୍ରାର୍ଥୀ ଥିଲେ ବି ତାଙ୍କୁ ଦଳ ଟିକଟ ଦେଇନଥିଲା। ଫଳରେ ସେ ସ୍ବାଧିନ ପ୍ରାର୍ଥୀ ଭାବରେ ଲଢିଥିଲେ। ସ୍ବାଧିନ ଭାବେ ଲଢି ସେ ୫୦ ହଜାର ୯୪୧ ଖଣ୍ଡ ଭୋଟ ପାଇଥିଲେ। ମାତ୍ର ୧୦ ହଜାର ୮୮୧ ଖଣ୍ଡ ଭୋଟରେ ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ପରାଜିତ ହୋଇଥିଲେ। ଘାସିରାମ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ୪୪ ହଜାର ୮୧୪ ଖଣ୍ଡ ଭୋଟ ପାଇ ଥିଲେ।
ସେହିଭଳି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୧୫ ହଜାର ୫୦୧ ଭୋଟ ପାଇଥିଲେ। ୨୦୧୪ ଓ ୨୦୧୯ରେ ମଧ୍ୟ ଘାସିରାମ କଂଗ୍ରେସରୁ ଟିକଟ ପାଇ ଲଢିଥିଲେ। ତେବେ ଦୁଇଥର ଯାକ ସେ ଦ୍ବିତୀୟ ସ୍ଥାନରେ ହିଁ ରହିଥିଲେ। ୨୦୨୪ ନିର୍ବାଚନରେ ସେ ପ୍ରତି ଦଳିତ ପରିବାରଠାରୁ ୫୦ ଟଙ୍କା ଓ ଏକ କେଜି ଚାଉଳ ମାଗି ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ କରି ଚର୍ଚ୍ଚାରେ ଥିଲେ। ଜଣେ ପ୍ରଭାବଶାଳୀ ଆଦିବାସୀ ନେତା ଭାବେ ବେଶ ଜଣାଶୁଣା ଘାସିରାମ ।
ଦଳିତ ଚେହେରା ଭାବରେ ନୂଆପଡାରେ ତାଙ୍କର ରହିଛି ବେଶ ପତିଆରା। ନୂଆପଡାରେ ପ୍ରାୟ ଅଢେଇ ଲକ୍ଷ ଭୋଟର ରହିଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛି ଏକ ଲକ୍ଷ ଆଦିବାସୀ ଭୋଟ।
କଂଗ୍ରେସ ପାଇଁ ନୂଆପଡ଼ା ନିର୍ବାଚନ ସବୁଠାରୁ ବଡ଼ ଆହ୍ୱାନ । ଦିନ ଥିଲା, ପଶ୍ଚିମ ଓଡ଼ିଶା ଦଳର ଗଡ଼ ଥିଲା । ଏହାପରେ ଭାରତୀୟ ଜନତା ପାର୍ଟିର ଏହା ହସ୍ତମୁଦି ମାହାଲରେ ପରିଣତ ହୋଇଥିଲା ଏବଂ ପରେ ଏହା ବିଜୁ ଜନତା ଦଳ ହାତକୁ ଚାଲିଯାଇଥିଲା ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପାଇଁ ଏହି ଉପନିର୍ବାଚନ ଏକ ଚାଲେଞ୍ଜ ହୋଇଛି । ସେ ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଉପନିର୍ବାଚନର ସାମନା କରିବାକୁ ଯାଉଛନ୍ତି । ୨୦୨୪ରେ ସ୍ବାଧିନ ଭାବରେ ଲଢି ଦ୍ବିତୀୟ ସ୍ଥାନରେ ଥିଲେ ଘାସିରାମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/07/ghasiram-2025-10-07-21-16-06.jpg)